ହାଇଦ୍ରାବାଦ: ବାତ୍ୟା ମିଗଜୋମ୍ ପ୍ରଭାବରେ ଅନେକ ରାଜ୍ୟରେ ଖସିଛି ତାପମାତ୍ରା । ଅନେକ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆଉ କେତେକ ସ୍ଥାନରେ କୋହଲା ପାଗ ରହିଛି । ତେବେ ଶୀତଳ ପବନ ଯୋଗୁଁ ଶ୍ବସନ ସମସ୍ୟା ଦେଖାଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ବିଶେଷକରି ବୃଦ୍ଧା ଏବଂ ଛୁଆମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ସମୟରେ ଆସ୍ଥମା ଏବଂ କ୍ରନିକ ଅବଷ୍ଟ୍ରକ୍ଟିଭ ପଲ୍ମୁନାରି ଡିଜିଜ୍(COPD) ସାଧାରଣ ଅଟେ ।
ପ୍ରକାଶଥାଉକି, COPD ଏକ ଫୁସଫୁସ ସମସ୍ୟା, ଯେଉଁଥିରେ ଫୁସଫୁସ ନଷ୍ଟ ହେବାକୁ ଲାଗେ । ଏହି କାରଣରୁ ପୀଡିତର ହୃଦଘାତ ଏବଂ ଫୁସଫୁସ କ୍ୟାନ୍ସର ଭଳି ଅନେକ ଗୁରୁତର ରୋଗ ହେବାର ଆଶଙ୍କା ମଧ୍ୟ ବଢିଥାଏ । ଯେଉଁ ଲୋକମାନେ ଅଧିକ ଧୂମପାନ କରନ୍ତି, ବାୟୁ ପ୍ରଦୂଷିତ ସ୍ଥାନରେ ବସବାସ କରନ୍ତି କିମ୍ବା କାର୍ଯ୍ୟ କରନ୍ତି, କୌଣସି କାରଣରୁ ଦୀର୍ଘ ସମୟ ଧରି ଧୂଆଁ ସଂସ୍ପର୍ଶରେ ରୁହନ୍ତି, ସେମାନଙ୍କୁ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ । ତେବେ ଏହି ରୋଗରେ ଆକ୍ରାନ୍ତ ହେଲେ ଶ୍ବସନତନ୍ତ୍ରରେ ସମସ୍ୟା, ଥକ୍କା ଲାଗିବା, ନାକ ଏହଂ ଗଳା ଅବରୋଧ ହୋଇଯିବା, ଥଣ୍ଡା, ଜ୍ବର ଏବଂ ଅନାନ୍ୟ ସମସ୍ୟା ଦେଖାଯାଇଥାଏ । ତେବେ ଏହି ଲକ୍ଷଣ ପ୍ରାୟତଃ ନିମୋନିଆ ସହିତ ସମାନ ହୋଇଥାଏ । ବୃଦ୍ଧ ଏବଂ ଛୁଆଙ୍କ ବ୍ୟତୀତ କେତେକ ବୟସ୍କ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ସାମ୍ନାକୁ ଆସୁଛି । ସୂଚନା ଅନୁସାରେ, ଏକ ସପ୍ତାହ ମଧ୍ୟରେ ଅନେକ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଏହା ମଧ୍ୟ ପଢନ୍ତୁ: Summer Season Infections: ଖରାଦିନିଆ ସଂକ୍ରମଣରେ ବିବ୍ରତ କି, ଆପଣାନ୍ତୁ ଏହି ସବୁ ନିୟମାବଳୀ
