ETV Bharat / sukhibhava

କୋଭିଡ ଭଳି ମାରାତ୍ମକ CVID, ଜାଣନ୍ତୁ କିପରି ବର୍ତ୍ତିବେ - କଣ ପାଇଁ ହୋଇଥାଏ ସିଭିଆଇଡି

କୋଭିଡ ଭଳି ମାରାତ୍ମକ ହୋଇପାରେ CVID । ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ

CVID
CVID
author img

By

Published : Jun 29, 2023, 5:40 PM IST

ହାଇଦ୍ରାବାଦ: ଗତ ତିନିବର୍ଷ ଧରି କୋଭିଡ ମହାମାରୀ ଦ୍ବାରା ସାରା ବିଶ୍ବ କିଭଳି ଭାବେ କବଳିତ ହୋଇଥିଲା ସେ ବିଷୟରେ ସମସ୍ତେ ଅବଗତ। କୋରୋନା ଭାଇରସ ଗ୍ରାସ କରିବା ଦ୍ବାରା ଶ୍ବାସନଳୀର ସଂକ୍ରମଣ ହେବା ସହ ଅନେକ ଅଙ୍ଗ ମଧ୍ୟ ପ୍ରଭାବିତ ହୋଇଥିଲା । ବର୍ତ୍ତମାନ, ଏହାର ବିପଦ ସର୍ବଭାରତୀୟ ସ୍ତରରେ କମ ରହିଛି । ଆମେ ସମସ୍ତେ COVID ର ବିପଦ ସହିତ ପରିଚିତ କିନ୍ତୁ ଆପଣ CVID ର ସମସ୍ୟା ବିଷୟରେ ଜାଣିଛନ୍ତି କି ?

କହିବାକୁ ଗଲେ ଉଭୟ COVID-19 ଏବଂ CVID ସମସ୍ୟା ରୋଗ ପ୍ରତିରୋଧକ ଶକ୍ତି କମିଯାଇଥିଲେ, ଶୀଘ୍ର ଗ୍ରାସ କରିଥାଏ। COVIDକୁ କୋରୋନା ଭାଇରସ ଡିଜିଡ କୁହାଯାଉଥିବହା ବେଳେ CVID କୁ କମନ୍ ଭେରିଏବଲ୍ ଇମ୍ୟୁନୋଡେଫିସିଏନ୍ସି କୁହାଯାଏ । ଏହା ଏକ ପ୍ରକାର ପ୍ରତିରକ୍ଷା ପ୍ରଣାଳୀ ବ୍ୟାଧି ଯାହା ଶରୀରରେ ପ୍ରୋଟିନର କମ୍ ସ୍ତର ଥାଏ । ଉକ୍ତ ପ୍ରୋଟିନ କୋରୋନା ସଂକ୍ରମଣ ସହ ଲଢିବାରେ ସାହାଯ୍ୟ କରିଥାଏ ।

କମନ୍ ଭେରିଏବଲ୍ ଇମ୍ୟୁନୋଡେଫିସିଏନ୍ସି ବା CVID କଣ?

କମନ୍ ଭେରିଏବଲ୍ ଇମ୍ୟୁନୋଡେଫିସିଏନ୍ସି (CVID) ହେତୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ। ଫଳରେ ବାରମ୍ବାର ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ। ଏହିପରି ବ୍ୟକ୍ତିମାନେ ହଜମ ପ୍ରକ୍ରିୟା, ଅଟୋମ୍ୟୁନି ଡିସଅର୍ଡର୍, ରକ୍ତ ବ୍ୟାଧି ଏବଂ କର୍କଟ ରୋଗର ଆଶଙ୍କା, କାନ ଏବଂ ଶ୍ୱାସକ୍ରିୟାରେ ବାରମ୍ବାର ସଂକ୍ରମଣ ହୋଇଥାଏ। CVID ବଂଶଗତ ରୋଗ ହୋଇପାରେ କିମ୍ବା ଜୀବନଶୈଳୀ ମଧ୍ୟ ପରିବର୍ତ୍ତନ ଯୋଗୁଁ ହୋଇପାରେ। 25 ହଜାର ଲୋକଙ୍କ ମଧ୍ୟରେ ଜଣେ ଏହି ରୋଗର ଶିକାର ହୋଇଥାଆନ୍ତି। ଶିଶୁ କିମ୍ବା କିଶୋର ଅବସ୍ଥାରେ ମଧ୍ୟ ଏହା ଦେଖାଯାଇଥାଏ।

CVIDର ଲକ୍ଷଣ କଣ?

