ହାଇଦ୍ରାବାଦ: କେବେ ଠାରୁ ବୟସ ବୃଦ୍ଧି ହେବା ଜାଣିଛନ୍ତି କି? କିଛି ଜଣ ମାଆ ପେଟରେ ହିଁ ବୟସ ବୃଦ୍ଧି ହୋଇଥାଏ ବୋଲି ଭାବୁଥିବା ବେଳେ ଆଉ କିଛି ଜଣ ଜନ୍ମ ହେବା ପରେ ବୟସ ବୃଦ୍ଧି ହୋଇଥାଏ ବୋଲି ଭାବି ଥାଆନ୍ତି। ସୁସ୍ଥ ରହିବା ଏବଂ ଅକାଳ ବୃଦ୍ଧାବସ୍ଥାକୁ ରୋକିବାରେ ଅନେକ କାରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ କମ ବୟସରୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା, କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା, ପୁଷ୍ଟିକର ଖାଦ୍ୟ ଖାଇବା ସହିତ ନିୟମିତ ବ୍ୟାୟାମ କରିବା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି । ଛୋଟଛୁଆଙ୍କ କ୍ଷେତ୍ରରେ ମେଦ ବହୁଳତା ଏକ ସମସ୍ୟା ହୋଇଥିବା ବେଳେ ଏଭଳି ପନ୍ଥା ଆପଣାଇବା ଉଚିତ ବୋଲି କୁହାଯାଇଛି ।
ମେଦ ବହୁଳତା ଛୋଟ ଛୁଆଙ୍କ ସ୍ବାସ୍ଥ୍ୟ ଏବଂ ଦୈନନ୍ଦିନ କାର୍ଯ୍ୟକଳାପକୁ ଯଥେଷ୍ଟ ପ୍ରଭାବିତ କରିଥାଏ। ଛୋଟ ଛୁଆଙ୍କ କ୍ଷେତ୍ରରେ ମୋଟାପଣ ଏବଂ ଓଜନ ବୃଦ୍ଧି ପାଇଁ ଅନେକ କାରଣ ଦାୟୀ ହୋଇଥାଏ। ତେବେ ସମୟ ପୂର୍ବରୁ ଏହାକୁ ଗୁରତ୍ବର ସହ ନେଇ ସଚେତନ ହେବା ଆବଶ୍ୟକ ବୋଲି କୁହାଯାଇଛି।
- ଖାଦ୍ୟାଭ୍ୟାସ: ଆଜିକା ସମୟରେ ଛୋଟଛୁଆଙ୍କ ଖାଦ୍ୟାଭ୍ୟାସରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଉଚ୍ଚ କ୍ୟାଲୋରୀ, କମ୍ ପୁଷ୍ଟିକର ଏବଂ ଅଧିକ ଶର୍କରା ଯୁକ୍ତ ଖାଦ୍ୟ ପଦାର୍ଥର ବ୍ୟବହାର ବୃଦ୍ଧି ପାଇଛି । ଏହା ଦ୍ବାରା ଛୁଆଙ୍କ କ୍ଷେତ୍ରରେ ଓଜନ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ । ଏହାସହିତ ଜଙ୍କଫୁଡ ପ୍ରମୁଖ ସମସ୍ୟା ଅଟେ ।
- ଉଦ୍ୟମର ଅଭାବ: ମୋଟାପଣର ଏହା ହେଉଛି ଏକ ପ୍ରମୁଖ କାରଣ । ବର୍ତ୍ତମାନ ସମୟରେ ଛୁଆମାନେ ପୂର୍ବ ଅପେକ୍ଷା କମ ଖେଳ କୁଦ କରୁଛନ୍ତି। ସକାଳେ ସ୍କୁଲ ଯିବା, ହୋମୱାର୍କ କରିବା, ଘରକୁ ଆସିବା ପରେ ଟ୍ୟୁସନ କିମ୍ବା ଫୋନରେ ଅଧିକ ସମୟ ବିତାଉଛନ୍ତି। ଫଳରେ ଶାରୀରିକ କାର୍ଯ୍ୟକଳାପର ଅଭାବ ଦେଖାଯିବା କାରଣରୁ ଓଜନ ବୃଦ୍ଧି ହେଉଛି।
- ଜେନେଟିକ୍: ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ କିଛି ଛୁଆଙ୍କ ମୋଟା ହେବା ପଛରେ ଜେନେଟିକ ଦାୟୀ ରହିଥାଏ। ହଜମ ଶକ୍ତି କମ୍ ହେବା ସହିତ ଚର୍ବି ବୃଦ୍ଧି ପାଇଥାଏ।
