ETV Bharat / sukhibhava

Omega-3 Fatty Acid: ସୁସ୍ଥ ରହିବା ପାଇଁ ଡିମାଣ୍ଡରେ ଓମେଗା ଫ୍ୟାଟି ଏସିଡ, ଜାଣନ୍ତୁ ଏହାର ଫାଇଦା

author img

By

Published : Jun 22, 2023, 12:57 PM IST

ସୁସ୍ଥ ରହିବା ପାଇଁ ଡିମାଣ୍ଡରେ ରହିଥାଏ ଓମେଗା ଫ୍ୟାଟି ଏସିଡ । ପ୍ରତ୍ୟେକ ବ୍ୟକ୍ତି ପ୍ରାୟ ଓମେଗା ଫ୍ୟାଟି ଏଡିସ ଖାଇଥାଆନ୍ତି । ତେବେ ଜାଣନ୍ତୁ କଣ ପାଇଁ ଏହା ଆବଶ୍ୟକ । ଅଧିକ ପଢ଼ନ୍ତୁ

Omega 3 Fatty Acid
Omega 3 Fatty Acid

ହାଇଦ୍ରାବାଦ: ଶରୀରକୁ ସୁସ୍ଥ ରଖିବା ପ୍ରୟାସରେ ଡାଏଟର ଏକ ବିଶେଷ ଭୂମିକା ରହିଛି । ଆମେ ଯେଉଁଭଳି ଖାଦ୍ୟ ଖାଇଥାଉ ଆମ ସ୍ବାସ୍ଥ୍ୟ ଉପରେ ସେହିଭଳି ସିଧାସଳଖ ପ୍ରଭାବ ପଡିଥାଏ । ଏହି କାରଣରୁ ସମସ୍ତ ଲୋକଙ୍କୁ ସେମାନଙ୍କର ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ଯଦି ଶରୀରକୁ ସୁସ୍ଥ ରଖିବା ପାଇଁ ପୃଷ୍ଟିକର ଖାଦ୍ୟ ଗ୍ରହଣ କରାଯାଏ, ତେବେ କ୍ରନିକ ରୋଗର ଆଶଙ୍କା ବହୁ ପରିମାଣରେ କମି ଯାଇପାରେ ।

ମେଡିକାଲ ରିପୋର୍ଟରୁ ଜଣାପଡିଛି ଯେ ନିକଟ ଅତୀତରେ ଓମେଗା-3 ଫ୍ୟାଟି ଏସିଡ୍ ଉତ୍ପାଦର ଚାହିଦା ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏଗୁଡ଼ିକ ହେଉଛି ପ୍ରଭାବଶାଳୀ ପୋଷକ ତତ୍ତ୍ୱ ଯାହା କୋଷିକାଗୁଡ଼ିକୁ ସୁସ୍ଥ ରଖେ । ବିଶେଷକରି ହାର୍ଟ ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ମିଳିଛି । ଶରୀରର ଏକ ସୁସ୍ଥ ପ୍ରତିରକ୍ଷା ପ୍ରଣାଳୀକୁ ସମର୍ଥନ କରିବାରେ ସାହାଯ୍ୟ କରିଥାଏ ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟରେ ମସ୍ତିଷ୍କ ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।

ଓମେଗା-3 ଫ୍ୟାଟି ଏସିଡର ଫାଇଦା: ଓମେଗା -3 ଫ୍ୟାଟି ଏସିଡ୍ ସହଜରେ ଖାଦ୍ୟ ମାଧ୍ୟମରେ ମିଳିପାରିବ କିମ୍ବା ଡାକ୍ତର ସପ୍ଲିମେଣ୍ଟ ସୁପାରିଶ କରିପାରିବେ । ରକ୍ତରେ ଚର୍ବି (ଟ୍ରାଇଗ୍ଲାଇସରାଇଡ୍) ସ୍ତର ହ୍ରାସ କରିବାରେ ଏହାର ପ୍ରଭାବ ଥିବା ଜଣା ପଡିଛି । ଟ୍ରାଇଗ୍ଲାଇସରାଇଡ୍ ସ୍ତର ବୃଦ୍ଧି ହେଲେ ହୃଦରୋଗ ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି ପାଇଥାଏ । ସେହିଭଳି, ଓମେଗା-ଫ୍ୟାଟି ଏସିଡ୍ ଖାଇବା ଦ୍ୱାରା ରୁମାଟଏଡ୍ ଆର୍ଥ୍ରାଇଟିସ୍ ରୋଗୀ ମଧ୍ୟ ଉପକୃତ ହୋଇପାରନ୍ତି । ଏହା ମାଂସପେଶୀର କଠିନତା ଏବଂ ଗଣ୍ଠି ଯନ୍ତ୍ରଣା ସମସ୍ୟାକୁ ଦୂର କରିପାରେ ।

