ETV Bharat / sukhibhava

ପୁରୁଷ ବନ୍ଧ୍ୟାର କାରଣ ଜିନ୍ ! 8ଟି ତୃଟିଯୁକ୍ତ ଜିନ୍ ଚିହ୍ନଟ କଲେ ବୈଜ୍ଞାନିକ - ପୁରୁଷ ବନ୍ଧ୍ୟା ଉପରେ ବୈଜ୍ଞାନିକଙ୍କ ରିସର୍ଚ୍ଚ

ପୁରୁଷ ପ୍ରଜନନ କ୍ଷେତ୍ରରେ ସମସ୍ୟା ବା ପୁରୁଷ ବନ୍ଧ୍ୟା ପାଇଁ ସୃଷ୍ଟି କରୁଥିବା 8ଟି ନୋବେଲ୍ ତୃଟିଯୁକ୍ତ ଜିନ୍ ଚିହ୍ନଟ(8 novel genes responsible for male infertility) କଲେ ବୈଜ୍ଞାନିକ, ଯାହା ବାବଦରେ ପୂର୍ବରୁ ପୁରୁଷ ପ୍ରଜନନ କ୍ଷେତ୍ରରେ ସେମାନଙ୍କର ଭୂମିକା ବାବଦରେ ଜଣାପଡିନଥିଲା ।

8ଟି ତୃଟିଯୁକ୍ତ ଜିନ୍ ଚିହ୍ନଟ କଲେ ବୈଜ୍ଞାନିକ
8ଟି ତୃଟିଯୁକ୍ତ ଜିନ୍ ଚିହ୍ନଟ କଲେ ବୈଜ୍ଞାନିକ
author img

By

Published : Sep 8, 2022, 3:21 PM IST

Updated : Sep 9, 2022, 9:36 AM IST

ହାଇଦ୍ରାବାଦ: ପ୍ରଜନନଗତ ସମସ୍ୟା ଅଧା ଭାଗ ପୁରୁଷଙ୍କ ଠାରେ ଦେଖାଯାଇଥାଏ । ଏ ଉପରେ ଅନୁସନ୍ଧାନ କରି ନୂଆ ତଥ୍ୟ ବାହାର କରିଛନ୍ତି CSIR- ସେଣ୍ଟର ଫର ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (CCMB)ର ବୈଜ୍ଞାନିକମାନେ । ପୁରୁଷ ପ୍ରଜନନ କ୍ଷେତ୍ରରେ ସମସ୍ୟା ବା ପୁରୁଷ ବନ୍ଧ୍ୟା ପାଇଁ ସୃଷ୍ଟି କରୁଥିବା 8ଟି ନୋବେଲ୍ ତୃଟିଯୁକ୍ତ ଜିନ୍ ଚିହ୍ନଟ କରିଛନ୍ତି ବୈଜ୍ଞାନିକ(8 novel genes responsible for male infertility ), ଯାହା ବାବଦରେ ପୂର୍ବରୁ ପୁରୁଷ ପ୍ରଜନନ କ୍ଷେତ୍ରରେ ସେମାନଙ୍କର ଭୂମିକା ବାବଦରେ ଜଣାପଡିନଥିଲା ।

ଯେଉଁ ଆଠଟି ଜିନ୍ ଚିହ୍ନଟ ହୋଇଛି, ସେଗୁଡିକ ହେଲା(BRDT, CETN1, CATSPERD, GMCL1, SPATA6, TSSK4, TSKS ଏବଂ ZNF318) ସେଥିରେ Mutation(DNA ର ଏକ ପରିବର୍ତ୍ତନ) ହୋଇ ପୁରୁଷ ବନ୍ଧ୍ୟାତ୍ୱର ଶୁକ୍ରାଣୁ ଉତ୍ପାଦନରେ ବାଧା ସୃଷ୍ଟି କରିଥାଏ" ବୋଲି ମୁଖ୍ୟ ଅନୁସନ୍ଧାନକାରୀ ଏବଂ ବର୍ତ୍ତମାନ ଡିଏନ୍ଏ ଫିଙ୍ଗର ପ୍ରିଣ୍ଟିଂ ଏବଂ ଡାଇଗ୍ନୋଷ୍ଟିକ୍(CDFD) ର DBT- କେନ୍ଦ୍ରର ନିର୍ଦ୍ଦେଶକ ଥାଙ୍ଗରାଜ କହିଛନ୍ତି ।