- ପାରିବାରିକ ଜୀବନଶୈଳୀ: ବୟସ୍କମାନଙ୍କ ଜୀବନଶୈଳୀ ଛୁଆମାନଙ୍କୁ ପ୍ରଭାବିତ କରିଥାଏ । ପିଲାମାନେ ଘରେ ବୟସ୍କମାନଙ୍କୁ ଦେଖି ଶିଖି ଥାଆନ୍ତି । ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ଏବଂ ଅଳସୁଆମୀ ପିଲାମାନଙ୍କୁ ମଧ୍ୟ ପ୍ରଭାବିତ କରିଥାଏ।
- ମାନସିକ ଚାପ: ସାଧାରଣତଃ ବାପା-ମାଆ ଛୁଆକୁ ଅନ୍ୟମାନଙ୍କ ସହିତ ତୁଳନା କରିଥାଆନ୍ତି। ଏହା ଦ୍ବାରା ଚାପ ଏବଂ ଚିନ୍ତା ବୃଦ୍ଧି ପାଇଥାଏ। ଫଳରେ ଛୁଆଙ୍କୁ ଅଧିକ ଖାଇବା ପାଇଁ ଇଚ୍ଛା ହୋଇଥାଏ। ଯାହାକି ଓଜନ ବୃଦ୍ଧିର କାରଣ ସାଜିପାରେ।
- ପାରିପାର୍ଶ୍ବିକ ପ୍ରଭାବ: ଆବାସିକ ଅଞ୍ଚଳରେ ସୁସ୍ଥ ଖାଦ୍ୟର ଅଭାବ ଏବଂ ଖେଳିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିନଥାଏ। ଫଳରେ ପିଲାମାନଙ୍କ ଶାରୀରିକ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିଥାଏ।
- ଅନିଦ୍ରା: ଟିଭି ଏବଂ ଫୋନରେ ଅଧିକ ସମୟ ବିତାଇ ଛୁଆମାନେ ବହୁ ବିଳମ୍ବରେ ଶୋଇଥାଆନ୍ତି। ଏହା ଦ୍ବାରା ପାକସ୍ଥଳୀରେ ହରମୋନ ସନ୍ତୁଳିତ ଅବସ୍ଥାରେ ରୁହେ ନାହିଁ। ଭୋକ ବଢିବା ସହିତ ଓଜନ ବୃଦ୍ଧି ହୋଇଥାଏ।
ଏହା ମଧ୍ୟ ପଢନ୍ତୁ: ରାଜ୍ୟର ୩.୫% ପିଲା ମୋଟାପଣର ଶିକାର ହେଉଛନ୍ତି: ସର୍ଭେ ରିପୋର୍ଟ
ସମସ୍ୟାରୁ କିଭଳି ବର୍ତ୍ତିବେ: ଛୋଟ ଛୁଆମାନେ ମେଦ ବହୁଳତାଠାରୁ ଦୂରେଇ ରହିବା ଜରୁରୀ ଅଟେ । ତେଣୁ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ। ଛୋଟ ଛୁଆମାନଙ୍କ ଠାରୁ ଜଙ୍କ ଫୁଡକୁ ଦୂରେଇ ରଖିବା ଉଚିତ। ଅଧିକ ଫଳ, ପନିପରିବା, ଶସ୍ୟ ଏବଂ କ୍ଷୀର ପିଅନ୍ତୁ। ଅଣ୍ଡା, ମାଛ ଏବଂ ଚିକେନ୍ ଖାଇବାକୁ ଦେବା ସତ୍ତ୍ବେ ମଧ୍ୟ ମସଲା ଠାରୁ ଦୂରେଇ ରଖିବା ଉଚିତ। ସାଧାରଣତଃ ଛୁଆମାନେ ବୟସ୍କଙ୍କୁ ଦେଖି ଶିଖି ଥାଆନ୍ତି। ତେଣୁ ପରିବାରର ବୟୋଜ୍ୟେଷ୍ଠ ସୁସ୍ଥ ଏବଂ ପୃଷ୍ଟକର ଖାଦ୍ୟ ଖାଇବା ଜରୁରୀ ଅଟେ।
- ଫୋନ୍, ଟ୍ୟାବ୍, ଟିଭି ଏବଂ କମ୍ପ୍ୟୁଟର ଦେଖିବା ପାଇଁ ସମୟସୀମା ସ୍ଥିର କରିବା ଉଚିତ । ଯଥାସମ୍ଭବ ବାହରକୁ ଖେଳିବା ପାଇଁ ଉତ୍ସାହିତ କରିବା ଉଚିତ ।
- ଜଙ୍କ ଫୁଡ ଏବଂ ଫାଷ୍ଟଫୁଡ୍ ବାହାରେ ନଖାଇ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ ଅଟେ । ଫଳ ଏବଂ କଦଳୀକୁ ସ୍ନାକ୍ସ ଭାବରେ ମଧ୍ୟ ଦିଆଯାଇପାରେ ।
- ସୋଡ଼ା, ମିଠା ପାନୀୟ ଏବଂ ଶର୍କରା ଫଳ ରସଠାରୁ ଦୂରତା ଜରୁରୀ ।
- ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ଉଚିତ୍ । ଉଚ୍ଚତା ଅନୁସାରେ ଓଜନ ରହିବା ଜରୁରୀ ଅଟେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