ଦେଖିବାକୁ ଗଲେ ବ୍ରେନ ଫଗ୍ ଏକ ଡାକ୍ତରୀ ସ୍ଥିତି ନୁହେଁ । ବ୍ରେନ୍ ଫଗ୍ ଏକ ନୂଆ ଶବ୍ଦ । ବ୍ରେନ ଫଗ୍ ହେଲେ ଜଣେ ବିଶୃଙ୍ଖଳିତ ହୋଇପଡେ । କୌଣସି କାମରେ ଏକାଗ୍ରତା ରହେ ନାହିଁ । ଅନେକ କଥା ଠିକ୍ରେ ମନେ ପକାଇପାରେ ନାହିଁ । ଏହି ସବୁ ଅସ୍ୱାଭାବିକ ବ୍ୟବହାର ହିଁ ବ୍ରେନ ଫଗ୍ର ଲକ୍ଷଣ । ବ୍ରେନ ଫଗ୍ ହେଲେ ବ୍ୟକ୍ତିର ଚିନ୍ତା ଶକ୍ତି ପ୍ରଭାବିତ ହୁଏ । ହାଇଦ୍ରାବାଦ ସ୍ଥିତ ଟ୍ରାଙ୍କ୍ୟୁଲ ମାଇଣ୍ଡ୍ସରେ କନସଲଟାଣ୍ଟ୍ ସାଇକ୍ରିଆଟିଷ୍ଟ୍ ଡକ୍ଟର ପ୍ରବୀଣ କୁମାର ଚିନ୍ତାପନ୍ତିଙ୍କୁ ବ୍ରେନ ଫଗ୍ ସଂପର୍କରେ ପଚାରିଥିଲୁ ।
ଡକ୍ଟର ପ୍ରବୀଣଙ୍କ ମତରେ ବ୍ରେନ ଫଗ୍ ସମସ୍ତଙ୍କୁ ହୋଇପାରେ । କିନ୍ତୁ ଏଥିରୁ ସମସ୍ତେ ମୁକ୍ତି ବି ପାଆନ୍ତି । ନିଦ୍ରାହୀନତା, ଅବସାଦ, ଏକାଥରକେ ଅନେକ କିଛି ଚିନ୍ତା କରିବା, ତିକ୍ତ ସଂପର୍କ ଭଳି କିଛି କାରଣ ହିଁ ସୃଷ୍ଟି କରିଥାଏ ବ୍ରେନ୍ ଫଗ୍ । ଏଭଳି ସ୍ଥିତିରେ ଜଣଙ୍କର ମସ୍ତିଷ୍କରେ ଅନେକ କିଛି ଚାଲିଥାଏ । ସଂଶୟ ଓ ସନ୍ଦିହାନ ସ୍ଥିତିରେ ରହେ ବ୍ୟକ୍ତି । ପ୍ରଭାବିତ ବ୍ୟକ୍ତି ସ୍ଥିର ହୋଇ ରହେ । କୌଣସି ସ୍ଥିତିରେ ହୁଏ ତ ସେ ଜମା ପ୍ରତିକ୍ରିୟା ପ୍ରକାଶ କରେ ନାହିଁ ବା ଭୁଲ ଭାବେ ପ୍ରତିକ୍ରିୟା ପ୍ରକାସ କରେ ବୋଲି ଡକ୍ଟର ପ୍ରବୀଣ କହନ୍ତି । ଲୋକେ ଅସ୍ୱାଭାବିକ ଭାବେ ବିରକ୍ତ ହୁଅନ୍ତି ଓ ପ୍ରତିକ୍ରିୟା ପ୍ରକାଶ କରନ୍ତି ।
ସ୍ବାଭାବିକ ସ୍ଥିତିରେ ଲୋକେ ଏଭଳି ଅନୁଭବ କରିବା ସହ ବହୁଳ ଭାବେ ନିଶା ଔଷଧ ସେବନ ଓ ମଦ୍ୟପାନ କରୁଥିବା ଲୋକଙ୍କଠାରେ ବି ବ୍ରେନ୍ ଫଗ୍ ସୃଷ୍ଟି ହୋଇଥାଏ । ଏଭଳି ଅବସ୍ଥା ଲୋକଙ୍କ ମଧ୍ୟରେ ଅସ୍ଥାୟୀ ଭାବେ ଦ୍ୱନ୍ଦ୍ୱ ସୃଷ୍ଟି କରେ । ହେଲେ ଆଉ କେତେକ କ୍ଷେତ୍ରରେ ଏହା ଦୀର୍ଘକାଳିନ ବ୍ରେନ ଡାମେଜ୍ ଓ ଅସହଜ ଅବସ୍ଥା ସୃଷ୍ଟି କରେ । ବ୍ରେନ ଇଂଜୁରୀ ବି ବ୍ରେନ୍ ଫଗ୍ ର ଆଉ ଏକ କାରଣ ହୋଇପାରେ ବୋଲି କହନ୍ତି ଡକ୍ଟର ପ୍ରବୀଣ । ବ୍ରେନ୍ ଫଗ୍ର ବିଭିନ୍ନ କାରଣକୁ ଆମେ ଶ୍ରେଣୀଭୁକ୍ତ କରିପାରିବା ।
ତାହା ହେଲା – ଷ୍ଟ୍ରକଚରାଲ ଡାମେଜ ( ଦୁର୍ଘଟଣା ବା ଷ୍ଟ୍ରୋକ କାରଣରୁ )
କେମିକାଲ ଡାମେଜ ( ନିର୍ଦ୍ଦିଷ୍ଟ ଉପାଦାନ କାରଣରୁ )
ଇମୋସନାଲ ସ୍ଫିୟର ( ଭାବପ୍ରବଣତା କାରଣରୁ )
କିପରି ଏହାର ମୁକାବିଲା କରିବା ?