ଅନୁସନ୍ଧାନକାରୀମାନେ ଆଠଟି ଜିନ୍ ମଧ୍ୟରୁ ଗୋଟିଏରେ ମ୍ୟୁଟେସନ ଉପରେ ବର୍ଣ୍ଣନା କରିଛନ୍ତି... ‘ସେଣ୍ଟ୍ରିନ୍’ ’(CETN1), ଶୁକ୍ରାଣୁ ଉତ୍ପାଦନ ଉପରେ କିପରି ମ୍ୟୁଟେସନ ହୁଏ ତାହା ବୁଝିବା ପାଇଁ ସେଲ୍ୟୁଲାର୍ ମଡେଲଗୁଡିକରେ ସେମାନେ ଏହି ପରିବର୍ତ୍ତନର ପ୍ରଭାବ ପ୍ରଦର୍ଶନ କରିଥିଲେ ଏବଂ ଜାଣିବାକୁ ପାଇଲେ ଯେ, ଏହା କୋଷ ବିଭାଜନ ଉପରେ ପ୍ରଭାବ ପକାଇଥାଏ, ଯାହା ପର୍ଯ୍ୟାପ୍ତ ପରିମାଣରେ ଶୁକ୍ରାଣୁ ଉତ୍ପାଦନରେ ବାଧା ସୃଷ୍ଟି କରେ ।

ଡ. ଥାଙ୍ଗରାଜ କହିଛନ୍ତି, "ଏହି ଅଧ୍ୟୟନ ସମାଜ ପାଇଁ ଏକ ସ୍ମାରକ ହେବା ଉଚିତ ଯେ, ବନ୍ଧ୍ୟାକରଣର ଅର୍ଦ୍ଧେକ ପୁରୁଷଙ୍କ ସମସ୍ୟା ହେତୁ ହୋଇଥାଏ । ସେମାନଙ୍କ ମଧ୍ୟରୁ ଅନେକ ଜିନ୍ କାରଣରୁ ଏହି ପୁରୁଷମାନଙ୍କ ପିତାମାତା, ପ୍ରାୟତଃ ମାଆମାନଙ୍କ ଠାରୁ ଆସିଥାଏ ।" କେବଳ ମହିଳାଙ୍କ ପ୍ରଜନନ କାରଣରୁ ଏକ ଦମ୍ପତି ସନ୍ତାନ ପ୍ରସବ କରିପାରିବେ ନାହିଁ ବୋଲି ଅନୁମାନ କରିବା ଭୁଲ୍ ବୋଲି ଡ. ଥାଙ୍ଗରାଜ କହିଛନ୍ତି ।

ଗତ ଦୁଇ ଦଶନ୍ଧି ଧରି ପୁରୁଷ ବନ୍ଧ୍ୟାକରଣର ଜେନେଟିକ କାରଣ ବାବଦରେ ଜାଣିବା ପାଇଁ ତାଙ୍କ ଗୋଷ୍ଠୀ ଅନୁସନ୍ଧାନ କରୁଛନ୍ତି । ସେମାନେ ଏହା ପୂର୍ବରୁ ଦର୍ଶାଇଛନ୍ତି ଯେ, ବନ୍ଧ୍ୟାତ୍ୱ ଥିବା ପ୍ରାୟ 38% ପୁରୁଷଙ୍କର ନିର୍ଦ୍ଦିଷ୍ଟ ରିଜିଅନ୍ ମିସିଂ କିମ୍ବା ସେମାନଙ୍କର ‘Y’ କ୍ରୋମୋଜୋମରେ ଅସ୍ୱାଭାବିକତା କିମ୍ବା ମାଇଟୋକଣ୍ଡ୍ରିଆଲ୍ ଏବଂ ଅଟୋସୋମାଲ୍ ଜିନ୍‌ରେ ମ୍ୟୁଟେସନ ହୋଇପାରେ ।

ଏହି ନୂତନ ମଲ୍ଟି-ଅନୁଷ୍ଠାନିକ ଅଧ୍ୟୟନ ବାକି ମାମଲାଗୁଡ଼ିକରେ ବନ୍ଧ୍ୟାତ୍ୱର କାରଣ ଉପରେ ଧ୍ୟାନ ଦେଇଥାଏ, ଯାହାକି ବନ୍ଧ୍ୟାତ୍ୱ ପ୍ରଭାବିତ ପୁରୁଷମାନଙ୍କ ମଧ୍ୟରୁ ଅଧିକାଂଶ । "ଆମେ 47 ଟି well-characterised ବନ୍ଧ୍ୟା ପୁରୁଷଙ୍କ ମଧ୍ୟରେ ପରବର୍ତ୍ତୀ ପିଢିର କ୍ରମ ବ୍ୟବହାର କରି ସମସ୍ତ ଜିନ୍‌ର ଜରୁରୀ ରିଜିଅନ୍ (ପ୍ରାୟ 30,000) ଅନୁକ୍ରମ କରିଥିଲୁ । ଏହା ପରେ ଆମେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 1,500 ବନ୍ଧ୍ୟା ପୁରୁଷଙ୍କ ଚିହ୍ନିତ ଜେନେଟିକ ପରିବର୍ତ୍ତନକୁ ବୈଧ କରିଛୁ ବୋଲି ଅଧ୍ୟୟନର ମୁଖ୍ୟ ଲେଖକ ସୁଧାକର ଦିଗୁମାରଥୀ ସ୍ପଷ୍ଟ କରିଛନ୍ତି, ତେବେ ସୁଧାକର CCMB ରେ ପିଏଚଡି ଛାତ୍ର ଥିଲେ ଏବଂ ବର୍ତ୍ତମାନ ପ୍ରଜନନ ଏବଂ ICMR-ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ରିସର୍ଚ୍ଚରେ ବୈଜ୍ଞାନିକ ଥିଲେ ।