ମାନସିକ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ଓମେଗା ଫ୍ୟାଟି ଏସିଡ: ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ନିୟମିତ ଭାବେ ଓମେଗା-3 ଖାଉଛନ୍ତି, ସେମାନଙ୍କ କ୍ଷେତ୍ରରେ ଡିପ୍ରେସନର ସମ୍ଭାବନା କମ୍ ରହିଥାୀଏ । ଉଦାସୀନତା ଏବଂ ଚିନ୍ତାଗ୍ରସ୍ତ ଲୋକଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଅଧ୍ୟୟନରୁ ଜଣାପଡିଛି ଯେ ଓମେଗା-3 ସପ୍ଲିମେଣ୍ଟଗୁଡ଼ିକ ଡିପ୍ରେସନ୍‌ ବା ଅବସାଦକୁ କମ କରିବାରେ ସାହାଯ୍ୟ କରିଥାଏ ।

ଶିଶୁର ବିକାଶରେ ସହାୟକ: ଶିଶୁମାନଙ୍କ ମସ୍ତିଷ୍କ ବିକାଶ ପାଇଁ ଓମେଗା-3 ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଗର୍ଭାବସ୍ଥାରେ ଯଥେଷ୍ଟ ଓମେଗା-3 ଖାଇଥିବା ମହିଳାମାନଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ସେମାନଙ୍କର ଶିଶୁଙ୍କ ଉତ୍ତମ ଜ୍ଞାନଗତ ବିକାଶ ଏବଂ ଉନ୍ନତ ସାମାଜିକ ଦକ୍ଷତା ସହିତ ଜନ୍ମ ହୋଇଥିଲେ । ଏହି ପିଲାମାନଙ୍କରେ ବିକାଶ ବିଳମ୍ବ ହେବାର ଆଶଙ୍କା ମଧ୍ୟ କମ୍ ଥିବା ଦେଖାଯାଇଥିଲା ।

କିପରି ପାଇବେ ଓମେଗା-3 ?: ଓମେଗା-3 ପାଇବା ପାଇଁ କିଛି ପ୍ରକାରର ବାଦାମ ଏବଂ ପନିପରିବା ସହିତ ବହୁତ ଲାଭଦାୟକ ହୋଇପାରେ । ବାଦାମ, ମଞ୍ଜି, ଚିଆ ସିଡ୍ସ ଏବଂ ଅନ୍ୟାନ୍ୟ ସବୁଜ ପତ୍ରଯୁକ୍ତ ପନିପରିବାରେ ମଧ୍ୟ ଓମେଗା ଫ୍ୟାଟି ଏସିଡ ରହିଥାଏ । ଗବେଷକମାନେ କୁହନ୍ତି, ସର୍ବୋତ୍କୃଷ୍ଟ ସ୍ୱାସ୍ଥ୍ୟ ପାଇଁ ଓମେଗା-ଫ୍ୟାଟି ଏସିଡ୍ ଗୁରୁତ୍ୱପୂର୍ଣ୍ଣ । ସପ୍ତାହରେ ଦୁଇଥର ଚର୍ବିଯୁକ୍ତ ମାଛ ଏବଂ ପ୍ରତିଦିନ କିଛି ବାଦାମ ଖାଇବା ଦ୍ୱାରା ଏହା ସହଜରେ ହାସଲ ହୋଇପାରିବ । ଯଦି ସ୍ନାକ୍ସ ଖାଇବାକୁ ଯୋଜନା କରୁଛନ୍ତି, ତେବେ ଚିନି, ଲୁଣ, ଏବଂ ଚର୍ବି ଅଧିକ ଥିବା ସ୍ନାକ୍ସରୁ ଦୂରେଇ ରୁହନ୍ତୁ । ଏହା ପରିବର୍ତ୍ତେ ଫଳ, ପନିପରିବା, ବାଦାମ ଏବଂ ଶସ୍ୟଜାତୀୟ ଖାଦ୍ୟ ବାଛନ୍ତୁ । ବ୍ଲାକ୍ କିସମିସ୍ ସହିତ ମୁଠାଏ ବାଦାମ ସବୁଠୁ ଭଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.