ଡକ୍ଟର ପ୍ରବୀଣ ବ୍ରେନ ଫଗ୍ ର ମୁକାବଲା ପାଇଁ କିଛି ଉପାୟ ବିଷୟରେ ବି କହିଛନ୍ତି । ନିମ୍ନରେ ତାହା ଦିଆଗଲା ।
- ଲୋକେ ହାନିକାରକ ଉପାଦାନ ତ୍ୟାଗ କରିବା ଉଚିତ ।
- ଷ୍ଟ୍ରକଚରାଲ ଡାମେଜ ହୋଇଥିଲେ ନ୍ୟୁରୋଲୋଜିଷ୍ଟଙ୍କ ସହ ପରାମର୍ଶ ଜରୁରୀ ।
- ଗୋଟିଏ ଥରେ ଗୋଟିଏ କାମ ହିଁ କରନ୍ତୁ ।
- ଯଦି କୌଣସି ବଡ କାମ କରୁଛନ୍ତି, ତାହା ହେଲେ ପର୍ଯ୍ୟାୟକ୍ରମେ ସେହି କାମ ଶେଷ କରନ୍ତୁ ।
- ତରବର ନହୋଇ ସଠିକ ସ୍ଥିତି ଓ ଭଲମନରେ ହିଁ କୌଣସି କାମ କରିବା ଉଚିତ ।
- ଭାବିଚିନ୍ତି କୌଣସି ନିଷ୍ପତି ନିଅନ୍ତୁ, ଯାହା ଦ୍ବାରା କି ପରେ ଆପଣ ଅନୁତପ୍ତ ହେବେ ନାହିଁ ।
- ଭଲ ନିଦ ହେଉ ନ ଥିଲେ ବା କୌଣସି ନିଶା ଉପାଦାନ ନେଉଥଲେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଅନ୍ତୁ ନାହିଁ ।
- ସେହି ଲୋକଙ୍କ ସହ କଥା ହୁଅନ୍ତୁ, ଯାହାର ସ୍ବାର୍ଥ ଆପଣଙ୍କର କିଛି କ୍ଷତି କରୁ ନଥିବ ।
- ଯଦି ବ୍ରେନ ଫଗ୍ ବେଶ୍ କିଛି ସପ୍ତାହ ଦରି ରହେ, ତାହା ହେଲେ ଏହା ମନସ୍ତାତ୍ବିକ ସମସ୍ୟାର ସଂକେତ । ଏ କ୍ଷେତ୍ରରେ ବିଶେଷଜ୍ଞଙ୍କ ସହ ପରାମର୍ଶ ଜରୁରୀ । ବ୍ରେନ ଫଗ୍ ଏକ ବିଷୟାତ୍ମକ ମାମଲା ବୋଲି ଡକ୍ଟର ପ୍ରବୀମ କହନ୍ତି । ଯଦି ଆପଣଙ୍କର କିଏ ବନ୍ଧୁ ଯଦି ବ୍ରେନ୍ ଫଗ ସ୍ଥିତି ଦେଇ ଗତି କରୁଥାନ୍ତି, ତାହା ହେଲେ ତାଙ୍କ ପ୍ରତି ଉଚିତ ଧ୍ୟାନ ଦିଅନ୍ତୁ । ତାଙ୍କୁ କିପରି ସହାୟତା କରିହେବ, ସେ ନେଇ ଭାବନ୍ତୁ ।