CVID ର ଲକ୍ଷଣଗୁଡ଼ିକ ପ୍ରତ୍ୟକ ବ୍ୟକ୍ତିଙ୍କ ଠାରେ ଭିନ୍ନ ଭିନ୍ନ ହୋଇଥାଏ। ଏହି ସମସ୍ୟା କେତେକାଂଶରେ ଗମ୍ଭୀର ମଧ୍ୟ ହୋଇପାରେ। ଯେହେତୁ ଏହା ପ୍ରତିରକ୍ଷା ପ୍ରଣାଳୀରେ ଦୁର୍ବଳତାର ସମସ୍ୟା, ଏହାର ରୋଗୀମାନଙ୍କରେ ବାରମ୍ବାର ସଂକ୍ରମଣ ହେବାର ଆଶଙ୍କା ଥାଏ।

ଶ୍ବାସକ୍ରିୟାରେ ସମସ୍ୟା ଏବଂ କାଶ ଲାଗି ରହିବା

ଝାଡା ଏବଂ ଓଜନ ହ୍ରାସ ହେବ

ବାରମ୍ବାର କାନ ଏବଂ ନାକରେ ସଂକ୍ରମଣ

ନିମୋନିଆ କିମ୍ବା ବାରମ୍ବାର ଫୁସଫୁସ ସଂକ୍ରମଣ

ମଧୁମେହ ରୋଗୀଙ୍କ କ୍ଷେତ୍ରରେ, ଏହି ସମସ୍ୟା କ୍ଷତ ଆରୋଗ୍ୟକୁ ଆହୁରି ବିଳମ୍ବ କରିପାରେ କିମ୍ବା ବାରମ୍ବାର UTI ସୃଷ୍ଟି କରିପାରେ

କଣ ପାଇଁ ହୋଇଥାଏ ସିଭିଆଇଡି: ଅନୁସନ୍ଧାନକାରୀମାନେ ଅନୁସନ୍ଧାନରୁ ଜାଣିବାକୁ ପାଇଲେ ଯେ ଅଧିକାଂଶ କ୍ଷେତ୍ରରେ ଜେନେଟିକ ପରିବର୍ତ୍ତନ ହେତୁ ଏହି ସମସ୍ୟାର ଆଶଙ୍କା ଥାଏ। ପ୍ରତିରକ୍ଷା ପ୍ରଣାଳୀ ସହିତ ଜିନରେ ଥିବା ତ୍ରୁଟି ଯୋଗୁଁ CVID ହୁଏ। ଏହି ତ୍ରୁଟିଗୁଡିକ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ ଜି (ଆଇଜିଜି) ପ୍ରୋଟିନ୍ ଉତ୍ପାଦନ କମ ହୋଇଯାଇଥାଏ। ରକ୍ତରେ ଆଇଜିଜିର ପରିମାଣ କମ ହେବା କାରଣରୁ ଶରୀରରେ ସଂକ୍ରମଣ ଦାଉରୁ ରକ୍ଷା କରିବାର କ୍ଷମତା କମିଯାଇଥାଏ।

ସିଭିଆଇଡିରୁ କିଭଳି ବର୍ତ୍ତିବେ: CVID ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଡାକ୍ତରମାନେ ସଂକ୍ରମଣକୁ ରୋକିବା ପାଇଁ ଇମ୍ୟୁନୋଗ୍ଲୋବୁଲିନ୍ (ଆଇଜିଜି) ରିପ୍ଲେସମେଣ୍ଟ ଥେରାପି ସୁପାରିଶ କରିପାରନ୍ତି। ଏହି ଥେରାପି ଆଜୀବନ ଜାରି ରହିଥାଏ। ଆଉ କିଛି ସମୟରେ ଏହି ଚିକିତ୍ସା ପାଇଁ ଆଣ୍ଟିବାଓଟିକ ମଧ୍ୟ ଦିଆଯାଥାଏ। ଜେନେଟିକ୍ ବ୍ୟାଧି ହେତୁ ଏହା ଅଧିକ ସଂକ୍ରମଣ ମଧ୍ୟ ହୋଇପାରିଥାଏ। ସୁସ୍ଥ ଖାଦ୍ୟ ଏବଂ ଜୀବନଶୈଳୀକୁ ସଠିକ ରଖିଲେ ଏହି ସମସ୍ୟାକୁ ଏଡାଇ ଦିଆଯାଇପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.