ETV Bharat / sukhibhava

କୋଭିଡ-୧୯ ସମୟରେ ପ୍ଲାଜମା ଦାନ

କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପିର ଗୁରୁତ୍ୱ ଏବେ ବଢିବାରେ ଲାଗିଛି । ମଧ୍ୟମରୁ ଗୁରୁତର ଆକ୍ରାନ୍ତ କୋରୋନା ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ବେଶ୍ ଉପଯୋଗୀ ହେଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଭିଡ-୧୯ ସମୟରେ ପ୍ଲାଜମା ଦାନ
କୋଭିଡ-୧୯ ସମୟରେ ପ୍ଲାଜମା ଦାନ
author img

By

Published : Aug 5, 2020, 9:39 PM IST

କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପିର ଗୁରୁତ୍ୱ ଏବେ ବଢିବାରେ ଲାଗିଛି । ମଧ୍ୟମରୁ ଗୁରୁତର ଆକ୍ରାନ୍ତ କୋରୋନା ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ବେଶ୍ ଉପଯୋଗୀ ହେଉଛି । ତେଣୁ ପ୍ଲାଜମା ଦାନର ଗୁରୁତ୍ୱ ବଢିବାଲେ ଲାଗିଛି । ଏଥିପାଇଁ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ନିଜର ପ୍ଲାଜମା ଦାନ ପାଇଁ ବର୍ତମାନ ସମୟରେ ଉତ୍ସାହିତ କରିବା ଜରୁରୀ ହୋଇପଡିଛି । ତେବେ, ପୁଣି ରୋଗର ସାମନା କରିବା ଆଶଙ୍କା କରି ସୁସ୍ଥ ହୋଇଥିବା ଲୋକେ ପ୍ଲାଜମା ଦାନ କରିବାକୁ କୁଣ୍ଠା ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଇଛି ।

ପ୍ଲାଜମା ଦାନ ପ୍ରସଙ୍ଗରେ ଇଟିଭି ଭାରତ ସୁଖିଭବ ତରଫରୁ ହାଇଦ୍ରାବାଦ ସ୍ଥିତ ଥାଲାସେମିଆ ଓ ସିକଲ୍ ସେଲ୍ ସୋସାଇଟିର ବିଶେଷଜ୍ଞ ଡକ୍ଟର ସୁମନ ଜୈନଙ୍କ ସହ ଆଲୋଚନା କରାଯାଇଥିଲା । ସେ ପ୍ଲାଜମା ଦାନର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ ।

୧. କୋଭିଡ-୧୯ ଚିକିତ୍ସାରେ ପ୍ଲାଜମା ଥେରାପିର ବ୍ୟବହାର କଣ ?

କୋଭିଡ ପ୍ଲାଜମା ଥେରାପି ପାଇଁ ବ୍ୟବହୃତ ପ୍ଲାଜମା କେବଳ କୋରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କଠାରୁ ସଂଗ୍ରହ ହୋଇପାରିବ । ଏହାକୁ କନଭାଲସେଂଟ୍ ପ୍ଲାଜମା କୁହାଯାଏ । ଏହା କୋଭିଡ-୧୯ ବିରୋଧରେ ଆଂଟିବଡି ଭାବେ କାମ କରେ । ଆଇସିୟୁରେ ଭର୍ତ୍ତି ଗୁରୁତର କୋରୋନା ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ବେଶ୍ ଉପ ଯୋଗୀ ହୋଇଥାଏ । ତେବେ ୯୦ ପ୍ରତିଶତ ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ଆବଶ୍ୟକ ହୋଇ ନ ଥାଏ ।

୨. କେଉଁମାନେ ପ୍ଲାଜମା ଦାନ କରିପାରିବେ ?

