ETV Bharat / sukhibhava

ଆମେରିକାରେ ପୁଣି ବୃଦ୍ଧି ପାଇଲାଣି କୋଭିଡ ସଂକ୍ରମଣ

ପେରୁରେ କୋଭିଡର ପଞ୍ଚମ ଲହର ଆରମ୍ଭ ହୋଇଯାଇ ଥିବାବେଳେ ଆମେରିକାରେ ପୁଣି ବୃଦ୍ଧି ପାଇଲାଣି ସଂକ୍ରମଣ(Covid-19 hospitalisations rise again in US) । ଅଧିକ ପଢନ୍ତୁ

ଆମେରିକାରେ ପୁଣି ବୃଦ୍ଧି ପାଇଲାଣି କୋଭିଡ ସଂକ୍ରମଣ
ଆମେରିକାରେ ପୁଣି ବୃଦ୍ଧି ପାଇଲାଣି କୋଭିଡ ସଂକ୍ରମଣ
author img

By

Published : Dec 6, 2022, 4:19 PM IST

ୱାଶିଂଟନ: ପୁଣି ଆମେରିକାରେ ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ(Covid-19 hospitalisations rise again in US) । ସଂକ୍ରମଣ ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ(CDC) ର ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ନଭେମ୍ବର ଶେଷ ସପ୍ତାହରେ ଦେଶରେ ଦୈନିକ ପ୍ରାୟ 4,200 କୋଭିଡ-19 ମାମଲା ଚିହ୍ନଟ ହୋଇଛି, ଯେଉଁମାନେ କି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଏହି ସଂକ୍ରମଣ ଗୋଟିଏ ସପ୍ତାହ ପୂର୍ବ ମାମଲା ଅପେକ୍ଷା 17.6 ପ୍ରତିଶତ ବୃଦ୍ଧି ବୋଲି Xinhua ନ୍ୟୁଜ୍ ଏଜେନ୍ସି ତଥ୍ୟ ପ୍ରକାଶ କରିଛି । ୱାଶିଂଟନ୍ ପୋଷ୍ଟ ଡାଟା ଟ୍ରାକିଂ ଅନୁଯାୟୀ ଗତ ସପ୍ତାହରେ କୋଭିଡ୍ ହସ୍ପିଟାଲରେ ତିନି ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ଏବଂ 35,000 ରୁ ଅଧିକ ରୋଗୀ ଚିକିତ୍ସିତ ହୋଇଥିଲେ ।

ଏହା ମଧ୍ଯ ପଢନ୍ତୁ:- ପେରୁରେ କୋଭିଡର ପଞ୍ଚମ ଲହର ଆରମ୍ଭ

ଜନସ୍ୱାସ୍ଥ୍ୟ ଅଧିକାରୀମାନେ ଚିନ୍ତିତ ଅଛନ୍ତି ଯେ, କୋଭିଡ-19 ରୋଗୀଙ୍କ ସଂଖ୍ୟା ବୃଦ୍ଧି ଅନ୍ୟ ଦୁଇଟି ଭାଇରାଲ ରୋଗ, ଇନ୍‌ଫ୍ଲୁଏଞ୍ଜା ଏବଂ ଶ୍ୱାସକ୍ରିୟା ସିନ୍ସିଟିଆଲ୍ ଭାଇରସ୍ ଚାପରେ ଥିବା ଡାକ୍ତରଖାନାଗୁଡ଼ିକର ସ୍ଥିତିକୁ ଆହୁରି ଖରାପ କରିବ । ସୂଚନାଥାଉ କି, ପେରୁରେ କୋଭିଡର ପଞ୍ଚମ ଲହର ଆଲମ୍ଭ ହୋଇଯାଇଛି । ସେଠାରେ ଲଗାତାର 3 ସପ୍ତାହ ପର୍ଯ୍ୟନ୍ତ କୋଭିଡ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରୁ ସ୍ଥାନୀୟ ସରକାର ପଞ୍ଚମ ଲହର ଆରମ୍ଭ ହୋଇଯାଇଥିବା ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.