ETV Bharat / sukhibhava

ବିବାହ ପୂର୍ଣ୍ଣାଙ୍ଗତା - ବିବାହର ଲକ୍ଷ୍ୟ ପୂରଣ

ଅନେକଙ୍କ ପାଇଁ ଏହି କନଜ୍ୟୁମେସନ ଅଫ୍ ମ୍ୟାରେଜ ଏକ ଜଟିଳ ପ୍ରସଙ୍ଗ ହୋଇଥାଏ । ପ୍ରଥମରୁ ହିଁ କେତେକଙ୍କ ପାଇଁ ବିବାହର ଲକ୍ଷ୍ୟ ପୂରଣ କରିବା ସମ୍ଭବ ହୋଇ ନ ଥାଏ । ଫଳରେ ପାର୍ଟନରଙ୍କ ମଧ୍ୟରେ ଅନେକ ଆଶଙ୍କା, ଚିନ୍ତା ଓ ଭୟ ଦେଖାଯାଇଥାଏ । ଅଧିକ ପଢନ୍ତୁ...

CONSUMMATION OF MARRIAGE
ବିବାହ ପୂର୍ଣ୍ଣାଙ୍ଗତା
author img

By

Published : Aug 1, 2020, 11:55 PM IST

ହାଇଦ୍ରାବାଦ: ସମାଜରେ ବିବାହ ଦ୍ବାରା ଦୁଇଜଣ ଆଜୀବନ ସଂପର୍କରେ ବାନ୍ଧି ହୁଅନ୍ତି । ବିବାହ ଯୋଗୁଁ ଦୁଇ ପରିବାର ମଧ୍ୟରେ ଗଢିଉଠେ ସାମାଜିକ ସଂପର୍କ । ବିବାହ ବନ୍ଧନରେ ଆବଦ୍ଧ ହୋଇ ପୁରୁଷ ଓ ନାରୀ ଦୈହିକ ସଂପର୍କ ସ୍ଥାପନ କରି ସମାଜ ପାଇଁ ସେମାନଙ୍କ ଦାୟାଦକୁ ଜନ୍ମ ଦିଅନ୍ତି । ବିବାହ ପରବର୍ତ୍ତୀ ଦୈହିକ ସଂପର୍କ ବା ସମ୍ଭୋଗ ହିଁ ଯେ କୌଣସି ଦମ୍ପତ୍ତିଙ୍କ ପାଇଁ ହୋଇଥାଏ ବେଶ୍ ଗୁରୁତ୍ବପୂର୍ଣ୍ଣ ।

ବିବାହ ଉତ୍ସବର କୋଳାହଳ, ମଉଜ ମଜଲିସ ସରିଲା ପରେ ଦମ୍ପତ୍ତିଙ୍କ ଉପରେ ସମାଜର ନଜର ରହେ । ବିବାହର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରୁଛି କି ନାହିଁ, ସେ ନେଇ ନବ ଦମ୍ପତ୍ତିଙ୍କ ଉପରେ ନଜର ରହିଥାଏ । ଅନେକଙ୍କ ପାଇଁ ଏହି କନଜ୍ୟୁମେସନ ଅଫ୍ ମ୍ୟାରେଜ ଏକ ଜଟିଳ ପ୍ରସଙ୍ଗ ହୋଇଥାଏ । ପ୍ରଥମରୁ ହିଁ କେତେକଙ୍କ ପାଇଁ ବିବାହର ଲକ୍ଷ୍ୟ ପୂରଣ କରିବା ସମ୍ଭବ ହୋଇ ନ ଥାଏ । ଫଳରେ ପାର୍ଟନରଙ୍କ ମଧ୍ୟରେ ଅନେକ ଆଶଙ୍କା, ଚିନ୍ତା ଓ ଭୟ ଦେଖାଯାଇଥାଏ ।