ଯେଉଁ ରୋଗୀମାନେ ୧୪ ଦିନ ମଧ୍ୟରେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିବେ, ସେମାନେ ପ୍ଲାଜମା ଦାନ କରିପାରିବେ । ତେବେ ସକ୍ରିୟ କୋଭିଡ-୧୯ ରୋଗୀଙ୍କ ଯଦି ଲାବ ଟେଷ୍ଟ ନେଗେଟିଭ ଆସେ, ତାହା ହେଲେ ସେ ପ୍ଲାଜମା ଦାନ କରିପାରିବେ ନାହିଁ ।

. ନିମ୍ନଲିଖିତ ବ୍ୟକ୍ତି ପ୍ଲାଜମା ଦାନ କରିପାରିବେ ଯଦି :

. ସେ ଫିଟ୍ ଓ ସୁସ୍ଥ ହୋଇଥିବା ଦରକାର

. ସେ ୧୭ ବା ଏହାଠାରୁ ଅଧିକ ବୟସ୍କ ହୋଇଥିବେ

. ସୁରକ୍ଷିତ ଭାବେ ରକ୍ତଦାନ ପାଇଁ ଯଥେଷ୍ଟ ରକ୍ତ ଥିବା ବ୍ୟକ୍ତି

କେଉଁମାନେ ଦାନ କରିପାରିବେ ନାହିଁ ?

. ଏଚଆଇଭି ପଜିଟିଭ ବ୍ୟକ୍ତି

. ହେପାଟାଇଟିସ ବି ଓ ସି ରେ ପୀଡିତ ବ୍ୟକ୍ତି

.ଏଚଟିଏଲଭି ପଜିଟିଭ ବ୍ୟକ୍ତି

. ସିଫିଲିସ୍ ପାଇଁ ଚିକିତ୍ସିତ ହୋଇଥିବା ବ୍ୟକ୍ତି . ଡାକ୍ତରଙ୍କ ବିନା ପରାମର୍ଶରେ ବଡି ବିଲଡିଂ ଡ୍ରଗ୍ସର ଇଂଜେକସନ୍ ନେଇଥିବା ବ୍ୟକ୍ତି ।

3. କାହିଁକି ଜଣେ ସୁସ୍ଥ ରୋଗୀ ହିଁ ପ୍ଲାଜମା ଦାନ କରପାରିବେ ?

. କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କଠରେ ଆଂଡିବଡି ବିକଶିତ ହୋଇଥାଏ । ତେଣୁ ସେମାନଙ୍କ ପ୍ଲାଜମା ଗୁରୁତର ଭାବେ ପୀଡିତ କୋରୋନା ରୋଗୀଙ୍କ ପାଇଁ ଦରକାର ପଡିଥାଏ । ସୁସ୍ଥ ହୋଇସାରିଥିବା ଜଣେ ରୋଗୀର ପ୍ଲାଜମା ଦୁଇଜଣ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହୋଇପାରିବ ।

୪. ଜଣେ କେତେ ଥର ପ୍ଲାଜମା ଦାନ କରିପାରିବ ?

ସୁସ୍ଥ ହୋଇସାରିଥିବା ରୋଗୀ ଦେହରେ ବିକଶିତ ଆଂଟିବଡିର ଅନୁମାପକ ସାଧାରଣତଃ ୩ ମାସ ପର୍ଯ୍ୟନ୍ତ ରହିଥାଏ । ତା ପରେ ଏହା ହ୍ରାସ ହେବା ଆରମ୍ଭ ହୁଏ । ତେଣୁ ଏହି ତିନି ମାସ ମଧ୍ୟରେ ଦାନ କରାଯାଇଥିବା ପ୍ଲାଜମା ପ୍ରଭାବଶାଳୀ ହୋଇଥାଏ । କିନ୍ତୁ ଏହା ବି ମନେ ରଖିବାକୁ ହେବ ଯେ, ଏକ ଭଲ ଆଂଟିବଡି ଅନୁମାପକ ଦାନ କରୁଥିବା ଲୋକଙ୍କ ପାଇଁ ବି ବଜାୟ ରହିବାକୁ ହେବ । କିଛି ମାମଲାରେ ଡୋନରମାନେ ତିନି ମାସ ମଧରେ ସର୍ବାଧିକ ୬ ଥର ପ୍ଲାଜମା ଦାନ କରିଥିବା ଦେଖାଯାଇଛି । କିନ୍ତୁ ଲ୍ୟାବ ପରୀକ୍ଷା ରିପୋର୍ଟ ଭିତିରେ ଜଣାପଡିଥାଏ ଯେ, ଜଣେ କେତେଥର ପ୍ଲାଜମା ଦାନ କରିବାକୁ ସମର୍ଥ ।

