ETV Bharat / sukhibhava

ସ୍ମରଣ ଶକ୍ତି ବୃଦ୍ଧି ପାଇଁ ୭ଟି ଉପାୟ

ପ୍ରାୟ ସମସ୍ତେ କିଛି ନା କିଛି, କିଛି ସମୟ ପାଇଁ ଭୁଲି ଯାଆନ୍ତି । ଆଉ ଆଜିକାଲିର ବ୍ୟସ୍ତତାପୂର୍ଣ୍ଣ ଜୀବନରେ ସମସ୍ତେ ସବୁ କିଛି ମନେ ରଖିବା କଷ୍ଟକର । ହେଲେ ବେଳେ ବେଳେ ଗୋଟିଏ କଥା ଠିକ୍‌ରେ ମନେ ନ ପଡିବା ନିରାଶାବୋଧ ଓ ବିରକ୍ତି ଭାବ ସୃଷ୍ଟି କରିଥାଏ । ତେଣୁ ବ୍ୟକ୍ତି ନିଜର ସ୍ମରଣ ଶକ୍ତି ବୃଦ୍ଧି କରିବା ଆବଶ୍ୟକ । ଖାଦ୍ୟ ଓ ଜୀବନଶୈଳୀରେ ପରିବର୍ତନ କରିବା ସହ କିଛି ପ୍ରାକୃତିକ ଉପାୟରେ ସ୍ମରଣ ଶକ୍ତି ବୃଦ୍ଧି କରାଯାଇପାରେ ।

ସ୍ମରଣ ଶକ୍ତି ବୃଦ୍ଧି ପାଇଁ ୭ଟି ଉପାୟ
ସ୍ମରଣ ଶକ୍ତି ବୃଦ୍ଧି ପାଇଁ ୭ଟି ଉପାୟ
author img

By

Published : Jul 10, 2020, 2:54 PM IST

୧. ରିଫାଇନଡ୍ ଚିନି ଓ କାର୍ବୋ ଖାଦ୍ୟରୁ ଦୂରେଇ ରହନ୍ତୁ

ଆବଶ୍ୟକ ଠାରୁ ଅଧିକ ଚିନି ଖାଇଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଏପରିକି ମାନସିକ ସ୍ୱାସ୍ଥ୍ୟ ଉପରେ ବି ଏହାର ପ୍ରଭାବ ପଡେ । ଖାଦ୍ୟରେ ଅଧିକ ପରିମାଣର ଚିନି ଖାଇଲେ ସ୍ମରଣ ଶକ୍ତି ହ୍ରାସ ପାଏ ବୋଲି ଗବେଷକମାନେ କହନ୍ତି । ଏଥିସହ ବ୍ରେବ ଭଲ୍ୟୁମ ବି ହ୍ରାସ ପାଏ । ଏସବୁ ଅଲଝେଇମର ରୋଗର ପ୍ରାରମ୍ଭିକ ଲକ୍ଷଣା ତେଣୁ ଚିନି ବା ମିଠା ଯୁକ୍ତ ଖାଦ୍ୟ, ଫଳ ଓ ପାନୀୟରୁ ଦୂରେଇ ରହିଲେ ଭଲ । ଜଙ୍କ୍‌ଫୁଡ ବି ଅଧିକ ପରିମାଣରେ ଖାଇଲେ ଏହା ସ୍ମରଣ ଶକ୍ତି ପାଇଁ କ୍ଷତିକାରକ ହୋଇଥାଏ । ଏହା ବ୍ଲଡ୍ ସୁଗାର ସ୍ତର ବୃଦ୍ଧି କରି ପରବର୍ତୀ ପର୍ଯ୍ୟାୟରେ ବ୍ରେନର ବି କ୍ଷତି କରିଥାଏ । ରିଫାଇନଡ କାର୍ବୋହାଇଡ୍ରେଟେଡ୍ ଯୁକ୍ତ ଖାଦ୍ୟ ଡିମେନସିଆ ସହ ବି ଜଡିତ । ଏହା ମସ୍ତିଷ୍କର କ୍ଷମତା ବି ହ୍ରାସ କରିଥାଏ ।

୨. ସୁନିଦ୍ରା ଯାଆନ୍ତୁ

ଭଲ ସ୍ୱାସ୍ଥ୍ୟ ଓ ନୀରୋଗ ଜୀବନ ପାଇଁ ଭଲ ନିଦ ହେବା ଜରୁରୀ । ଭଲ ନିଦ୍ରା ସ୍ମରଣ ଶକ୍ତି ବୃଦ୍ଧି କରିଥାଏ । ଯେଉଁମାନଙ୍କର ଭଲ ନିଦ ହୁଏ ନାହିଁ, ସେମାନଙ୍କର ସ୍ମୃତି ଶକ୍ତି ଉପରେ ଏହା ନକାରାତ୍ମକ ପ୍ରଭାବ ପଡେ ବୋଲି ଅଧ୍ୟୟନରୁ ଜଣାପଡିଛି । ଭଲ ସ୍ମରଣ ଶକ୍ତି ପାଇଁ ଦିନକୁ ୭ରୁ ୯ ଘଂଟା ଭଲ ଭାବେ ଶୋଇବା ଦରକାର ।

