ETV Bharat / sukhibhava

World Cerebral Palsy Day: ଘୃଣା ନୁହେଁ, ସେରିବ୍ରାଲ ପାଲସିକୁ ନେଇ ସଚେତନତା ଜରୁରୀ - ସେରିବ୍ରାଲ ପାଲସି କଣ

ସ୍ନାୟୁଗତ ବ୍ୟାଧି ସେରିବ୍ରାଲ ପାଲସି କିମ୍ବା ସିପି ବିଷୟରେ ବିଶ୍ବର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ 6 ଅକ୍ଟୋବରରେ ବିଶ୍ୱ ସେରିବ୍ରାଲ ପାଲସି ଦିବସ ପାଳନ କରାଯାଇଥାଏ। ତେବେ ଜାଣନ୍ତୁ କଣ ଏହି ରୋଗ

World Cerebral Palsy Day
World Cerebral Palsy Day
author img

By ETV Bharat Odisha Team

Published : Oct 6, 2023, 11:27 AM IST

ହାଇଦ୍ରାବାଦ: ଆଜି ବିଶ୍ବ ସେରିବ୍ରାଲ ପାଲସି(ପିସି) ଦିବସ। ତେବେ ପିସି ହେଉଛି ଏକ ସ୍ନାୟୁଗତ ବ୍ୟାଧି । ଜନ୍ମ ସମୟରେ କୌଣସି ଶାରୀରିକ ସମସ୍ୟା କିମ୍ବା ମସ୍ତିଷ୍କରେ ଆଘାତ ଲାଗିବା ଦ୍ବାରା କିମ୍ବା ମସ୍ତିଷ୍କରେ ଆଘାତ ଲାଗିହା ଦ୍ବାରା ଏହି ସମସ୍ୟା ଦେଖାଯାଇଥାଏ । ଯାହା ଫଳରେ ଜଣେ ଶିଶୁ ଶାରୀରିକ ଅକ୍ଷମ ହୋଇଯାଇଥାଏ ଏବଂ ସାଧାରଣ ଜୀବନଯାପନ କରିବା ପାଇଁ ସକ୍ଷମ ହୁଏ ନାହିଁ । କେତେକ କ୍ଷେତ୍ରରେ ଏହି ବ୍ୟାଧିରେ ଆକ୍ରାନ୍ତ ଶିଶୁ ଅନେକ କାର୍ଯ୍ୟ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ ।

କହିବାକୁ ଗଲେ ଆଜି ମଧ୍ୟ ଅନେକ ସେରିବ୍ରାଲ ପାଲସି ବିଷୟରେ ଅବଗତ ନାହାନ୍ତି। ଯେଉଁଥିପାଇଁ ପୀଡିତାଙ୍କୁ ଅନେକ ଉପାୟରେ ଏହାର ପରିଣାମ ସହିବାକୁ ପଡିଥାଏ। ଏଭଳି ପରିସ୍ଥିତିରେ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ନୁହେଁ ବରଂ ରୋଗରେ ପୀଡିତ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ସେମାନଙ୍କ ଜୀବନକୁ ସରଳ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 6 ତାରିଖକୁ ବିଶ୍ବ ସେରିବ୍ରାଲ ପାଲସି ଦିବସ ଭାବେ ପାଳନ କରାଯାଏ ।

ସେରିବ୍ରାଲ ପାଲସି କଣ?: ସେରିବ୍ରାଲ ପାଲସିକୁ ଶାରୀରିକ ଅକ୍ଷମତା ବର୍ଗରେ ରଖାଯାଇଥାଏ। କାରଣ ଏହି ବ୍ୟାଧିରେ ପୀଡିତ ବ୍ୟକ୍ତି ସାଧାରଣତଃ ଚାଲିବା, କହିବା ଏବଂ ଶିଖିବାରେ ଅସୁବିଧାର ସମ୍ମୁଖୀନ କରିଥାଆନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ, ସାରା ବିଶ୍ବରେ 17 ମିଲିୟନରୁ ଅଧିକ ଲୋକ ସେରେବ୍ରାଲ୍ ପାଲସିରେ ପୀଡିତ। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ ବିଭାଗ- ସିଡିସି ଅନୁଯାୟୀ, ପ୍ରତି 1000 ଶିଶୁଙ୍କ ମଧ୍ୟରୁ ଜଣେ କିମ୍ବା 2ଜଣ ଶିଶୁକୁ ସେରିବ୍ରାଲ ପାଲସି ପ୍ରଭାବିତ କରିଥାଏ। ତେବେ ସମୟ ପୂର୍ବରୁ ଜନ୍ମ ହେଉଥିବା ଶିଶୁ ଏହି ରୋଗରେ ଅଧିକ ଶିକାର ହୁଅନ୍ତି। 100 ଶିଶୁଙ୍କ ମଧ୍ୟରୁ 15 ଜଣଙ୍କୁ ଏହା ପ୍ରଭାବିତ କରିଥାଏ। ବିଶେଷକରି ଯେଉଁ ଛୁଆଙ୍କର ଜନ୍ମ ଓଜନ ଅଧିକ ସେମାନଙ୍କୁ ଏହି ବ୍ୟାଧି ହେବାର ସମ୍ଭାବନା ଅଧିକ ରହିଥାଏ। ଗର୍ଭଧାରଣ ସମୟରେ, ଜନ୍ମ ସମୟରେ, ଜନ୍ମ ପରେ କିମ୍ବା ବାଲ୍ୟକାଳରେ ଶିଶୁରେ ସେରିବ୍ରାଲ ପାଲସି ହୋଇପାରେ ।

