ETV Bharat / sukhibhava

ଗୋଟିଏ କିଡନୀ ଦାନ କରିବା ପରେ ଜଣେ ସାଧାରଣ ଜୀବନ ବଞ୍ଚିପାରେ କି ? ଏହା କୁହନ୍ତି ବିଶେଷଜ୍ଞ - କିଡନୀ

ଗୋଟିଏ କିଡନୀ ଦାନ କରିବା ପରେ ଜଣେ ସାଧାରଣ ଜୀବନ ବଞ୍ଚିପାରେ କି ? ଗୋଟିଏ କିଡନୀରେ ଜଣେ କେତେ ବର୍ଷ ବଞ୍ଚିପାରେ ? ଏହି ଖବରରେ ଜାଣନ୍ତୁ ସବୁ ପ୍ରଶ୍ନର ଉତ୍ତର

Kidney
Kidney
author img

By

Published : Aug 15, 2023, 11:38 AM IST

ହାଇଦ୍ରାବାଦ: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । କିଡନୀ ଶରୀରରକୁ ବର୍ଯ୍ୟକୁ ଫିଲ୍ଟର କରି ଶରୀରରୁ ବାହାର କରିବା ସହିତ ସୁସ୍ଥ ରଖିଥାଏ । ଯଦି ଏହି କ୍ରିୟା ସଠିକ ଭାବେ ନହେଲେ ଅନେକ ରୋଗ ହେବା ସହିତ କିଡନୀ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ତେବେ କିଡନୀକୁ ସଠିକ ରଖିବା ପାଇଁ ସମସ୍ତେ ଅନେକ ପ୍ରକାର ଖାଦ୍ୟ ଖାଇଥାଆନ୍ତି । ତେବେ ନିକଟରେ ଏକ ରିପୋର୍ଟରେ ପ୍ରକାଶ ହୋଇଛି ଯେ, କିଡନୀକୁ ନେଇ ଅନେକ ଲୋକ ଅନେକ ପ୍ରଶ୍ନ ଖୋଜିଥାଆନ୍ତି । ଉଦାହରଣ ସ୍ବରୂପ ଜଣେ ବ୍ୟକ୍ତି ଗୋଟିଏ କିଡନୀରେ କେତେ ବର୍ଷ ବଞ୍ଚିପାରିବ, କିଡନୀଦାତାଙ୍କର ଯତ୍ନ ନେବାକୁ ଥିବା ଜିନିଷ ଗୁଡ଼ିକ କଣ ? ତେବେ ଜାଣନ୍ତୁ ଗୋଟିଏ କିଡନୀ ଦାନ କରିବା ପରେ ଜଣେ ସାଧାରଣ ଜୀବନ ବଞ୍ଚିପାରେ କି ନାହିଁ ।

ଜଣେ ବ୍ୟକ୍ତିଙ୍କ ଶରୀରରେ ଦୁଇଟି କିଡନୀ ରହିଥାଏ । ଶରୀରର ରକ୍ତ ସଫା କରିବା ସହିତ ଶରୀରର ବର୍ଯ୍ୟ ସଫା କରି ବାହାର କରିବା ବୃକକର କାମ । କହିବାକୁ ଗଲେ ଏହା ଏକ ଫିଲ୍ଚର ପରି କାମ କରିଥାଏ । ଯାହା ଶରୀରର ବର୍ଯ୍ୟ ସଫା କରିବା ପାଇଁ କାମ କରେ । ବହୁତ ଲୋକ ଅଛନ୍ତି ଯେଉଁମାନେ ଆବଶ୍ୟକ ସମୟରେ ନିଜ ପରିବାର ସଦସ୍ୟଙ୍କ ପାଇଁ କିଡନୀଦାନ କରନ୍ତି । ବିଶେଷଜ୍ଞ ବା ଡାକ୍ତରଙ୍କ କହିବା ଅନୁସାରେ, ଜଣେ କିଡନୀ ଦାନ କରିବା ପରେ ଜୀବନରେ ବା ସ୍ବାସ୍ଥ୍ୟରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ । ଏହାସହିତ ସ୍ବାସ୍ଥ୍ୟ ଉପରେ ମଧ୍ୟ ବିଶେଷ ଯତ୍ନ ନେବାକୁ ପଡିଥାଏ ।