ସ୍ମରଣ ଶକ୍ତି ବୃଦ୍ଧି ପାଇଁ ୭ଟି ଉପାୟ
ସ୍ମରଣ ଶକ୍ତି ବୃଦ୍ଧି ପାଇଁ ୭ଟି ଉପାୟ

3. ବ୍ୟାୟାମ

ବ୍ୟାୟାମ କଲେ ଜଣେ ଶାରିରୀକ ଓ ମାନସିକ ଭାବେ ସୁସ୍ଥ ରହିଥାଏ । ନିୟମିତ ବ୍ୟାୟାମ କଲେ ଜୀବନରେ ଡିମେନସିଆ ରୋଗ ହେବାର ସମ୍ଭାବନା ହ୍ରାସ ପାଏ । ଚାଲିବା, ଦୌଡିବା, ସନ୍ତରଣ, ଏରୋବିକ୍ସ ଓ ଯୋଗ କଲେ ଶାରିରୀକ ଓ ମାନସିକ ଭାବେ ଜଣେ ଫିଟ୍ ରହେ ।

୪. ଆଂଟିଅକ୍ସିଡାଂଟ୍ସର ବ୍ୟବହାର

ଆଂଟିଅକ୍ସିଡାଂଟ୍ସର ବ୍ୟବହାର କଲେ ଏହା ବ୍ରେନ୍ ସେଲଗୁଡିକୁ ସକ୍ରିୟ ରଖିଥାଏ । ଫଳରେ ବୟସ ବୃଦ୍ଧି ହେଲେ ବି ଏଗୁଡିକ ସକ୍ରିୟ ଥାଆନ୍ତି । ଏଗୁଡିକ ଶରୀରରେ ଜ୍ୱଳନଶୀଳ ମାତ୍ରା କମ କରନ୍ତି । ଫଳ ଓ ପନିପରିବା, ବିଶେଷକରି କୋଳିରେ ଆଂଟିଅକ୍ସିଡାଂଟ୍ସ ପ୍ରଚୁର ପରିମାଣରେ ଥାଏ । ଏଗୁଡିକ ଖାଇଲେ ସ୍ମରଣ ଶକ୍ତି ହ୍ରାସ ପାଏ ନାହିଁ ।

୫. ଧ୍ୟାନ

ଧ୍ୟାନ ଶରୀର ଓ ମନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ମନକୁ ପ୍ରଫୁଲ୍ଲିତ ରଖେ ଧ୍ୟାନ । ଏହାଛଡା ଧ୍ୟାନ କଲେ ମାନସିକ ଅବସାଦ ହ୍ରାସ ହେବା ସହ ଦୀର୍ଘ ଓ ସ୍ୱଳ୍ପକାଳୀନ ଭିତିରେ ସ୍ମରଣ ଶକ୍ତିର ବିକାଶ କରିଥାଏ ।

ସ୍ମରଣ ଶକ୍ତି ବୃଦ୍ଧି ପାଇଁ ୭ଟି ଉପାୟ
ସ୍ମରଣ ଶକ୍ତି ବୃଦ୍ଧି ପାଇଁ ୭ଟି ଉପାୟ

୬. ମାଇଣ୍ଡ ଗେମ୍ସ

ଶାରୀରିକ ବ୍ୟାୟାମ ଛଡା ମନ ମସ୍ତିଷ୍କର ବି ବ୍ୟାୟାମ ହେବା ଜରୁରୀ । ଏଥିପାଇଁ କ୍ରସୱାର୍ଡ, ପଜଲ୍ସ ଓ ଅନ୍ୟାନ୍ୟ ମେମୋରି ଗେମ୍ସ ଖେଳିବା ଦରକାର । ଏସବୁ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

୭. ଡାର୍କ ଚକୋଲେଟ୍‌

ଚକୋଲେଟ୍ ଖାଇବାକୁ କିଏ ବା ମନାକରିବ ? ଡାର୍କ ଚକୋଲେଟ୍ ସ୍ମରଣ ଶକ୍ତି ବୃଦ୍ଧି ପାଇଁ ବେଶ୍ ଉପଯୋଗୀ । ଏଥିରେ ଆଂଟିଟକ୍ସିଡାଂଟ୍ସ ବି ବହୁଳ ପରିମାଣରେ ଥାଏ । ତେବେ, ଚକୋଲେଟରେ ୭୦ ପ୍ରତିଶତ କୋକୋଆ ଥିଲେ ଭଲ ।

ଡାକ୍ତର ରଙ୍ଗନାୟକଲୁଙ୍କ ମତରେ ସ୍ମୃତି ଶକ୍ତି ବୃଦ୍ଧି ପାଇଁ ଟିଭି ଦେଖିବା ଅପେକ୍ଷା ଅଧିକ ସମୟ ପୁସ୍ତକ ପଠନ କଲେ ଭଲା ଉତ୍ସାହ ଓ ଆଗ୍ରହ ମଧ୍ୟ ମଣିଷର ସ୍ମରଣ ଶକ୍ତି ବଢାଇଥାଏ । ହେଲେ ଭୁଲିବା ହେଉଛି ପ୍ରାକୃତିକ ଓ ମନେପକାଇବା ଅପ୍ରାକୃତିକ ବୋଲି ଡାକ୍ତର ରଙ୍ଗନାକଲୁଙ୍କ ମତ । ଜଣଙ୍କର ସ୍ମୃତିଶକ୍ତି ପ୍ରଭାବିତ ହେବା ପଛରେ ଜେନେଟିକ୍‌ କାରଣ ବି ରହିଛି । ହେଲେ ସଂଯତ ଜୀବନଶୈଳୀ ଓ ଉଚିତ ଖାଦ୍ୟ ଡିମେନସିଆ ଓ ଅଲଝେଇମର ଭଳି ସ୍ମରଣ ଶକ୍ତି ହ୍ରାସଜନିତ ରୋଗକୁ ଏଡାଇବାରେ ସହାକ ହୋଇପାରିବ । ଏଥିପାଇଁ ଭଲ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ବଜାୟ ରଖିବା ଜରୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.