ETV Bharat / sukhibhava

Black Tea Vs Black Coffee: ଶରୀର ପାଇଁ କେଉଁଟା ସ୍ବାସ୍ଥ୍ୟ ଉପଯୋଗୀ - ବ୍ଲାକ କଫି

ବ୍ଲାକ ଟି ଏବଂ ବ୍ଲାକ କଫି ଶରୀର ପାଇଁ ଉପକାରୀ ବୋଲି ସମସ୍ତେ ଜାଣନ୍ତି । କେଉଁଟା ଶରୀର ପାଇଁ ଅଧିକ ଉପଯୋଗୀ ଜାଣନ୍ତୁ

Black Tea Vs Black Coffee
Black Tea Vs Black Coffee
author img

By ETV Bharat Odisha Team

Published : Oct 18, 2023, 4:49 PM IST

ହାଇଦ୍ରାବାଦ: କପେ ଚା କିମ୍ବା କଫି ବିନା ସକାଳର ଆରମ୍ଭ ଅସମ୍ପୂର୍ଣ୍ଣ ମନେ ହୁଏ । ଅନେକ ଲୋକ ଏକ କପ୍ ଗରମ ପାନୀୟ ସହିତ ସକାଳ ଆରମ୍ଭ କରିବାକୁ ପସନ୍ଦ କରନ୍ତି । କିନ୍ତୁ ଯେଉଁମାନେ ସ୍ୱାସ୍ଥ୍ୟ ସଚେତନ, ସେମାନେ ଚା’ କିମ୍ବା କଫି ବଦଳରେ ଚିନି ଏବଂ କ୍ଷୀର ସହିତ ବ୍ଲାକ ଟି କିମ୍ବା ବ୍ଲାକ କଫି ପିଇବାକୁ ପସନ୍ଦ କରିଥାଆନ୍ତି । ଉଭୟଙ୍କର ନିଜସ୍ୱ ଲାଭ ଅଛି । କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ଦୁଇଟି ପାନୀୟ ମଧ୍ୟରୁ କେଉଁଟା ହିତକର ଜାଣନ୍ତି କି ? ଜାଣନ୍ତୁ କେଉଁ ପାନୀୟ ସ୍ବାସ୍ଥ୍ୟ ଉପକାରୀ ।

ବ୍ଲାକ ଟି: ଏଥିରେ ଅଧିକ ପରିମାଣର ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଯାହା ଫ୍ରି ରେଡିକାଲ୍ ସହିତ ମୁକାବିଲା କରିବାରେ ଏବଂ କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଫ୍ଲାଭୋନାଏଡ୍ ପରି ପୁଷ୍ଟିକର ତତ୍ତ୍ବ ବ୍ଲାକ ଟି'ରେ ରହିଥାଏ, ଯାହା ହୃଦରୋଗ ଏବଂ କର୍କଟ ଭଳି ଗମ୍ଭୀର ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ବ୍ଲାକ ଟି'ରେ କଫିନର ମାତ୍ରା କମ ରହିଥାଏ । ଯାହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଅନ୍ୟପଟେ ଏଥିରେ ରହିଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ଏହା ମଧ୍ୟ ପଢନ୍ତୁ: Green Tea Vs Black Coffee: ଜାଣନ୍ତୁ ଓଜନ ହ୍ରାସ ପାଇଁ କେଉଁ ପାନୀୟ ଲାଭଦାୟୀ

ବ୍ଲାକ କଫି: ବ୍ଲାକ କଫିରେ ଆଣ୍ଟି ଅକ୍ସିଡେଣ୍ଟ ରହିଥିଲେ ହେଁ ବ୍ଲାକ କଫି ଅପେକ୍ଷା ଏହାର ମାତ୍ରା କମ ଅଟେ । ଏଥିରେ ଅଧିକ ପରିମାଣ କଫିନ ରହିଥାଏ । ଯାହା ଦ୍ବାରା ଶରୀରକୁ ଶୀଘ୍ର ଶକ୍ତି ମିଳିଥାଏ । ବ୍ୟାୟାମ ପୂର୍ବରୁ ଶକ୍ତି ସ୍ତର ବୃଦ୍ଧି କରିବା ପାଇଁ ଏହା ଏକ ଭଲ ପାନୀୟ ବୋଲି ବିବେଚନା କରାଯାଇଛି । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟଗୁଡିକ ମୁକ୍ତ ରେଡିକାଲ୍ ସହିତ ଲଢି ଶରୀରର କୋଷଗୁଡ଼ିକୁ ସୁରକ୍ଷା ଦେଇଥାଏ। ଅନ୍ୟପଟେ ଏଥିରେ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭରପୂର ଅଟେ ଯାହା ମାଂସପେଶୀ ଏବଂ ସ୍ନାୟୁ ପ୍ରଣାଳୀ ପାଇଁ ଲାଭଦାୟକ ଅଟେ । କେତେକ ଅଧ୍ୟୟନରୁ ଜଣାପଡିଛି ଯେ ବ୍ଲାକ କଫି ପିଉଥିବା ବ୍ୟକ୍ତିଙ୍କ ମୋଟାପଣ ଏବଂ ମଧୁମେହ ହେବାର ଆଶଙ୍କା କମ୍ ଥାଏ। ତେଣୁ ସନ୍ତୁଳିତ ମାତ୍ରାରେ ଏହାର ସେବନ କରିବା ଜରୁରୀ ଅଟେ । ତଥାପି ଅତ୍ୟଧିକ ପରିମାଣରେ ଏହାର ବ୍ୟବହାରକୁ ଏଡାଇବା ଉଚିତ। ବ୍ଲାକ କଫିର ଅତ୍ୟଧିକ ବ୍ୟବହାର ଦ୍ୱାରା ହୃଦସ୍ପନ୍ଦନ ଏବଂ ରକ୍ତଚାପ ବୃଦ୍ଧି ପାଇଥାଏ। ହୃଦୟ ରୋଗୀମାନେ ଏହାକୁ ଏଡ଼ାଇବା ଉଚିତ ।

ଜାଣନ୍ତୁ କେଉଁ ପାନୀୟ ସ୍ବାସ୍ଥ୍ୟ ଉପଯୋଗୀ: ବ୍ଲାକ କଫି ତୁଳନାରେ ବ୍ଲାକ ଟି ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ଅଟେ। ବ୍ଲାକ ଟିରେ ଅଧିକ ମାତ୍ରାରେ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଥିବା ବେଳେ କଫିନର ମାତ୍ରା କମ ରହିଥାଏ। ଯାହାକି ହାର୍ଟ ଏବଂ ଫିଟନେସ ପାଇଁ ଲାଭଦାୟକ ବୋଲି କୁହାଯାଏ। କିନ୍ତୁ ଏହାର ମାତ୍ରାକୁ ସୀମିତ ରଖିବା ଉଚିତ ବୋଲି କୁହାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.