ETV Bharat / sukhibhava

ସାବଧାନ ! ଭୁଲ୍‌ରେ ବି ସକାଳେ ସେବନ କରନ୍ତୁନି ଏହି ସବୁ ଖାଦ୍ୟ

author img

By

Published : Apr 18, 2023, 12:10 PM IST

ସକାଳେ ବ୍ରେକ୍‌ଫାଷ୍ଟ କରିବା ନିହାତି ଜରୁରୀ । କେତେକ ପ୍ରକାରର ଖାଦ୍ୟ ରହିଛି, ଯାହାକୁ ଖାଲି ପେଟରେ ଖାଇବା ହାନିକାରକ । ଏହି ସବୁ ଖାଦ୍ୟ ଆମ ପାକସ୍ଥଳୀ ସ୍ବାସ୍ଥ୍ୟକୁ ହଠାତ୍ ବିଗାଡିଦିଏ । କଣ ସେହି ସବୁ ଖାଦ୍ୟ ଜାଣନ୍ତୁ...

Etv Bharat
Etv Bharat

ହାଇଦ୍ରାବାଦ: ସକାଳେ ଖାଲି ପେଟରେ ନ ରହିବାକୁ ସର୍ବଦା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇ ଆସୁଛନ୍ତି । ବ୍ରେକ୍‌ଫାଷ୍ଟ ଅବହେଳା କରିଦେଲା ପୁରାଦିନର ଡାଏଟ୍ ପ୍ଲାନ୍ ବିଗିଡିଯାଏ । ଏଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସର୍ବଦା ସକାଳେ କରିବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏଥିରେ ମଧ୍ୟ କେତେକ କଟକଣା ରହିଛି । ସକାଳ ସମୟରେ ସମସ୍ତ ପ୍ରକାରର ଖାଦ୍ୟ ଗ୍ରହଣ କରିବା ଅନୁଚିତ୍ । କେତେକ ପ୍ରକାରର ଖାଦ୍ୟ ରହିଛି, ଯାହାକୁ ଖାଲି ପେଟରେ ଖାଇବା ହାନିକାରକ । ଏସିଡିଟି ଥିବା ବ୍ୟକ୍ତିଙ୍କ ପାଇଁ ଏହା ଅଧିକ କ୍ଷତିକାରକ । ତେଣୁ ସକାଳେ ଖାଲି ପେଟରେ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍, ଜାଣନ୍ତୁ...

ଚା' ଓ କଫି: ଅଧିକାଂଶ ଭାରତୀୟ ସକାଳୁ ଉଠିବା ମାତ୍ରେ ଚା କିମ୍ବା କଫି ସହିତ ଦିନ ଆରମ୍ଭ କରନ୍ତି । ଏହି ଅଭ୍ୟାସ ଶରୀରର ସମଗ୍ର pH ସନ୍ତୁଳନକୁ ବ୍ୟାହତ କରେ । କଫି ପିଇବା ପରେ ପେଟରେ ହାଇଡ୍ରୋକ୍ଲୋରିକ୍ ​​ଏସିଡ୍ ପରିମାଣ ବୃଦ୍ଧିପାଏ । ଏହି କାରଣରୁ ଅମ୍ଳତା ଏବଂ ଗ୍ୟାଷ୍ଟ୍ରିକ୍ ହୋଇପାରେ । ତେଣୁ ସକାଳେ ଖାଲି ପେଟରେ ଚା' କିମ୍ବା କଫି ପିଇବାର ଅଭ୍ୟାସରୁ ଦୂରେଇ ରୁହନ୍ତୁ ।

ମିଠା: ଅନେକ ଲୋକ ସକାଳ ସମୟ ଖାଲି ପେଟରେ ଫଳ କିମ୍ବା ଜୁସ୍ ସହିତ ଆରମ୍ଭ କରନ୍ତି । କିନ୍ତୁ ଏହା ସିଧାସଳଖ ଅଗ୍ନାଶୟ ଉପରେ ପ୍ରଭାବ ପକାଇଥାଏ । ଏପରି ଅଭ୍ୟାସକୁ ଏଡାଇବା ଉଚିତ୍ । ରାତିରେ ଦୀର୍ଘ ସମୟ ବିଶ୍ରାମ ନେବା ପରେ ଅଗ୍ନାଶୟକୁ ମିଠା ଖାଦ୍ୟ ହଜମ କରିବା ପାଇଁ ସମୟ ଲାଗେ । ତେଣୁ ଏହା ସମଗ୍ର ପାକସ୍ଥଳୀ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ । ସେଥିପାଇଁ ମିଠା କିମ୍ବା ପ୍ରକ୍ରିୟାକୃତ ଖାଦ୍ୟ ସହିତ ସକାଳ ଆରମ୍ଭ କରିବା ଉଚିତ୍ ନୁହେଁ । ଏହାର ବିପଜ୍ଜନକ ପ୍ରଭାବ ଯକୃତ ଉପରେ ମଧ୍ୟ ପଡେ ।

ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: ନିଦ୍ରାହ୍ରାସ ଲଙ୍ଗ୍ କୋଭିଡ୍‌ର ଶ୍ବାସକ୍ରିୟା ସମସ୍ୟା ସହ ଜଡିତ

ମସଲାଯୁକ୍ତ ଖାଦ୍ୟ: ଖାଲି ପେଟରେ କେବେ ମଧ୍ୟ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଏହା ପାକସ୍ତଳୀ କାର୍ଯ୍ୟକୁ ବିଗାଡି ଦିଏ । ମସଲାରେ ତିଆରି ଖାଦ୍ୟ ଏସିଡ୍ ଅନ୍ତନଳୀ ଉପରେ ପ୍ରଭାବ ପକାଏ । ଅନ୍ତନଳୀର ବାହ୍ୟ କ୍ଷେତ୍ର ଯକୃତ, କିଡନୀ ଏବଂ ମସ୍ତିଷ୍କ ସହିତ ସିଧାସଳଖ ଜଡିତ । ଯାହା ସିଧାସଳଖ ଯକୃତ ଏବଂ କିଡନୀକୁ ପ୍ରଭାବିତ କରିଥାଏ ।

ଖାଲି ପେଟରେ ସାଇଟ୍ରସ୍ ଫଳଠୁ ଦୂରେଇ ରୁହନ୍ତୁ: ଲେମ୍ବୁ, କମଳା, ଅଙ୍ଗୁର ଭଳି ଫଳ ସହିତ କେବେବି ଦିନ ଆରମ୍ଭ କରନ୍ତୁ ନାହିଁ । କଦାପି କମଳା ସହିତ ଦିନ ଆରମ୍ଭ କରନ୍ତୁ ନାହିଁ, ନଚେତ୍ ଦିନସାରା ପେଟ ଫୁଲି ରହିବ । ଆହୁରି ମଧ୍ୟ, ଖାଲି ପେଟରେ କେବେବି ଅଧିକ ଫଳ ଖାଆନ୍ତୁ ନାହିଁ । ଏହା ଫଳରେ ଦିନସାରା ଭୋକ ଲାଗିନଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.