ଏହା ମଧ୍ୟ ପଢନ୍ତୁ: କେଉଁ ରୋଗ ପାଇଁ ହୁଏ କିଡନୀ ଫେଲ୍ ? ଜାଣନ୍ତୁ ଲକ୍ଷଣ

ଗୋଟିଏ କିଡନୀରେ ବଞ୍ଚି ରହିବା ସମ୍ଭବ କି?: କିଡନୀ ବିଶେଷଜ୍ଞଙ୍କ ଅନୁଯାୟୀ ଜଣେ ବ୍ୟକ୍ତିଙ୍କର ଦୁଇଟି କିଡନୀ ଅଛି । କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ଗୋଟିଏ କିଡନୀ ଦାନ କରେ, ସେତେବେଳେ ଅନ୍ୟ ଏକ କିଡନୀର କାମ ବଢିଯାଇଥାଏ । ଶରୀରରୁ ବର୍ଯ୍ୟ ସଫା କରିବାର କାର୍ଯ୍ୟ କେବଳ କିଡନୀର ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ, କିଡନୀ ଦାନ କରିବା ପରେ ଯଦି ଜୀବନଶୈଳୀ ଏବଂ ଖାଦ୍ୟ ଉପରେ ଯତ୍ନ ଦିଆଯାଏ ତାହେଲେ ଜଣେ ସାଧାରଣ ଜୀବନ ବଞ୍ଚିପାରିବ । କେତେକ କ୍ଷେତ୍ରରେ ଦେଖାଯାଏ ଯେ, ଅନେକ ଲୋକଙ୍କଠାରେ ଜନ୍ମରୁ କେବଳ ଗୋଟିଏ କିଡନୀ କାମ କରେ । ଏଭଳି କ୍ଷେତ୍ରରେ ମଧ୍ୟ ଜଣେ ଗୋଟିଏ କିଡନୀରେ ବଞ୍ଚିପାରେ ।

କିଡନୀ ଦାନ କରୁଖଥିବା ବ୍ୟକ୍ତି ସୁସ୍ଥ ରହିଥିବା ଆବଶ୍ୟକ : ଯଦି କିଡନୀ ଦାନ କରୁଥିବା ବ୍ୟକ୍ତି ସୁସ୍ଥ ଅଛନ୍ତି, ତେବେ ଭବିଷ୍ୟତରେ ମଧ୍ୟ ଶରୀର ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଜଣେ କିଡନୀ ଦାନ କରିବା ପରେ ମଧ୍ୟ ସାଧାରଣ ଜୀବନ ବଞ୍ଚିପାରିବ । ଅନ୍ୟ ପଟେ, ଯଦି ଜଣେ ବ୍ୟକ୍ତି 30-40 ବର୍ଷ ମଧ୍ୟରେ କିଡନୀ ଦାନ କରନ୍ତି, ତାହାଲେ ସେ ଅତ୍ୟନ୍ତ ସୁସ୍ଥ ବୋଲି ବିବେଚନା କରାଯାଏ ଏବଂ ଆଗାମୀ ଆଗାମୀ 20-25 ବର୍ଷ ପାଇଁ କୌଣସି ସ୍ବାସ୍ଥ୍ୟ ସମସ୍ୟା ହେବାର ସମ୍ଭାବନା ନଥାଏ ।

କିଡନୀ ଦାନ କରିଥିବା ବ୍ୟକ୍ତିଙ୍କୁ ଏହି ବିଷୟରେ ଧ୍ୟାନ ରଖିବା ଉଚିତ: କିଡନୀ ଦାନ ପରେ, ଦାତାମାନଙ୍କ ପାଇଁ ଏହି ବିଷୟ ଉପରେ ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିଡନୀ ଦାନ କରିବାର 6 ସପ୍ତାହ ମଧ୍ୟରେ କୌଣସି ଭାରୀ ଜିନିଷ ଉଠାଇବା ଉଚିତ ନୁହେଁ । ଅଧିୟ ବ୍ୟାୟାମ କିମ୍ବା ପରିଶ୍ରମ କରିବା ଉଚିତ ନୁହେଁ । କିଡନୀ ଦାନ କରିବା ପରେ ଜୀବନଶୈଳୀ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ମଦ୍ୟପାନ, କ୍ୟାଫିନ ଏବଂ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଉତିତ । କାରଣ ଏହି ଖାଦ୍ୟ ପାନୀୟ କିଡନୀ ଉପରେ ଅଧିକ ପ୍ରଭାବ ପକାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.