ଏହାର ପରିଣାମ ସ୍ବରୂପ ସେମାନଙ୍କ ଉପରେ ‘ପରଫରମାନ୍ସ ପ୍ରେସର’ ବୃଦ୍ଧି ପାଇଥାଏ । ଠିକ୍ ବୟସରେ, ଠିକ୍ ବ୍ୟକ୍ତିଙ୍କଠାରୁ ଠିକ୍ ସୂଚନା ପାଇବାର ପ୍ରାସଙ୍ଗିକତା ଓ ଗୁରୁତ୍ବ ଯେ କୌଣସି ନୂଆ ଅଭିଜ୍ଞତାକୁ ଉପଭୋଗ୍ୟ ଓ ଆନନ୍ଦମୟ କରିଥାଏ । ତେବେ କୌଣସି କଥାକୁ ଅତିରଞ୍ଜିତ କରିବାର ମଣିଷ ପ୍ରକୃତି ଏ ଦିଗରେ ଅନ୍ତରାୟ ସୃଷ୍ଟି କରେ । ଯୈାନ ସଂପର୍କ ବାବଦରେ ସଠିକ ସୂଚନାର ଅଭାବ, ସମ୍ଭୋଗ ନେଇ ପୁରୁଷଙ୍କ ଅତ୍ୟଧିକ ଚିନ୍ତା ବା ବ୍ୟଗ୍ରତା, ଯୌନ ନିର୍ଯାତନାର ଇତିହାସର ଅବାସ୍ତବ ଆଶଙ୍କା, କିଛି କଡା ଧାର୍ମିକ ନିୟମ, ଭାଜିନିଜମସ୍ ବା ଯୋନି ସଙ୍କୋଚନ ଓ ଯୈାନ ସଂପର୍କ ନେଇ କିଛି ପରିବାରରେ କଡା ନିୟମ ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥାଏ । ଏସବୁ କାରଣ ହିଁ ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ‘ବିବାହ ପରିସମାପ୍ତି’ ନେଇ ସାଇକୋଜେନିକ ଭୟ ଓ ଅସନ୍ତୋଷ ସୃଷ୍ଟି କରିଥାଏ ।

ଏସବୁ ସମ୍ବେଦନଶୀଳ ପରିସ୍ଥିତିରେ ଜଣେ ବୁଝିବିଚାରି ବୁଦ୍ଧିମାନ ଭାବେ ଅଗ୍ରସର ହେବା ଦରକାର । ମନ ଅପେକ୍ଷା ମସ୍ତିଷ୍କକୁ ପ୍ରାଧାନ୍ୟ ଦେବା ଦରକାର । ‘ଥିଙ୍କିଙ୍ଗ୍ ବ୍ରେନ୍‌’ ଓ ‘ଇମୋସନାଲ ବ୍ରେନ୍‌’ ମଧ୍ୟରେ ସବୁବେଳେ ସଂଘର୍ଷ ହେବା ସ୍ବାଭାବିକ । କିନ୍ତୁ ଏଥିପ୍ରତି ସଜାଗ ରହିବାକୁ ହେବ । କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ହେବ ।

କୌଣସି ନିଷ୍କର୍ସରେ ଶୀଘ୍ର ପହଞ୍ଚନ୍ତୁ ନାହିଁ -

ନିଜ ପାର୍ଟନର କଣ ଭାବୁଛନ୍ତି ବୋଲି ତାଙ୍କୁ ଜଣେ କହିବା ଉଚିତ ନୁହେଁ । ଏଭଳି କହିଲେ ଅନ୍ୟ ପାର୍ଟନର ଭୁଲ୍ ବୁଝିବା ସମ୍ଭାବନା ରହିଛି । ‘ମୁଁ ସବୁ ଜାଣିଛି’ ର ଆଭିମୁଖ୍ୟ ନିଜ ନିଜର ଭାବନାକୁ ଦମନ କରିଥାଏ । ଆଉ ଏହା ସମ୍ଭୋଗ କ୍ରିୟାକୁ ପ୍ରଭାବିତ କରିଥାଏ ।

