ETV Bharat / sukhibhava

COVID-19 New Research: ମାଉଥ୍‌ୱାଶ୍‌ରେ ଅଛି କୋଭିଡ୍ ପ୍ରତିରୋଧକ ଶକ୍ତି ! - କୋଭିଡ ଉପରେ ନୂଆ ଅନୁସନ୍ଧାନ

କୋଭିଡ ସଂକ୍ରମଣ ଉପରେ ଏକ ଆଶ୍ଚର୍ଯ୍ୟଜନକ ଅନୁସନ୍ଧାନ କରିଛନ୍ତି ବୈଜ୍ଞାନିକ । ମାଉଥ୍‌ୱାଶ୍ ମାଧ୍ୟମରେ କୋଭିଡ୍ ସଂକ୍ରମଣ ରୋକାଯାଇ ପାରିବ(Compound in some mouthwashes may suppress COVID) । ଅଧିକ ପଢନ୍ତୁ

COVID-19 New Research: ମାଉଥ୍‌ୱାଶ୍‌ରେ ଅଛି କୋଭିଡ୍ ପ୍ରତିରୋଧକ ଶକ୍ତି !

author img

By

Published : Oct 7, 2022, 6:50 AM IST

ଟୋକିଓ: ମାଉଥ୍‌ୱାଶ୍ ରୋକିପାରିବ କୋଭିଡ୍ ସଂକ୍ରମଣ(Compound in some mouthwashes may suppress COVID) ! ଏପରି କିଛି ଆଶ୍ଚର୍ଯ୍ୟଜନକ ଅନୁସନ୍ଧାନ କରିଛନ୍ତି ବୈଜ୍ଞାନିକ । କେତେକ ମାଉଥ୍‌ୱାଶରେ ଏକ କେମିକାଲର ଅନୁସନ୍ଧାନ କରିଛନ୍ତି ବୈଜ୍ଞାନିକ, ଯାହା, କୋଷରେ SARS-CoV-2 ଭୂତାଣୁ ପ୍ରବେଶକୁ ଅବରୋଧ କରି COVID-19 ସଂକ୍ରମଣକୁ ରୋକିପାରିବ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ବଜାରରେ ଉପଲବ୍ଧ ମାଉଥ୍‌ୱାଶ୍‌ରେ ଅନେକ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିଭାଇରାଲ୍ ଉପାଦାନ ରହିଥାଏ, ଯାହା ପାଟିରେ ଥିବା ଅଣୁଜୀବ ବିରୁଦ୍ଧରେ କାର୍ଯ୍ୟ କରିଥାଏ ।

ଏଥିମଧ୍ୟରୁ ଗୋଟିଏ, ମୁଖ୍ୟତଃ ଭୁତାଣୁ ଚାରିପାଖରେ ଥିବା ଲିପିଡ୍ ମେମ୍ବ୍ରେନ୍ ବ୍ୟାହତ କରି ସେଟିଲପାଇରିଡିନିୟମ୍ କ୍ଲୋରାଇଡ୍ (Cetylpyridinium Chloride, CPC) ପାଟିରେ SARS-CoV-2 ଭୂତାଣୁକୁ ରୋକିଥାଏ । ସମାନ ପ୍ରଭାବ ସହିତ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ଥିବାବେଳେ CPCର ସ୍ୱାଦହୀନ ଏବଂ ଦୁର୍ଗନ୍ଧହୀନ ହେବାର ସୁବିଧା ଥିବା ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

ଜାପାନର ହକ୍କାଇଦୋ ୟୁନିଭରସିଟିର ଏକ ଟିମ୍ ସେଠାରେ ଉପଲବ୍ଧ ହେଉଥିବା ମାଉଥ୍‌ୱାଶ୍‌ରେ CPCର ପ୍ରଭାବ ଉପରେ ଅଧ୍ୟୟନ କରିଥିଲେ । ସାଇଣ୍ଟିଫିକ୍ ରିପୋର୍ଟ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ, CPC ପ୍ରୟୋଗର 10 ମିନିଟ୍ ମଧ୍ୟରେ, ଏହାର ମିଲିଲିଟର ପ୍ରତି 3050 ମାଇକ୍ରୋଗ୍ରାମ୍(g/mL) ,କୋଷକୁ SARS-CoV-2 ର ପ୍ରବେଶ ଉପରେ ରୋକ୍ ଲଗାଇଥାଏ । ମାତ୍ର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ବଜାରରେ ଉପଲବ୍ଧ ମାଉଥ୍‌ୱାଶ୍ CPC ଅପେକ୍ଷା ଭଲ ପ୍ରଦର୍ଶନ କରିଥାଏ ।

ଅଧ୍ୟୟନରେ ଏହା ମଧ୍ୟ ଦର୍ଶାଯାଇଛି ଯେ, SARS-CoV-2 ର ଚାରୋଟି ପ୍ରକାର ପ୍ରାଥମିକ ସ୍ତରରେ ଭାଇରାଲ ହୋଇଥିବା ଭୂତାଣୁ, ଆଲଫା, ବିଟା ଏବଂ ଗାମା ଉପରେ ପରୀକ୍ଷଣରୁ ଜଣାପଡିଲା ଯେ, CPC ର ପ୍ରଭାବ ସମସ୍ତ ଷ୍ଟ୍ରେନ୍ ମଧ୍ୟରେ ସମାନ । ଏହି ଅଧ୍ୟୟନରୁ ଜଣାପଡିଛି ଯେ, ମାର୍କେଟରେ ଉପଲବ୍ଧ ହେଉଥିବା ମାଉଥ୍‌ୱାଶ୍‌ରେ CPC ର କମ୍ ଅଂଶ ମଧ୍ୟ SARS-CoV-2 ର ଚାରୋଟି ପ୍ରକାରର ସଂକ୍ରମଣକୁ ରୋକିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.