ETV Bharat / sukhibhava

ଭାଏଗ୍ରା ଭ୍ରମ

author img

By

Published : Jul 14, 2020, 7:06 PM IST

Updated : Jul 14, 2020, 8:03 PM IST

ସନ୍ତୋଷଜନକ ସମ୍ଭୋଗରେ ପ୍ରଫୁଲ୍ଲିତ, ରୋମାଞ୍ଚିତ ହୁଏ ପୁରୁଷ । କିନ୍ତୁ ସମ୍ଭୋଗ ବାବଦରେ ନିଜର ଶକ୍ତି ସାମର୍ଥ୍ୟ ନେଇ ଚିନ୍ତା ମଣିଷ ପାଇଁ ସୃଷ୍ଟି କରେ ଅଡୁଆ ପରିସ୍ଥିତି । ସେ ବ୍ୟତିବ୍ୟସ୍ତ ହୋଇପଡେ । ଏହା ଦ୍ବାରା ଯୌନ ରୋଗ ସୃଷ୍ଟି ଥାଏ । ପୁରୁଷଙ୍କ ଇରେକଟାଇଲ୍‌ ଡିସଫଙ୍ଗସନ୍ ବା ନପୁଂସକତା ପାଇଁ ସେକ୍ସ ପିଲ୍ ବା ଯୈାନ ବଟିକାର ପ୍ରଚଳନ କରାଯାଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭାଏଗ୍ରା ଭ୍ରମ
ଭାଏଗ୍ରା ଭ୍ରମ

ସନ୍ତୋଷଜନକ ସମ୍ଭୋଗରେ ପ୍ରଫୁଲ୍ଲିତ, ରୋମାଞ୍ଚିତ ହୁଏ ପୁରୁଷ । କିନ୍ତୁ ସମ୍ଭୋଗ ବାବଦରେ ନିଜର ଶକ୍ତି ସାମର୍ଥ୍ୟ ନେଇ ଚିନ୍ତା ମଣିଷ ପାଇଁ ସୃଷ୍ଟି କରେ ଅଡୁଆ ପରିସ୍ଥିତି । ସେ ବ୍ୟତିବ୍ୟସ୍ତ ହୋଇପଡେ । ଏହା ଦ୍ବାରା ଯୌନ ରୋଗ ସୃଷ୍ଟି ଥାଏ । ପୁରୁଷଙ୍କ ଇରେକଟାଇଲ୍‌ ଡିସଫଙ୍ଗସନ୍ ବା ନପୁଂସକତା ପାଇଁ ସେକ୍ସ ପିଲ୍ ବା ଯୈାନ ବଟିକାର ପ୍ରଚଳନ କରାଯାଇଥିଲା । କିନ୍ତୁ ଏହା ବାବଦରେ କିଛି ଭୁଲ ଧାରଣା ରହିଛି । ଏହି ବଟିକା ଖାଇଲେ ସେମାନେ ଠିକ ଭାବେ ସମ୍ଭୋଗ କରିପାରିବେ ବୋଲି ଯୁବକମାନଙ୍କର ଧାରଣା ରହିଛି । କିନ୍ତୁ ପ୍ରକୃତରେ ସେୟା ନୁହେଁ ।

ପିଡିଇ୫ ଇନହିବିଟର୍ସ ନାଁରେ ପରିଚିତ ସେକ୍ସ ବଟିକା କିପରି କାମ କରେ ଓ ଏହା କିପରି ଚର୍ଚ୍ଚାକୁ ଆସିଲା, ସେ ନେଇ ଇଟିଭି ସୁଖୀଭବଃ, ଆଂଡ୍ରୋଲୋଜିଷ୍ଟ ରାହୁଲ ରେଡ୍ଡୀଙ୍କ ସହ ଆଲୋଚନା କରିଥିଲା । ସେକ୍ସ ବଟିକା ସମ୍ପର୍କରେ ଅଧିକ ତଥ୍ୟ ଓ ଏହାର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କିତ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ ଡକ୍ଟର ରେଡ୍ଡୀ ।

ପ୍ରଶ୍ନ - ସେକ୍ସ ବଟିକା ସବୁ କଣ ଓ ଏଗୁଡିକ କାହା ପାଇଁ ପ୍ରେସସ୍କାଇବ କରାଯାଏ ?