୫. ମୁଁ ପ୍ଲାଜମା ଦାନ କଲେ ମୋ ଜୀବନ ପ୍ରତି ବିପଦ ରହିବ କି ?

ନା, ଜୀବନ ପ୍ରତି ବିପଦ ନାହିଁ । ପ୍ରତ୍ୟେକ ପ୍ଲାଜମା ଦାନ ଆଗରୁ ଦାନ କରୁଥିବା ବ୍ୟକ୍ତିର ସ୍ୱାସ୍ଥ୍ୟବସ୍ଥା ଯାଂଚ ହୁଏ । ପ୍ଲାଜମା ଦାନ ପାଇଁ ବ୍ୟବହାର ହେଉଥିବା ଉପକରଣ ଭଲ ଭାବେ ବିଶୋଧନ ହୋଇଥାଏ । ତେଣୁ ପ୍ଲାଜମା ଦାନ କରୁଥିବା ବ୍ୟକ୍ତିକୁ କିଛି ବିପଦ ନ ଥାଏ ।

୬. ପ୍ଲାଜମା ଦାନ ପାଇଁ ମୋତେ କୁଆଡେ ଯିବାକୁ ହେବ ? ଏଥିପାଇଁ ସମୟ ଲାଗିବ କି ?

ଏଫଡିଏ ପ୍ରସିଜର ଦ୍ୱାରା ଅନୁମୋଦିତ ଯେ କୌଣସି ରକ୍ତ ଭଣ୍ଡାର ଓ ସରକାରୀ ହସପିଟାଲ ଯିବାକୁ ହେବ । ପ୍ଲାଜମା ଦାନ ପାଇଁ ୬୦ରୁ ୯୦ ମିନିଟ ସମୟ ଲାଗିବ । କିନ୍ତୁ ଏହା ଯନ୍ତ୍ରଣାଦାୟକ ନୁହେଁ । ଆପଣ ପ୍ଲାଜମା ଦାନ କଲା ବେଳେ ପୁସ୍ତକ ବା ମାଗାଜିନ୍ ପଢିପାରିବେ । ଗୀତ ବି ଶୁଣିପାରିବେ ।

୭. ପ୍ଲାଜମା ଦାନ ସଂପର୍କରେ ସଚେତନତା କିପରି ସୃଷ୍ଟି କରାଯାଇପାରିବ ?

. ପ୍ଲାଜମା ଦାନ ନେଇ ଇଛୁକ ବୋଲି ଦର୍ଶାଇ ଆପଣ ରକ୍ତ ଭଣ୍ଡାର ଓ ସରକାରୀ ହସପିଟାଲରେ ନିଜ ନାଁ ପଂଜୀକୃତ କରନ୍ତୁ ।

. ପ୍ଲାଜମା ଦାନ କଲା ପରେ ଆପଣ ସୋସିଆଲ୍ ମିଡିଆରେ ପୋଷ୍ଟ କରନ୍ତୁ । କାହିଁକି ଦାନ କଲେ,ତାହା ବୁଝାଇ କୁହନ୍ତୁ । ଆପଣଙ୍କ ଅଭିଜ୍ଞତା ସେୟାର କରନ୍ତୁ ।

. ପ୍ଲାଜମା ଦାନର ଗୁରୁତ୍ୱ ସଂପର୍କରେ ଆପଣ ନିଜ ପରିବାରରର ସଦସ୍ୟ ଓ ବନ୍ଧୁବର୍ଗଙ୍କ ସହ ଆଲୋଚନା କରନ୍ତୁ । ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.