ହାଇଦ୍ରାବାଦ: ମସ୍ତିଷ୍କ ହିଁ ମାନସିକ ସ୍ବାସ୍ଥ୍ୟର ବା ରଖିବାର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ଆମ ଉପରେ କିପରି ପ୍ରଭାବ ପକାଇପାରେ, ଆମ ପାଖରେ କେତେ ମୁଡ୍ ସୁଇଙ୍ଗ୍ ଅଛି, ଆମେ କେତେ ଧ୍ୟାନ ଦେଉଛୁ ଏବଂ କ୍ଳାନ୍ତ ନ ହୋଇ ପରିଶ୍ରମ କରିବାକୁ ସକ୍ଷମ ଏସବୁ ମସ୍ତିଷ୍କ ଉପରେ ହିଁ ନିର୍ଭର କରେ । ତେଣୁ ମସ୍ତିଷ୍କ ସୁସ୍ଥ ରହିବା ନିହାତି ଆବଶ୍ୟକ । ଆଜିର ଏହି ଆର୍ଟିକିଲରେ ମସ୍ତିଷ୍କ ସୁସ୍ଥ ରଖିବାର କେତେକ ଟିପ୍ସ ବାବଦରେ ଆଲୋଚନା କରାଯାଇଛି...
ସୂର୍ଯ୍ୟ କିରଣରେ ବସନ୍ତୁ:- 2013ରେ ହୋଇଥିବା ଏକ ଅନୁସନ୍ଧାନ ଅନୁସାରେ, ସକାଳର ମାତ୍ର 2 ମିନିଟ୍ ସୂର୍ଯ୍ୟକିରଣ ମସ୍ତିଷ୍କକୁ ସତର୍କ ଏବଂ ଧ୍ୟାନ କୈନ୍ଦ୍ରିକ କରିଥାଏ । ସୂର୍ଯ୍ୟ କିରଣ ମଧ୍ୟ ଶୀଘ୍ର ନିଦ ଆସିବାରେ ଏବଂ ଭଲ ନିଦରେ ମଧ୍ୟ ସୟାହକ ହୋଇଥାଏ । ଭଲ ନିଦ ମଧ୍ୟ ମସ୍ତିଷ୍କ କାର୍ଯ୍ୟ ପରିଚାଳନାକୁ ପ୍ରୋତ୍ସାହିତ କରିଥାଏ । ତେଣୁ ସକାଳର ସୂର୍ଯ୍ୟ କିରଣ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ ।
ବିଶୋଧିତ ଚିନିକୁ ନା କୁହନ୍ତୁ:- ସର୍ବଦା ବିଶୋଧିତ ଚିନିକୁ ଏକ ସୁସ୍ଥ ଚିନି ବା ମିଠାକୁ ପରିବର୍ତ୍ତନ କରନ୍ତୁ । ଅର୍ଥାତ୍ ଚିନି ଅଭ୍ୟାସ ଥିଲେ ଏହାକୁ ଦୂର କରି ମହୁ କିମ୍ବା ଗୁଡ ସେବନ କରିପାରନ୍ତି । ଏଥିସହ ପ୍ରୋଟିନ ଗ୍ରହଣକୁ ମଧ୍ୟ ବଢାଇପାରିଲେ ମିଠା ପ୍ରତି ଥିବା ଲୋଭ ଯଥେଷ୍ଟ ହ୍ରାସ ପାଇପାରିବ।
ଏହା ମଧ୍ୟ ପଢନ୍ତୁ:- କାହିଁକି ଦୀର୍ଘଦିନ ପର୍ଯ୍ୟନ୍ତ ଲାଗି ରହୁଛି ଥଣ୍ଡା-ଜ୍ବର, ଡାକ୍ତର କହିଲେ କାରଣ