ବିପର୍ଯ୍ୟୟମୂଳକ ଭବିଷ୍ୟବାଣୀରୁ ବିରତ-

ନକରାତ୍ମକ ଭାବନା ଓ ସଫଳତା ହାସଲ ନ କରିବାର ଚିନ୍ତା ଅଜାଣତରେ ଶରୀରକୁ ସମ୍ଭୋଗ ସୁଖରୁ ବଞ୍ଚିତ କରିଥାଏ ।

ଲେବେଲିଂକୁ ନା -

ନିଜକୁ ବା ନିଜ ପାର୍ଟନରକୁ ଲେବେଲିଂ କଲେ ବ୍ୟକ୍ତି ନିଜକୁ ଦୋଷୀ ମଣିଥାଏ । ଏଥିଯୋଗୁଁ ଅବସାଦ ସୃଷ୍ଟି ହୋଇଥାଏ । ପାର୍ଟନରକୁ ଲେବେଲିଂ କଲେ ଆଶାନୁରୂପକ ଯୈାନ ତୃପ୍ତି ମିଳେ ନାହିଁ ।

ନୈରାଶ୍ୟବାଦୀ ଚିନ୍ତାଧାରାରୁ ଦୂରେଇ ରହନ୍ତୁ –

ନୈରାଶ୍ୟବାଦୀ ଚିନ୍ତାଧାରା ମଣିଷର ପ୍ରତ୍ୟେକ କାମରେ ବାଧା ସୃଷ୍ଟି କରିଥାଏ । ଭାବନା ଦ୍ବାରା ବିଶ୍ବାସ ଓ ଆସ୍ଥା ଜନ୍ମ ନିଏ । ନିଜର ନକରାତ୍ମକ ଭାବଧାରା ଉତ୍ସାହକୁ ମଳିନ କରିଦିଏ । ଫଳରେ ସମ୍ଭୋଗରେ ବିଫଳତା ପ୍ରାପ୍ତି ହୁଏ ।

ଭାବନାତ୍ମକ ତର୍କ –

ଭାବପ୍ରବଣତାଗୁଡିକ ସହଜରେ ବ୍ୟାପିଥାଏ । ଗୋଟିଏ ମାଧ୍ୟମରୁ ଅନ୍ୟ ମାଧ୍ୟମକୁ ଏଗୁଡିକ ସହଜରେ ସ୍ଥାନାନ୍ତର ହୋଇଥାଏ । ତେଣୁ ଗୋଟିଏ ପାର୍ଟନରର ଭୟ, ଚିନ୍ତା ଓ ବ୍ୟଗ୍ରତା, ଅନ୍ୟକୁ ସ୍ଥାନାନ୍ତର ହୋଇ ନକରାତ୍ମକ ଫଳାଫଳ ଦେଇଥାଏ ।

ସୁସ୍ଥ ଯୈାନ ସଂପର୍କ ହିଁ ଏକ ସୁଖୀ ଓ ସଫଳ ବିବାହର ମୁଖ୍ୟ କାରଣ । ଉଭୟ ସ୍ବାମୀ ଓ ସ୍ତ୍ରୀର ମିଳିତ ଅବଦାନ ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିବ । ଏ ଦିଗରେ ଥିବା ମାନସିକ ପ୍ରତିବନ୍ଧକକୁ ହଟାଇବା ସହ ସମ୍ବେଦନଶୀଳ ବିଷୟଗୁଡିକ ଉପରେ ମୁକ୍ତ ଭାବେ ଆଲୋଚନା କରି ସକରାତ୍ମକ ମନୋଭାବ ଆପଣାଇବାକୁ ହେବ ।

ରଶ୍ମୀ ୱାଧ୍ବା

କନସଲଟାଣ୍ଟ୍ ସାଇକୋଲୋଜିଷ୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.