ଏସବୁ ପିଡିଇ୫ ଇନହିବିଟର୍ସ (ଭାଏଗ୍ରା ହେଉଛି ସେକ୍ସ ବଟିକାର ବ୍ରାଣ୍ଡ ନାମ ) ଫୁସଫୁସ ହାଇପୋଟେନସନ ଥିବା ଲୋକଙ୍କ ପାଇଁ ସୁପାରିଶ କରାଯାଉଥିଲା । କିନ୍ତୁ ଲୋକେ ଏସବୁ ବଟିକା ସେବନ କଲା ପରେ ଭଲ ଇରେକସନ୍‌ ହେଉଥିବା ଲୋକେ କହିଲେ । ତେଣୁ ଭଲ ଯୌନ କ୍ଷମତା ନଥିବା ବା ନପୁଂସକତା ଥିବା ଲୋକଙ୍କ ପାଇଁ ଏହି ସେକ୍ସ ବଟିକା ପ୍ରେସସ୍କ୍ରାଇବ କରାଗଲା ।

ପ୍ରଶ୍ନ-୨ ଭାରତରେ କେତେ ପ୍ରକାରର ଏଭଳି ଔଷଧ ଉପଲବ୍ଧ ?

ଭାରତରେ ତିନି ପ୍ରକାର ଏଭଳି ଔଷଧ ମିଳେ । ସେଗୁଡିକ ହେଲା- ସିଲଡେନାଫିଲ୍ , ଟାଡାଲାଫିଲ୍ ଓ ଭରଡେନାଫିଲ୍ । ସାଧାରଣତଃ ଏହି ତିନି ପ୍ରକାର ଔଷଧ ଇରେକଟାଇଲ୍ ଡିସଫଙ୍ଗସନ ଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ । କିନ୍ତୁ ଏହି ତିନି ପ୍ରକାରର ଔଷଧର ବ୍ୟବହାର ଭିନ୍ନ ଭିନ୍ନ । ସିଲଡେନାଫିଲ୍‌ ଯୈାନ ରୋଗର ଚିକିତ୍ସା କରେ ନାହିଁ । ଯୈାନ ଉତ୍ତେଜନା ବେଳେ ଏହା ଅସ୍ଥାୟୀ ଭାବେ ଲିଙ୍ଗକୁ ରକ୍ତ ପ୍ରବାହ ବୃଦ୍ଧି କରିଥାଏ । କମ୍ ଡୋଜ୍ ସହ ଟାଡାଲାଫିଲ, ଇରେକଟାଇଲ ଡିସଫଙ୍ଗସନର ଚିକିତ୍ସା କରିପାରିବ । ଭରଡେନାଫିଲ୍‌ ବି ସେହି ରୋଗର ଚିକିତ୍ସା କରିପାରିବ । ଏକମାତ୍ର ବୋନସ୍ ହେଉଛି ଯେ, ଏହାର ପାର୍ଶ୍ବ ପ୍ରତିକ୍ରିୟା ବହୁତ କମ୍ ।

ପ୍ରଶ୍ନ- ଏସବୁ ବଟିକା ବାବଦରେ ଥିବା ମୌଳିକ ବିଭ୍ରାନ୍ତିଗୁଡିକ କଣ ?

ଅନେକ ଭାବନ୍ତି ଯେ, ଏସବୁ ବଟିକା ସନ୍ତୋଷଜନକ ସମ୍ଭୋଗରେ ସହାୟକ ହୁଏ । କିନ୍ତୁ ପ୍ରକୃତରେ ଏହା ହୁଏ ନାହିଁ । ଯୌନ କ୍ରିୟାର ଘଣ୍ଟାଏ ଆଗରୁ ସିଲଡେନାଫିଲ ( ଭାଏଗ୍ରା ) ସେବନ କଲେ ଏହା ଲିଙ୍ଗକୁ ରକ୍ତ ପ୍ରବାହ ବୃଦ୍ଧି କରିଥାଏ । ଫଳରେ ଏହା ଇରେକସନରେ ସହାୟକ ହୋଇଥାଏ । ଏହି ବଟିକାର ପ୍ରଭାବ ୬ରୁ ୮ ଘଣ୍ଟା ଯାଏଁ ରହେ ।

ପ୍ରଶ୍ନ - ମହିଳାମାନେ ବି ଏହି ବଟିକା ଖାଇପାରିବେ କି ?