ସତର୍କତା ଜରୁରୀ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ସାଧାରଣତଃ ଶୀତ ଋତୁରେ ସକାଳ, ସନ୍ଧ୍ୟା ଏବଂ ରାତିରେ ବାହାରକୁ ଯିବା ଅନୁଚିତ। ଶୀତ ଋତୁରେ ବାହାରେ ଭ୍ରମଣ କରିବା ଦ୍ବାରା ଚର୍ମ ଶୁଷ୍କ ହେବା ସହିତ ରାସେସ୍ ଏବଂ ଅନେକ ପ୍ରକାର ଚରମ ସମସ୍ୟା ଦେଖାଯାଇଥାଏ। ତେଣୁ ଏହି ଋତୁରେ ସାଧାରଣ ସାବୁନ ବଦଳରେ ଗ୍ଲିସେରିନ ସାବୁନ ବ୍ୟବହାର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥାଆନ୍ତି । ତେଲ ଯୁକ୍ତ ମଶ୍ଚରାଇଜର ଏବଂ ବଟର ପାଦ ଏବଂ ହାତରେ ଲଗାଇବା ଉଚିତ ଏବଂ ଏହାସହିତ ତ୍ବଚାରେ ଓ୍ବାଚରପ୍ରୁଫ ମଶ୍ଚରାଇଜର ବ୍ୟବହାର କରିବା ଉଚିତ। ଏହାସହିତ ମଇଦା ଏବଂ ଚନ୍ଦନର ବ୍ୟବହାର କରିବା ଅନୁଚିତ। ଅନ୍ୟପଟେ ଏହି ସମୟରେ ଅଧିକ ସମୟ ଗୋଧୋଇବା ମଧ୍ୟ ଉଚିତ ନୁହେଁ ବୋଲି କୁହାଯାଇଛି। ଗୋଧୋଇବା ପରେ କୋମଳ କପଡାରେ ପୋଛିବା ସହିତ ଓଦା ଶରୀରରେ ମଶ୍ଚରାଇଜର ବ୍ୟବହାର କରିବା ଉଚିତ।
ହାଇଦ୍ରାବାଦ କିମ୍ସ ହସ୍ପିଟାଲର ଶ୍ବାସରୋଗ ବିଶେଷଜ୍ଞ ଡାକ୍ତର ରମଣ ପ୍ରସାଦଙ୍କ କହିବା ଅନୁସାରେ, "ଶୀତ ଋତୁରେ ଶ୍ବାସରୋଗକୁ ଅଧିକ ସତର୍କ ରହିବା ଜରୁରୀ ଅଟେ। ଥଣ୍ଡାରେ ପ୍ରାତଃ ଭ୍ରମଣରେ ଯିବା ସମୟରେ କଅଁଳ ଖରାରେ ଯାଆନ୍ତୁ। କାକର ପଡିବା ସମୟରେ ପ୍ରାତଃ ଭ୍ରମଣରେ ଗଲେ ଶରୀର ଉପରେ କୁପ୍ରଭାବ ପଡିବାର ସମ୍ଭାବନା ଅଧିକ ରହିଥାଏ। ବିଶେଷକରି ଯେଉଁମାନେ ସିଓପିଡି ଏବଂ ଆସ୍ଥମାରେ ଆକ୍ରାନ୍ତ ସେମାନେ ଯୋଗ ଏବଂ ବ୍ୟାୟାମ କରିବା ନିହାତି ଆବଶ୍ୟକ। ଘରକୁ ସର୍ବଦା ଧୂଳିମୁକ୍ତ ରଖନ୍ତୁ। କାରଣ ଏହା ଆଲର୍ଜିର କାରଣ ସାଜିବାର ସମ୍ଭାବନା ଅଧିକ ରହିଥାଏ। ଫୁସଫୁସ ସମସ୍ୟା ରହିଥିଲେ ଧୂମ୍ରପାନ ଠାରୁ ଦୂରେଇ ରହିବା ଉଚିତ। ବିଶେଷକରି ଥଣ୍ଡା ପାନୀୟ ଠାରୁ ଦୂରେଇ ରୁହନ୍ତୁ। ଗରମ ପାଣି ଏହଂ ଗରମ ଖାଦ୍ୟ ଖାଆନ୍ତୁ। ଯଦି ଥଣ୍ଡା, କାଶ, ଜ୍ବର ଏବଂ ଗଳାଯନ୍ତ୍ରଣା ଦେଖାଯାଉଛି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ। ଏହାସହ ବାହାରକୁ ଯିବା ସମୟରେ ମୁଣ୍ଡରେ ଟୋପି ଏବଂ ହାତ-ଗୋଡରେ ଗ୍ଲୋବ୍ସ ବ୍ୟବହାର କରନ୍ତୁ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