ସେରିବ୍ରାଲ ପାଲସି କିମ୍ବା ସିପି କେବଳ ଗୋଟିଏ ବ୍ୟାଧି ନୁହେଁ ବରଂ ମସ୍ତିଷ୍କର କିଛି ଅଂଶରେ କ୍ଷତି ହେତୁ ଦେଖାଯାଇଥାଏ। ଯାହାକି ମାଂସପେଶୀର ଗତିକୁ ନିୟନ୍ତ୍ରଣ କରିଥାଏ। ଗର୍ଭାବସ୍ଥା ସମୟରେ କୌଣସି ସଂକ୍ରମିତ ରୋଗ, ଶରୀରରେ ପୋଷକ ତତ୍ତ୍ବର ଅଭାବ, ମଧୁମେହ, ଥାଇରଏଡ କିମ୍ବା ଜେନେଟିକ ସମସ୍ୟା ରହିଥିଲେ ଶିଶୁଙ୍କ ଠାରେ ସେରିବ୍ରାଲ ପାଲସି ହେବାର ସମ୍ଭାବନା ଅଧିକ ରହିଥାଏ। ଏହି ରୋଗରେ ଆକ୍ରନ୍ତ ହେବା ପରେ ଅନେକ ଶାରୀରିକ ଲକ୍ଷଣ ଦେଖାଯାଇଥାଏ। ଶାରୀରିକ ଗଠନ ଭିନ୍ନ ହେବା, ଅଙ୍ଗର ବିକାଶ ନହେବା, ଠିକ ଭାବେ ଚାଲିନପାରିବା, କୌଣସି କାମ କରିବା ପାଇଁ ଅକ୍ଷମ ହେବା, ପାଟିରୁ ଅଧିକ ଲାଳ ବାହାରିବା ଭଳି ସମସ୍ୟା ଦେଖାଯାଇଥାଏ।

ଏହା ମଧ୍ୟ ପଢନ୍ତୁ: World Cerebral Palsy Day 2022: ଭିନ୍ନ ଆଚରଣ କରୁଥିବା ପିଲାଙ୍କୁ ଘୃଣା ନୁହେଁ ଚିକିତ୍ସା ଜରୁରୀ

ଉଦ୍ଦେଶ୍ୟ, ମହତ୍ବ ଏବଂ ଇତିହାସ: ସେରିବ୍ରାଲ ପାଲସି ରୋଗର କାରଣ ଏବଂ ଲକ୍ଷଣ ବିଷୟରେ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟ ନୁହେଁ, ବରଂ ସିପିରେ ପୀଡିତଙ୍କୁ ଆତ୍ମନିର୍ଭରଶୀଳ କରିବା, ଜୀବନଶୈଳୀରେ ଉନ୍ନତି ଆଣିବା ଏବଂ ସେମାନଙ୍କୁ ନାଗରିକ ତଥା ମାନବିକ ଅଧିକାର ପ୍ରଦାନ କରିବାରେ ସାହାଯ୍ୟ କରିବା ଆଜି ଦିନ ପାଳନ କରିବାର ଉଦ୍ଦେଶ୍ୟ ଅଟେ। ସେମାନଙ୍କୁ ସାହାଯ୍ୟ କରିବା, ଡାକ୍ତରୀ ତଥା ଅନ୍ୟାନ୍ୟ ଆବଶ୍ୟକୀୟ ଚିକିତ୍ସା ତଥା ଥେରାପି ଉପଲବ୍ଧ କରାଇବା ଏବଂ ସାଧାରଣ ଲୋକଙ୍କୁ ପୀଡ଼ୀତମାନଙ୍କୁ ସାହାଯ୍ୟ କରିବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ 6 ଅକ୍ଟୋବରରେ ସେରିବ୍ରାଲ ପାଲସି ଦିବସ ପାଳନ କରାଯାଏ । ସୂଚନା ଅନୁସାରେ ପ୍ରଥମେ 2012 ମସିହାରେ ପ୍ରଥମ ଥର ପାଇଁ ସେରିବ୍ରାଲ ପାଲସି ଏଲାୟନ୍ସ ଅକ୍ଟୋବର 6 ତାରିଖରେ ବିଶ୍ୱ ସେରିବ୍ରାଲ ପାଲସି ଦିବସ ପାଳନ କରିଥିଲା । ସାରା ବିଶ୍ୱରେ ସେରେବ୍ରାଲ୍ ପାଲସିରେ ପୀଡ଼ିତ ଶିଶୁ ଏବଂ ବୟସ୍କମାନଙ୍କୁ ସମାନ ଅଧିକାର ପ୍ରଦାନ କରିବା ସହ ସେମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.