ETV Bharat / sukhibhava

Cardiovascular Disease: ସପ୍ତାହରେ ଖାଆନ୍ତୁ 5ଟି ଅଣ୍ଡା, ଦୂର ହେବ ହୃଦରୋଗ ସମସ୍ୟା

author img

By

Published : Feb 3, 2023, 11:46 AM IST

ଏକ ନୂତନ ଅନୁସନ୍ଧାନ ଅନୁସାରେ ସପ୍ତାହରେ ପାଞ୍ଚଟି ଅଣ୍ଡା ଖାଇବା ଦ୍ୱାରା ରକ୍ତରେ ଶର୍କରା ଏବଂ ରକ୍ତଚାପ କମ୍ ହୋଇପାରେ । ଏହା ସାଙ୍ଗକୁ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ମଧ୍ୟ କମିଯାଏ । ଅଧିକ ପଢନ୍ତୁ

Egg
Egg

ହାଇଦ୍ରାବାଦ: ଅଣ୍ଡା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ସମସ୍ତଙ୍କୁ ଜଣା । ଡାକ୍ତରମାନେ ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ନିକଟରେ ହୋଇଥିବା ଅନୁସନ୍ଧାନ ଅଣ୍ଡାର ଆହୁରି କେତେଗୁଡିଏ ଉପକାରିତା ବାବଦରେ ସୂଚାଇଛି । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ସପ୍ତାହରେ ପାଞ୍ଚଟି ଅଣ୍ଡା ଖାଇବା ଦ୍ୱାରା ରକ୍ତରେ ଶର୍କରା ଏବଂ ରକ୍ତଚାପ କମ୍ ହୋଇପାରେ । ଏହା ସାଙ୍ଗକୁ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ମଧ୍ୟ କମିଯାଏ ।

Egg
Egg

ଅଧ୍ୟୟନ ଅନୁସାରେ, ଯେଉଁମାନେ ସପ୍ତାହରେ ପାଞ୍ଚ କିମ୍ବା ତଦୁର୍ଦ୍ଧ୍ବ ଅଣ୍ଡା ଖାଇଥାଆନ୍ତି, ସେମାନେ ହୃଦ୍‌ରୋଗର କେତେକ ବିପଦ କାରଣରୁ ରକ୍ଷା ପାଇଥାନ୍ତି । ରକ୍ତଚାପ ଏବଂ ରକ୍ତରେ ଶର୍କରା ମଧ୍ୟ କମ୍ ହୋଇଥାଏ । ଉଚ୍ଚ ରକ୍ତଚାପ ଏବଂ ଟାଇପ୍-୨ ମଧୁମେହ ପାଇଁ ସେମାନଙ୍କର କମ୍ ବିପଦ ମଧ୍ୟ ରହିଥିଲା । ଅଣ୍ଡା ପ୍ରୋଟିନ୍‌ର ଏକ ସମୃଦ୍ଧ ଉତ୍ସ, ଭିଟାମିନ୍-ଡି ଏବଂ କୋଲାଇନ୍ ପରି ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ ।

ଏହା ମଧ୍ୟ ପଢନ୍ତୁ:- Rheumatoid Arthritis Awareness Day: ଜାଣନ୍ତୁ ରୋଗର କାରଣ ଓ ନିରାକରଣ

ତଥାପି ଅଣ୍ଡା ଧମନୀ-କ୍ଲୋଗିଂ, ଯାହାକୁ ଆଥେରୋସ୍କ୍ଲରୋସିସ୍ କୁହାଯାଏ, ଏହି ଅବସ୍ଥାରେ ରକ୍ତ ପ୍ରବାହ ପ୍ରବାହିତ ହୋଇଥାଏ ଏବଂ ପ୍ଲେକ୍ ସୃଷ୍ଟି ହୁଏ । ଅଣ୍ଡା ମଧ୍ୟ କୋଲେଷ୍ଟ୍ରଲରେ ଅଧିକ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସର୍ବଦା ସୀମିତ ପରିମାଣରେ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ସମ୍ପ୍ରତି, ଆମେରିକୀୟ ହାର୍ଟ ଆସୋସିଏସନ୍, ଦିନକୁ କେଶର ସହ ଗୋଟିଏ ଅଣ୍ଡା ଖାଇବାକୁ କିମ୍ବା ଅଣ୍ଡାର କେବଳ ଧଳା ଅଂଶ ଦୁଇଟି ଖାଇବାକୁ ପରାମର୍ଶ ଦେଇଥାନ୍ତି । ଏହା ହୃଦୟ ସ୍ବାସ୍ଥ୍ୟ ସୁସ୍ଥ ରଖିବାରେ ସହାୟକ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:- ସାବଧାନ ! ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ କର୍କଟ ସହ ଜଡିତ

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ସପ୍ତାହରେ ପାଞ୍ଚ କିମ୍ବା ଅଧିକ ଅଣ୍ଡା ଖାଇବା କେତେକ ହୃଦ୍‌ରୋଗ(CVD) ବିପଦ କାରଣଗୁଡ଼ିକର ଉନ୍ନତି ସହିତ ଜଡିତ । ଯେଉଁମାନେ ଅଧିକ ଅଣ୍ଡା ଖାଉଥିଲେ ସେମାନଙ୍କ ମଧ୍ୟରେ ଟାଇପ୍-୨ ମଧୁମେହ କିମ୍ବା ଉପବାସରେ ରକ୍ତ ଶର୍କରା ଏବଂ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ମଧ୍ୟ କମିଯାଇଥିଲା ।

ତଥାପି, ନ୍ୟୁଟ୍ରିଏଣ୍ଟସ୍ ପତ୍ରିକାରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରେ ଅନୁସନ୍ଧାନକାରୀମାନେ ଉଲ୍ଲେଖ କରିଛନ୍ତି ଯେ, ଅତ୍ୟଧିକ ଅଣ୍ଡା ଖାଇବା ଦ୍ବାରା କେଉଁ ସବୁ ହାନିକାରକ ଗୁଣ ଦେଖାଯାଏ ସେ ଉପରେ ବର୍ତ୍ତମାନ ଅନୁସନ୍ଧାନ ଜାରି ରହିଛି । ତେଣୁ ସୀମିତ ପରିମାଣର ଅଣ୍ଡା ସେବନ ସ୍ବାସ୍ଥ୍ୟ ପାଇଁ ଭଲ । ଯେକୌଣସି ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଯେତେ ଉପରାକୀ ହେଲେ ମଧ୍ୟ ମାତ୍ରାଧିକ ସେବନ ସର୍ବଦା ନକରାତ୍ମକ ପ୍ରଭାବ ପକାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.