ଶୋଇବା ପଦ୍ଧତିକୁ ଅପ୍ଟିମାଇଜ୍ କରନ୍ତୁ:- ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୋଇବା ହେଉଛି ଗୁରୁତ୍ୱପୂର୍ଣ୍ଣ । ଏହାର ଅଭାବ କିମ୍ବା ଆମ ଶକ୍ତି ଏବଂ ପ୍ରେରଣା ସ୍ତରରୁ ପ୍ରଭାବିତ କରେ । ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, 60 ବର୍ଷ ବୟସ୍କ ବ୍ୟକ୍ତି ରାତିରେ ଅତି କମରେ 7-9 ଘଣ୍ଟା ଶୋଇବା ଜରୁରୀ । ଉପଯୁକ୍ତ ଶୋଇବା ପାଇଁ, ରାତି 12 ଟା ପରେ କଫିନ୍ ଠାରୁ ଦୂରେଇ ରହିବା, ରାତି ଅନିଦ୍ରା ନହେବା ସହ ଶୋଇବା ସମୟର ଏକ ନିର୍ଦ୍ଦିଷ୍ଟ ରୁଟିନ୍ ଗଠନ କରିବା ଏବଂ ଶୋଇବା ପୂର୍ବରୁ ସ୍କ୍ରିନ୍ ସମୟ ଅର୍ଥାତ୍ ମୋବାଇଲ୍, ଲାପଟପ୍ ଆଦି ବ୍ୟବହାରକୁ ସୀମିତ କରିବା ଆବଶ୍ୟକ ।
ନିୟମିତ ବ୍ୟାୟାମ ଜାରି ରଖନ୍ତୁ:-2006ରେ ହୋଇଥିବା ଅଧ୍ୟୟନ ଅନୁଯାୟୀ, ଦୈନିକ 10 ମିନିଟର ଏରୋବିକ୍ ବ୍ୟାୟାମ ମନୋବଳର ଉନ୍ନତି ଆଣିପାରେ । କିଛି ଶାରୀରିକ କାର୍ଯ୍ୟକଳାପ ପରେ ସତେଜ ଲାଗିଥାଏ, ଏହା କାର୍ଯ୍ୟ ଉପରେ ଧ୍ୟାନ ଦେବା ପାଇଁ ସର୍ବୋତ୍ତମ । ତେଣୁ ପ୍ରାତଃ ଭ୍ରମଣ, ଫିଟନେସ୍ କ୍ଲାସ୍ କିମ୍ବା ଘରେ ଶାରୀରିକ ବ୍ୟାୟାମ ଜାରି ରଖନ୍ତୁ, ମସ୍ତିଷ୍କ ସ୍ବାସ୍ତ୍ୟରେ ଉନ୍ନତି ଆସିବ ।
ଖୁସି ଉପରେ ଧ୍ୟାନ ଦିଅନ୍ତୁ:- ଭଲ ଅନୁଭବ କରିବା ପାଇଁ କିମ୍ବା ଖୁସି ହେବା ପାଇଁ ଏକ ବିରାଟ ପରିବର୍ତ୍ତନର ଆବଶ୍ୟକତା ରହିଛି, ଏହା ଭାବିବା ଛାଡି ଦିଅନ୍ତୁ । ଛୋଟ ଛୋଟ ଜିନିଷରେ ମଧ୍ୟ ଖୁସି ହେବାକୁ ଚେଷ୍ଟା କରନ୍ତୁ । ପ୍ରିୟର ଖାଦ୍ୟ ଖାଇପାରିବେ, ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିବା, ଭଲ ପୁସ୍ତକ ପଢିବା, କଫି ପିଇବା, ଏକ ଉତ୍ତମ ବ୍ୟାୟାମ ଆଦି ସୁଖ ଦେଇଥାଏ । ତେଣୁ ଏସବୁକୁ ଆଗ୍ରହ ସହକାରେ କଲେ ମସ୍ତିଷ୍କ ଉପରେ ଏହାର ସକରାତ୍ମକ ପ୍ରଭାବ ପଡିଥାଏ ।