ETV Bharat / sukhibhava

Cinnamon Benefits: ସ୍ମୃତିଶକ୍ତି ଦୁର୍ବଳତାକୁ ଦୂର କରିପାରେ ଡାଲଚିନି - ସ୍ମୃତିଶକ୍ତି ଉପରେ ଡାଲଚିନି ପ୍ରଭାବ

ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ବ୍ୟବହୃତ ଡାଲଚିନିରେ ରହିଛି ଅନେକ ଉପକାରୀ ଗୁଣ, ଜାଣନ୍ତୁ କଣ ।

Cinnamon
Cinnamon
author img

By

Published : Feb 8, 2023, 1:15 PM IST

ହାଇଦ୍ରାବାଦ: ଭାରତୀୟ ଖାଦ୍ୟରେ ଡାଲଚିନି ଏକ ମସଲା ଭାବେ ବେଶ୍ ଜଣାଶୁଣା । ଏହା କେବଳ ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରେ ନାହିଁ, ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି । ଓଜନ ହ୍ରାସ ବ୍ୟତୀତ ଚାପରୁ ମୁକ୍ତି, ପେଟ ସଫା ଏବଂ ମୁଣ୍ଡ ବ୍ୟଥା ଭଳି ସମସ୍ୟାରୁ ଆରାମ ଦେଇଥାଏ ଡାଲଚିନି । କେବଳ ଏତିକି ନୁହେଁ, ଏହା ପିଲାମାନଙ୍କ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଡାଲଚିନିର ଆଉ ସବୁ କି କି ଉପକାରୀ ଗୁଣ ରହିଛି ଏବଂ ଏହାର ବ୍ୟବହାର କିପରି କରିବେ...

ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ, ଦୁର୍ବଳ ଛାତ୍ରମାନଙ୍କୁ ପଢା ପ୍ରତି ଆକୃଷ୍ଟ କରିବା ଏବଂ ସେମାନଙ୍କ ସ୍ମୃତିଶକ୍ତି ବୃଦ୍ଧି ପାଇଁ ଡାଲଚିନି ଏକ ଉତ୍ତମ ଉତ୍ସ । ସ୍ମୃତି ଏବଂ ଶିକ୍ଷଣ ଦକ୍ଷତାକୁ ଉନ୍ନତ କରିବା ପାଇଁ ଡାଲଚିନି ଖୁବ୍ ପ୍ରଭାବଶାଳୀ । ଅନୁସନ୍ଧାନକାରୀ ମୂଷାମାନଙ୍କ ଉପରେ ଏହି ଅନୁସନ୍ଧାନ କରିଥିଲେ । ଏଥିରୁ ଜଣାଗଲା ଯେ, ଯେଉଁ ମୂଷାମାନଙ୍କୁ ଡାଲଚିନି ଖାଇବାକୁ ଦିଆଯାଉଥିଲା ସେମାନଙ୍କ ସ୍ମୃତିଗତ ଶକ୍ତି ଉନ୍ନତ ହୋଇଥିଲା । ଏହି ଅନୁସନ୍ଧାନରୁ ଆହୁରି ମଧ୍ୟ ଜଣାଯାଇଛି ଯେ, ଯେଉଁ ଛାତ୍ରମାନେ ଉନ୍ନତ ଶ୍ରେଣୀର ସେମାନଙ୍କ ସ୍ମୃତି ଶକ୍ତି ଉପରେ ଡାଲଚିନିର କୌଣସି ପ୍ରଭାବ ପଡେନାହିଁ ।

ଏହା ମଧ୍ୟ ପଢନ୍ତୁ:-ସାବଧାନ ! ହଜମ ପ୍ରକ୍ରିୟାରେ ଏହି ସବୁ ସମସ୍ୟା ଫ୍ୟାଟି ଲିଭର ରୋଗର ସଙ୍କେତ

ସେହିପରି ଆହୁରି ମଧ୍ୟ ଜଣାଯାଇଛି ଯେ, ଡାଲଚିନି ଖାଇବା ଦ୍ବାରା ମଧୁମେହ, କୋଲେଷ୍ଟ୍ରୋଲ, ବ୍ରଣ, ମୁଖଗହ୍ବର, ମାଇଗ୍ରେନ ଇତ୍ୟାଦି ଦୂର ହୋଇଥାଏ । ମାଇଗ୍ରେନରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଡାଲଚିନି ବେଶ୍ ଉପକାରୀ ହୋଇପାରେ । ପ୍ରଥମେ କହି ରଖୁଛୁ ଯେ, ଗୋଟିଏ ପାଖ ମୁଣ୍ଡବିନ୍ଧା ହେଉଛି ମାଇଗ୍ରେନ । ଏହାଦ୍ବାରା ଅଳସୁଆ ଲାଗିବା ସହ ବାନ୍ତି ହୋଇଥାଏ । ଏହି ସମସ୍ୟାରେ ଅଧିକାଂଶ ଲୋକେ ସମ୍ମୁଖୀନ ହୋଇଥାନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ମେଡିସିନ୍ ଅପେକ୍ଷା ଖାଦ୍ୟପେୟରେ ଧ୍ୟାନ ଦେବା ସବୁଠୁ ଗୁରୁତ୍ବପୂର୍ଣ୍ଣ ।

ଏହା ମଧ୍ୟ ପଢନ୍ତୁ:- ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଇସ୍ରୋକୁ ସହାୟତାର ହାତ ବଢାଇଲା ନାସା

କେମିତି କରିବେ ଡାଲଚିନିର ବ୍ୟବହାର

ମାଇଗ୍ରେନ ସମସ୍ୟା ପାଇଁ ପ୍ରଥମେ ଡାଲଚିନି ଗୁଣ୍ଡ କରି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ମୁଣ୍ଡରେ ଲଗାଇ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ଅଧଘଣ୍ଟା ପରେ ଏହାକୁ ଗରମ ପାଣିରେ ଧୋଇଦିଅନ୍ତୁ । ନିୟମିତ ଭାବେ ଏପରି କରିବା ଦ୍ବାରା ମୁଣ୍ଡବିନ୍ଧା କମିଯଇଥାଏ । ନଚେତ୍ ଡାଲଚିନି ପାଉଡରକୁ ପ୍ରତିଦିନ ଥଣ୍ଡା ପାଣିରେ 3 ରୁ 4 ଥର ପିଇପାରିବେ ।

Disclaimer: ଉପରସ୍ଥ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ଖାଦ୍ୟ ଔଷଧ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଗ୍ରହଣ କରିବା ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.