ETV Bharat / sukhibhava

ବାର୍ଦ୍ଧକ୍ୟରେ ସୁସ୍ବାସ୍ଥ୍ୟ ବଜାୟ ରଖିପାରେ ନିୟମିତ ଗୋଟେ କପ୍ ବ୍ଲାକ୍ ଟି'

author img

By

Published : Nov 24, 2022, 10:47 AM IST

ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ଦୈନିକ କପେ ବ୍ଲାକ୍ ଟି' ପିଇବା ଦ୍ବାରା ବାର୍ଦ୍ଧକ୍ୟ ସମୟରେ ଭଲ ସ୍ୱାସ୍ଥ୍ୟ ବଜାୟ ରହିପାରେ(Black tea may help your health later in life) । ଅଧିକ ପଢନ୍ତୁ

ନିୟମିତ ଗୋଟେ କପ୍ ବ୍ଲାକ୍ ଟି' ବାର୍ଦ୍ଧକ୍ୟରେ ସୁସ୍ବାସ୍ଥ୍ୟ ବଜାୟ ରଖିପାରେ

ୱାଶିଂଟନ୍: ଦୈନିକ କପେ ବ୍ଲାକ୍ ଟି' ବାର୍ଦ୍ଧକ୍ୟ ସମୟରେ ଭଲ ସ୍ୱାସ୍ଥ୍ୟ ଯୋଗାଇବାରେ ସାହାଯ୍ୟ କରିପାରେ(Black tea may help your health later in life) । ଏକଥା ଆମେ କହୁନୁ, ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି । ଏଥିରୁ ଜଣାପଡିଛି ଯେ, କେତେକ ଖାଦ୍ୟ ରହିଛି, ଯାହାକୁ ନିୟମିତ ସେବନ କରିବା ଦ୍ବାରା ବୃଦ୍ଧାବସ୍ଥାରେ ସ୍ବାସ୍ଥ୍ୟ ଭଲ ରହିଥାଏ । ତେବେ ଚା' ନ ପିଉଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଅନ୍ୟାନ୍ୟ କେତେକ ଖାଦ୍ୟ ଅଛି ଯାହା ସ୍ବାସ୍ଥ୍ୟ ବଜାୟ ରଖିପାରିବ ।

ବାର୍ଦ୍ଧକ୍ୟରେ ସ୍ବାସ୍ଥ୍ୟ ବଜାୟ ରଖିବାର ଚାବି ହେଉଛି ଫ୍ଲାଭୋନୋଏଡ୍, ଯାହା ପ୍ରାକୃତିକ ଭାବରେ ଅନେକ ସାଧାରଣ ଖାଦ୍ୟ ଏବଂ ପାନୀୟରୁ ମିଳିଥାଏ । ସେଗୁଡିକ ହେଉଛି ବ୍ଲାକ୍ ଟି, ଗ୍ରୀନ୍ ଟି, ଆପଲ୍, ବାଦାମ, ସାଇଟ୍ରସ୍ ଫ୍ରୁଟ୍ସ, ବେରି ଇତ୍ୟାଦି । ଏଗୁଡିକ ସାମଗ୍ରୀର ଅନେକ ସ୍ୱାସ୍ଥ୍ୟ ଉପକାରିତା ଥିବା ଜଣାପଡିଛି । ଏଡିଥ୍ କୋୱାନ୍ ୟୁନିଭରସିଟି (Edith Cowan University, ECU) ଏହି ଅନୁସନ୍ଧାନ କରିଛି ।

881 ଜଣ 80 ବର୍ଷ ମଧ୍ୟରେ ଥିବା ବୃଦ୍ଧ ମହିଳାଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା, ଅଧ୍ୟୟନ ସମୟରେ ବୃଦ୍ଧା ମହିଳାମାନେ ଖାଦ୍ୟରେ ଏକ ଉଚ୍ଚ ସ୍ତରର ଫ୍ଲାଭୋନାଏଡ୍ ଖାଇଥିଲେ । ଯାହା ଦ୍ବାରା ଆବ୍‌ଡୋମିନାଲ୍ ଆର୍ଟିକ୍ କାଲସିଫିକେସନ୍ (Abdominal Aortic Calcification, AAC) ର ବ୍ୟାପକ ନିର୍ମାଣ ହେବାର ସମ୍ଭାବନା କମ୍ ଥିଲା । ତେବେ AAC ଦ୍ବାରା ବିପଦ୍‌ଜନକ ହୃଦରୋଗ ସୃଷ୍ଟି ହୋଇଥାଏ, ଯାହା ବୃଦ୍ଧ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ ।

ECU ଅନୁସନ୍ଧାନରୁ ଜଣାପଡିଛି ଯେ, ଫ୍ଲାଭୋନୋଏଡର ମୁଖ୍ୟ ଅବଦାନକାରୀମାନେ ସାଧାରଣତ ବ୍ଲାକ୍ ଏବଂ ଗ୍ରୀନ୍ ଟି, ବ୍ଲୁବେରି, ଷ୍ଟ୍ରବେରି, କମଳା, ରେଡ୍ ୱାଇନ୍, ଆପଲ୍, କିସମିସ୍ / ଅଙ୍ଗୁର ଏବଂ ଡାର୍କ ଚକୋଲେଟ୍ । ବିଭିନ୍ନ ପ୍ରକାରର ଫ୍ଲାଭୋନୋଏଡ, ଯେପରିକି ଫ୍ଲାଭାନ -3-ଓଲ୍ସ ଏବଂ ଫ୍ଲାଭୋନୋଲ ଅଛି, ଯାହା AAC କାରକ ହୋଇପାରେ । ତଥାପି ଅଧ୍ୟୟନର ଅଂଶଗ୍ରହଣକାରୀ, ଯେଉଁମାନେ ସମୁଦାୟ ଫ୍ଲାଭୋନାଏଡ୍, ଫ୍ଲାଭାନ୍ -3-ଓଲ୍ସ ଏବଂ ଫ୍ଲାଭୋନୋଲର ଅଧିକ ଗ୍ରହଣ କରିଥିଲେ, ସେମାନଙ୍କର 36-39 ପ୍ରତିଶତ ବ୍ୟାପକ AAC ହେବାର ସମ୍ଭାବନା କମ୍ ଥିଲା ।

ଚା’ ପିଇନଥିବା ଅଂଶଗ୍ରହଣକାରୀଙ୍କ ତୁଳନାରେ, ଯେଉଁ ଅଂଶଗ୍ରହଣକାରୀମାନେ ପ୍ରତିଦିନ ଦୁଇରୁ ଛଅ କପ୍ ପିଉଥିଲେ, ସେମାନଙ୍କ ମଧ୍ୟରେ ବ୍ୟାପକ AAC ହେବାର 16-42 ପ୍ରତିଶତ କମ୍ ଥିଲା । ଅବଶ୍ୟ, ଫ୍ଲାଭୋନୋଏଡ୍‌ର ଅନ୍ୟ କେତେକ ଖାଦ୍ୟ ଉତ୍ସ ଯେପରିକି ଫଳ ରସ, ରେଡ୍ ୱାଇନ୍ ଏବଂ ଚକୋଲେଟ୍, AAC ରୁ ରକ୍ଷା କରିବା ଭଳି ଭଳି ଗୁଣ ଥିବା ଦେଖାଯାଇ ନାହିଁ । ଅଧ୍ୟୟନରେ ଏହା ଜଣାପଡିଛି ଯେ, ବ୍ଲାକ୍ ଟି ଫ୍ଲାଭୋନାଏଡ୍‌ର ମୁଖ୍ୟ ଉତ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.