ହାଇଦ୍ରାବାଦ: ହୃଦ୍ରୋଗ ହେଉ କି ମଧୁମେହ, ଗଣ୍ଠି ଯନ୍ତ୍ରଣା କିମ୍ବା କର୍କଟ, ଅଧିକାଂଶ ରୋଗ ମୋଟାପଣ ସହ ଜଡିତ ରହୁଛି । ମେଦବହୁଳତା ଅନେକ ରୋଗର ଆଶଙ୍କା ବଢାଇଦିଏ । ଡାକ୍ତରମାନେ ସର୍ବଦା ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଅନ୍ତି । ମେଦବହୁଳତାକୁ ନିୟନ୍ତ୍ରଣରେ ରଖିପାରିଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇପାରିବ । ଏଥିପାଇଁ ଜୀବନଶୈଳୀରେ ପରିବର୍ତ୍ତନ ନିହାତି ଆବଶ୍ୟକ । ଜୀବନଶୈଳୀ ଏବଂ ଖାଦ୍ୟପେୟରେ କେତକ ପରିବର୍ତ୍ତନ ଆଣିପାରିଲେ ମେଦବହୁଳତା ଦୂର ହୋଇଯିବ । ଏହା ବ୍ୟତୀତ ଶାରୀରିକ କାର୍ଯ୍ୟକଳାପ ନିହାତି ଆବଶ୍ୟକ । କେତେକ ସହଜ ଏକ୍ସରସାଇଜ୍(ବ୍ୟାୟାମ) ରହିଛି, ଯାହା ମେଦବହୁଳତାକୁ ଦୂର କରିପାରିବ ।
ପାହାଚ ଚଢିବା-ପାହାଚ ଚଢିବା ମଧ୍ୟ ଶାରୀରିକ କାର୍ଯ୍ୟକଳାପର ଏକ ଅଂଶ । ଶରୀରର ଗତି ପାଇଁ ଏହା ଅତି ସହଜ ଏବଂ ପ୍ରଭାବଶାଳୀ ଉପାୟ । ଆଜିକାଲି ଅଧିକାଂଶ ଲୋକ ଲିଫ୍ଟ ଏବଂ ଏସ୍କାଲେଟର ବ୍ୟବହାର କରନ୍ତି, ଯେଉଁ କାରଣରୁ ସେମାନଙ୍କର ସାଧାରଣ ଶାରୀରିକ କାର୍ଯ୍ୟକଳାପ ସମ୍ଭବ ହେଉନାହିଁ । ନିୟମିତ ପାହାଚ ଚଢିବା ଦ୍ୱାରା ବୃଦ୍ଧାବସ୍ଥା ସହିତ ମାଂସପେଶୀ ସମସ୍ୟା ଏବଂ ଶାରୀରିକ ଦୁର୍ବଳତା ସହଜରେ ଦୂର ହୋଇପାରିବ । ଏହି କାର୍ଯ୍ୟକଳାପ କେବଳ ଆପଣଙ୍କୁ ଶାରୀରିକ ଭାବରେ ସକ୍ରିୟ ରଖିବା ପାଇଁ କାର୍ଯ୍ୟ କରିବ ନାହିଁ, ବରଂ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହେବ ।
ଏହା ମଧ୍ୟ ପଢନ୍ତୁ:- H3N2 Virus Scare: ବଢୁଛନ୍ତି ସଂକ୍ରମିତ, ଭୟଭୀତ ନହୋଇ ମାନନ୍ତୁ ଏହି ନିୟମ
ଏହା ସହ ଅସ୍ୱାସ୍ଥ୍ୟକର ଖାଦ୍ୟ ସାମଗ୍ରୀଠାରୁ ମଧ୍ୟ ଦୂରରେ ରହିବାକୁ ପଡିବ । ପୁରୁଷ ଏବଂ ମହିଳାଙ୍କ ଉପରେ କରାଯାଇଥିବା ଦୁଇଟି ପୃଥକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ପ୍ରତିଦିନ ପାହାଚ ଚଢୁଥିଲେ ସେମାନଙ୍କ ମେଟାବୋଲିକ୍ ସିଣ୍ଡ୍ରୋମ ହେବାର ସମ୍ଭାବନା କମ୍ ଥିଲା । ଏହା ବ୍ୟତୀତ ପାହାଚ ଚଢିବା ମଧ୍ୟ ଏଣ୍ଡୋରଫିନ୍ ମୁକ୍ତ କରିଥାଏ ଏବଂ ଶକ୍ତି ସ୍ତରକୁ ବଢାଇଥାଏ । ପାହାଚ ଚଢିବା ଦ୍ବାରା ଅନ୍ୟାନ୍ୟ କି କି ଉପକାରିତା ମିଳିଥାଏ, ଜାଣନ୍ତୁ...
ହୃଦଘାତର ଆଶଙ୍କା କମ୍ ରହିଥାଏ । ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହେ । ପାହାଚ ଚଢିବା ମେଟାବୋଲିକ୍ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ, ଯାହାର ଅର୍ଥ ହୃଦଘାତର ଆଶଙ୍କା କମ୍ ହୋଇଥାଏ ।
ପାହାଚ ଚଢିବା ଅନେକ ରୋଗର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରେ । ମାତ୍ର ଏହା ବ୍ୟକ୍ତିଙ୍କ ବୟସ ଉପରେ ନିର୍ଭର କରେ ।
Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।