CCMB ନିର୍ଦ୍ଦେଶକ ବିନୟ କୁମାର ନନ୍ଦିକୋରି ଦର୍ଶାଇଛନ୍ତି ଯେ "ଏହି ଅଧ୍ୟୟନରେ ଚିହ୍ନିତ ଜେନେଟିକ କାରଣଗୁଡିକ ପୁରୁଷ ବନ୍ଧ୍ୟାକରଣ ପାଇଁ ସମ୍ଭାବ୍ୟ ଡାଇଗ୍ନୋଷ୍ଟିକ୍ ମାର୍କର୍ ଭାବରେ ବ୍ୟବହାର କରାଯାଇପାରିବ ଏବଂ ପୁରୁଷ ବନ୍ଧ୍ୟାକରଣ ପାଇଁ ଉନ୍ନତ ପରିଚାଳନା କୌଶଳର ବିକାଶ ହୋଇପାରିବ ।"

ପୁରୁଷ ପ୍ରଜନନ ବ୍ୟବସ୍ଥାରେ ତୃଟି, ବୀଜାଣୁ ଗୁଣର ଅଭାବ ଏବଂ ହରମୋନ୍ ଅସନ୍ତୁଳନ ହେତୁ ପୁରୁଷ ବନ୍ଧ୍ୟାତା ପ୍ରତି 7 କପୁଲ୍ ମଧ୍ୟରୁ ଜଣେ ଥାନ୍ତି । ଆଘାତ, ସଂକ୍ରମଣ, କ୍ରନିକ୍ ରୋଗ, ଜୀବନଶୈଳୀରେ ପସନ୍ଦ ଏବଂ ଜେନେଟିକ୍ କାରଣଗୁଡ଼ିକ ପୁରୁଷମାନଙ୍କ ମଧ୍ୟରେ ବନ୍ଧ୍ୟାତ୍ୱର କାରଣ ହୋଇପାରେ । କିନ୍ତୁ, ଏହି ପାରାମିଟରଗୁଡିକ ପ୍ରଜନନକୁ କିପରି ନିୟନ୍ତ୍ରଣ କରେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହିଁ ବୋଲି ଏକ ପ୍ରକାଶନରେ କୁହାଯାଇଛି ।

ଏହି ଅଧ୍ୟୟନରେ ଜଡିତ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକ ହେଉଛି ଜବାହରଲାଲ ନେହେରୁ ସେଣ୍ଟର ଫର ଆଡଭାନ୍ସଡ ସାଇଣ୍ଟିଫିକ୍ ରିସର୍ଚ୍ଚ (JNCASR), ବେଙ୍ଗାଲୁରୁ; ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ୍ ଜେନେଟିକ୍ସ(IHG), ୟୁନିଭରସିଟି ହସ୍ପିଟାଲ୍ ଡୁସେଲଡର୍ଫ, ହେନ୍‌ରିଚ୍-ହେନ୍-ୟୁନିଭରସିଟି, ଜର୍ମାନୀ; ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ, ନୂଆଦିଲ୍ଲୀ; CSIR- କେନ୍ଦ୍ରୀୟ ଔଷଧ ଗବେଷଣା ପ୍ରତିଷ୍ଠାନ, ଲକ୍ଷ୍ନୌ; ଇନଷ୍ଟିଚ୍ୟୁଟ୍ ଅଫ୍ ରିପ୍ରଡକ୍ଟିଭ ମେଡିସିନ୍, କୋଲକାତା; ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ-ବ୍ରହ୍ମପୁର(ଓଡିଶା); ମମତା ଫର୍ଟିଲିଟି ହସ୍ପିଟାଲ, ସିକନ୍ଦରାବାଦ; ଏବଂ DBT-CDFD, ହାଇଦ୍ରାବାଦ ।

Last Updated : Sep 9, 2022, 9:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.