ETV Bharat / sukhibhava

ମଧୁମେହକୁ ଦୂର କରେ କି କଖାରୁ ମଞ୍ଜି ? କଣ କହୁଛନ୍ତି ବିଶେଷଜ୍ଞ

author img

By

Published : Jun 15, 2023, 3:33 PM IST

ମଧୁମେହକୁ ଦୂର କରେ କି କଖାରୁ ମଞ୍ଜି ? କିଭଳି ଖାଇବେ କଖାରୁ ମଞ୍ଜି । ଏଥିରେ କେଉଁ ପୋଷକ ତତ୍ତ୍ବ ରହିଥାଏ । ଜାଣନ୍ତୁ ଏନେଇ କଣ କହୁଛନ୍ତି ବିଶେଷଜ୍ଞ । ଅଧିକ ପଢ଼ନ୍ତୁ

pumpkin seeds
pumpkin seeds

ହାଇଦ୍ରାବାଦ: କଖାରୁ ମଞ୍ଜି କେବଳ ସ୍ୱାଦିଷ୍ଟ ସ୍ନାକ୍ସ ବା ସନ୍ଧ୍ୟା ଜଳଖିଆ ନୁହେଁ ବରଂ ସ୍ବାସ୍ଥ୍ୟ ଉପକାରୀ ଅଟେ। ଏହି ମଞ୍ଜିରେ ଅନେକ ପ୍ରକାର ପୋଷକ ତତ୍ତ୍ବ ରହିଛି ଯାହାକି ମଧୁମେହ ସହ ଅନାନ୍ୟ ରୋଗ ଦୂର କରିବାରେ ସହାୟକ ହୋଇଥାଏ। ଯଦି ମଧୁମେହ ରୋଗ କଥା କହିବା ତାହେଲେ ମଧୁମେହ ସ୍ତରକୁ ସଠିକ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କଖାରୁ ମଞ୍ଜିରେ କମ୍ କାର୍ବୋହାଇଡ୍ରେଟ୍ ଭିଟାମିନ-ଇ ଏବଂ କାରୋଟିନଏଡ୍ ପରି ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ରହିଛି । ଯାହାକି ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ କରିଥାଏ । କିପରି କରିଥାଏ ଜାଣନ୍ତୁ

କାର୍ବୋହାଇଡ୍ରେଟ: କଖାରୁ ମଞ୍ଜିରେ କାର୍ବୋହାଇଡ୍ରେଟ୍ କମ୍ ଥାଏ । ଯାହା ମଧୁମେହ ରୋଗୀଙ୍କ ପାଇଁ ଏକ ଉପଯୁକ୍ତ ଖାଦ୍ୟ ବିକଳ୍ପ ଅଟେ। ରକ୍ତ ଶର୍କରା ସ୍ତରକୁ କମ କରିବାକୁ ଚାହୁଁଥିଲେ କଖାରୁ ମଞ୍ଜିକୁ ସ୍ନାକ୍ସ ଭାବେ ଖାଇପାରିବେ । ଗୋଟିଏ କଖାରୁରୁ ମଞ୍ଜିରେ ପ୍ରାୟ 5 ଗ୍ରାମ କାର୍ବୋହାଇଡ୍ରେଟ୍ ଥାଏ । ଯାହାକି ରକ୍ତ ଶର୍କରା ସ୍ତରକୁ କମ କରିବାରେ ସାହାଯ୍ୟ କରିଥାଏ ।

ଫାଇବର: ମଧୁମେହ ରୋଗୀଙ୍କ ପାଇଁ ଫାଇବର ଲାଭଦାୟକ । କାରଣ ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଶୀଘ୍ର ହଜମ ହେବାରେ ମଧ୍ୟ ସାହାଯ୍ୟ କରିଥାଏ । ଏକ କଖାରୁର ମଞ୍ଜିରେ 1.7 ଗ୍ରାମ ଫାଇବର ରହିଥାଏ। ଖାଦ୍ୟରେ କଖାରୁ ମଞ୍ଜିକୁ ଅନ୍ତର୍ଭୁକ୍ତ କରି ରକ୍ତରେ ଶର୍କରା ସ୍ତରକୁ କମାଇପାରିବେ। ଏହାକୁ ଖାଇବା ଦ୍ୱାରା ଅଗ୍ନାଶୟ ଇନସୁଲିନ୍ ଏବଂ ଗ୍ଲୁକୋଜର ସ୍ତର ତିଆରି କରିବାରେ ସାହାଯ୍ୟ କରିଥାଏ।

ମ୍ୟାଗ୍ନେସିୟମ୍: କଖାରୁ ମଞ୍ଜି ମ୍ୟାଗ୍ନେସିୟମର ଏକ ଉତ୍କୃଷ୍ଟ ଉତ୍ସ ଅଟେ । ଗୋଟିଏ ଅଧ୍ୟୟନ ଅନୁଯାୟୀ, ମ୍ୟାଗ୍ନେସିୟମ୍ ଖାଇବା ଦ୍ୱାରା ଇନସୁଲିନ୍ ସେନସିବିଟିରେ ସୁଧାର ଆସିଥାଏ । ଏହାସହ ବ୍ଲଡ୍‌ ସୁଗାର ସ୍ତର ମଧ୍ୟ ଠିକ ରହିଥାଏ । ଏହାସହ ଏକ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ରହିଛି । ଯାହାକି କାର୍‌ବୋହାଇଡ୍ରେଟ୍‌ ମେଟାବଲିଜିମ ଏବଂ ଇନସୁଲିନ ରେଗୁଲେସନରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଫ୍ୟାଟ୍‌: କଖାରୁ ମଞ୍ଜି ଫ୍ୟାଟରେ ଭରପୂର ଅଟେ । ଯେଉଁଥିରେ ଓମେଗା-3 ଫ୍ୟାଟି ଏସିଡ୍ ପରି ପଲିନସୁଚୁରେଟେଡ୍ ଫ୍ୟାଟ୍ ଏସିଡ ଅନ୍ତର୍ଭୁକ୍ତ । ଏହି ଚର୍ବିଗୁଡ଼ିକ ହୃଦୟ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ସହ ପ୍ରଦାହକୁ ହ୍ରାସ କରିଥାଏ ।

ପ୍ରୋଟିନ୍: କଖାରୁ ମଞ୍ଜି ପ୍ରୋଟିନର ଏକ ଉତ୍ତମ ଉତ୍ସ । ଯାହା ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରେ । ପ୍ରୋଟିନ୍ କାର୍ବୋହାଇଡ୍ରେଟ୍ ହଜମକୁ ମନ୍ଥର କରିବାରେ ସାହାଯ୍ୟ କରେ, ରକ୍ତରେ ଶର୍କରା ସ୍ତରର ଶୀଘ୍ର ବୃଦ୍ଧିକୁ ରୋକିଥାଏ ।

କଖାରୁ ମଞ୍ଜିକୁ କିପରି ଡାଏଟରେ ସାମିଲ କରିବେ: କଖାରୁ ମଞ୍ଜି ଅନେକ ଉପାୟରେ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ । ଏହାକୁ ସ୍ନାକ୍ସ ଭାବେ ବ୍ୟବହାର କରିପାରିବେ। ତାସହ ସାଲାଡ, ଦହି, କିମ୍ବା ଓଟମିଲ ଚିପ୍ସ ଆକାରରେ ମଧ୍ୟ ଖାଇ ପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.