ହଁ , ମହିଳାମାନେ ବି ଏହି ବଟିକା ନେଇପାରିବେ । କିନ୍ତୁ ମହିଳାମାନଙ୍କ ପାଇଁ ବଟିକା ପୁରୁଷମାନେ ନେଉଥିବା ବଟିକାଠାରୁ ଅଲଗା । ହାଇପୋଆକ୍ଟିଭ ସେକ୍ସୁଆଲ୍‌ ଡିଜାୟର ଡିଜଅର୍ଡର ଥିବା ମହିଳାମାନଙ୍କ ପାଇଁ ଫିଲବାନସେରିନ୍‌ ସୁପାରିଶ କରାଯାଏ । ସମ୍ଭୋଗ ବେଳେ ସେମାନଙ୍କୁ ଏହି ବଟିକା ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ । ଏହି ବଟିକା ମହିଳାଙ୍କ ଯୈାନ କାମନା ବୃଦ୍ଧି କରେ ।

ପ୍ରଶ୍ନ - ଏହା ପ୍ରତିଦିନ ନିଆଯାଇପାରିବ କି ?

ଯେତେବେଳେ ପୁରୁଷ ବା ସ୍ତ୍ରୀ ସମ୍ଭୋଗ ପାଇଁ ଇଚ୍ଛା କରିବେ, ସେକ୍ସ (ସିଲଡେନାଫିଲ୍‌) ବଟିକା ସେବନ କରିପାରିବେ । ଏହା ପୁରୁଷଠାରେ ଅସ୍ଥାୟୀ ଭାବେ ଇରେକସନରେ ସହାୟକ ହୁଏ । ସେକ୍ସ ବଟିକା (ଫିଲବାନସେରିନ ) ଖାଇଲେ ମହିଳାଙ୍କର ଯୌନ ଇଛା ଜାଗ୍ରତ ହୁଏ ।

ପ୍ରଶ୍ନ- ଇରେକସନ ଡିସଫଙ୍ଗସନ (ଇଡି) ନଥିବା ପୁରୁଷ ସେକ୍ସ ବଟିକା ଖାଇଲେ କଣ ହେବ ?

ଇଡି ନଥାଇ ସେକ୍ସ ବଟିକା ଖାଇଲେ ବିଭିନ୍ନ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ । ( ମୁଣ୍ଡବ୍ୟଥା, ଥଣ୍ଡା, ଦୁର୍ବଳ, ଦୃଷ୍ଟିଶକ୍ତି,ମାଂସପେଶୀ ଯନ୍ତ୍ରଣା )

ପ୍ରଶ୍ନ- ଏସବୁ ସେକ୍ସ ବଟିକା ବାବଦରେ ସାଧାରଣ ଭାବେ ଜଣେ କଣ ବୁଝିବ ?

ପୁରୁଷଙ୍କ ମଧ୍ୟରେ କେବଳ ଯୌନ ରୋଗ ଓ ନପୁଂସକତା (ଇରେକଟାଇଲ୍ ଡିସଫଙ୍ଗସନ୍‌) ଥିଲେ ହିଁ ସେମାନେ ଏହି ପିଡିଇ୫ ଇନହିବିଟର୍ସ ଔଷଧ ନେଇପାରିବେ । ଉଭୟ ପୁରୁଷ ଓ ମହିଳାମାନେ ଏହା ବୁଝିବା ଦରକାର । ଏସବୁ ଔଷଧ ଦ୍ୱାରା ଯେ କୌଣସି ଚମତ୍କାର ହୋଇଯିବ, ତାହା ଭାବିବା ଭୁଲ୍‌ । ଏସବୁ ସେକ୍ସ ବଟିକା ମୁଖ୍ୟତଃ ଇରେକଟାଇଲ୍ ଡିସଫଙ୍ଗସନର ଚିକିତ୍ସା ପାଇଁ ହିଁ ବ୍ୟବହାର ହୁଏ ।

(ଆପଣ ଚାହିଁଲେ ଡକ୍ଟର ରାହୁଲ ରେଡ୍ଡୀଙ୍କୁ ଇମେଲ ଜରିଆରେ ଯୋଗାଯୋଗ କରିପାରିବେ । ତାଙ୍କ ଇମେଲ ଆଇଡି ହେଲା andrologistdoctor@gmail.com)

Last Updated : Jul 14, 2020, 8:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.