ETV Bharat / sukhibhava

ଅଦା ପାଉଡର ସେବନ ଦ୍ବାରା ସୁସ୍ଥ ହୋଇପାରିବେ କୋରୋନା ରୋଗୀ, ରିସର୍ଚ୍ଚରେ ଖୁଲାସା

author img

By ETV Bharat Odisha Team

Published : Sep 1, 2023, 4:12 PM IST

କୋରୋନାର ନୂଆ ଔଷଧ! କୋରୋନାରୁ ସୁସ୍ଥ ହେବା ପାଇଁ ଅଦା ଫଳପ୍ରଦୀ ବୋଲି କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ଚିକିତ୍ସକମାନଙ୍କ ଦ୍ବାରା କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି । ଅଧିକ ପଢନ୍ତୁ

ginger powder defeats corona in 15 days
ginger powder defeats corona in 15 days

ଲକ୍ଷ୍ନୌ: କୋରୋନାର ନାଁ ଶୁଣିଲେ ଆଜି ମଧ୍ୟ ମନରେ ଛନକା ପଶୁଛି । 2020 ମସିହାରୁ କୋରୋନାର ପ୍ରାଦୁର୍ଭାବ ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ବିଶ୍ବର ଅନେକ ସ୍ଥାନରେ କରୋନାରେ ଅନେକ ଆକ୍ରାନ୍ତ ହେଉଛନ୍ତି । କୋରୋନାର ନୂଆ ନୂଆ ଭାରିଆଣ୍ଟ ଅନେକଙ୍କୁ ଆକ୍ରାନ୍ତ କରୁଛି । ଏହାରି ଭିତରେ କୋଭିଡ-19କୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି । କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ଚିକିତ୍ସକମାନେ ଅଦା ପାଉଡର ସହିତ ଏକ ଚମତ୍କାର କରିଛନ୍ତି । ଅଦା ପାଉଡର ଦ୍ବାରା କୋରୋନା ରୋଗୀକୁ 15 ଦିନ ଭିତରେ ସୁସ୍ଥ କରାଇବାରେ ସଫଳ ହୋଇଛନ୍ତି । ଔଷଧ ଭାବେ ଡାକ୍ତରମାନେ ଅଦା ପାଉଡର ଖାଇବାକୁ ଦେଉଥିଲେ ବୋଲି ଜଣାପଡ଼ିଛି । ତେବେ ଏନେଇ ଏକ ରିସର୍ଚ୍ଚ ହୋଇଥିଲା ଏବଂ ଅଦା କୋରୋନାକୁ ମାତ ଦେବା ପାଇଁ ଫଳଦାୟୀ ବୋଲି ଜଣାପଡିଛି । ମୋଟ 800 ଜଣ କୋରୋନା ଆକ୍ରାନ୍ତଙ୍କୁ ନେଇ ଏହି ରିସର୍ଚ୍ଚ କରାଯାଇଥିଲା । ତେବେ ସମସ୍ତଙ୍କ ଉପରେ ଏହା କାର୍ଯ୍ୟକାରୀ ହୋଇ ପାରିବ ବୋଲି ଜଣାପଡ଼ିଛି ।

ତେବେ ଏହି ଅନୁସନ୍ଧାନ ପରେ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ଡାକ୍ତରମାନେ ଦାବି କରିଛନ୍ତି କି, ଅଦା କୋରୋନା ସଂକ୍ରମଣକୁ ମାତ ଦେଇପାରିବ। ତେବେ ଅଦାକୁ ନେଇ ଏହି ରିପୋର୍ଟ ସାଇନ୍ସ ଡାଇରେକ୍ଟ ଜର୍ଣ୍ଣାଲ ଏବଂ ବ୍ରିଟେନର ଜର୍ନାଲ୍ ଅଫ୍ ହର୍ବାଲ୍ ମେଡିସିନ୍‌ରେ ପ୍ରକାଶିତ ହୋଇଛି । ଏହି ଅନୁସନ୍ଧାନରେ IMS-BHU, IIT-BHU ଏବଂ ଗୁଜୁରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ମଧ୍ୟ ସାମିଲ ରହିଥିଲେ। ଏହି ଅନୁସନ୍ଧାନରେ ଦାବି କରାଯାଇଛି ଯେ, କୋରୋନାରୁ ମୁକ୍ତି ପାଇବା ପାଇଁ ଔଷଧ ମଧ୍ୟ 15 ଦିନରେ କାମ କରୁଥିବା ବେଳେ ଅଦା ଦ୍ବାରା କୋରୋନାରୁ ଆରୋଗ୍ୟ ହେବା ପାଇଁ 15 ଦିନ ସମୟ ଲାଗିଥାଏ । 15 ଦିନ ମଧ୍ୟରେ ଏହାର ପ୍ରଭାବ ଦୃଶ୍ୟମାନ ହୋଇଥିବା ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ICMR Study: 40 ବର୍ଷରୁ ଅଧିକ ବୟସ୍କଙ୍କୁ ନୂଆ କୋଭିଡ୍ ଭାରିଆଣ୍ଟ ସଂକ୍ରମିତ ହେଲେ ମୃତ୍ୟୁ ଆଶଙ୍କା ଅଧିକା

କୋରୋନା ରୋଗୀଙ୍କୁ 15 ଦିନ ଯାଏଁ ଦିନକୁ 4 ଥର ଦିଆଯାଇଥିଲା ଅଦା: ଅଧ୍ୟୟନରେ ସାମିଲ ହୋଇଥିବା ଆୟୁର୍ବେଦ ଚିକିତ୍ସକ ସୁଶୀଲ କୁମାର ଦୁବେ କହିଛନ୍ତି ଯେ, ଅଧ୍ୟୟନରେ ଏକ ବହୁ କେନ୍ଦ୍ରୀୟ, ନନ-ରାଣ୍ଡୋମାଇଜଡ୍, ଓପନ୍ ଲେବଲ୍, ସିଙ୍ଗଲ୍ ଆର୍ମ, ପ୍ରି-ପୋଷ୍ଟ ଡିଜାଇନ୍ ବ୍ୟବହାର କରାଯାଇଥିଲା। ଅନୁସନ୍ଧାନ ସମୟରେ 15 ଦିନ ଯାଏଁ ଚାରିଥର ଶୁଖିଲା ଅଦା ପାଉଡର ସେବନ ପାଇଁ ଦିଆଯାଇଥିଲା। ଏହି ଅନୁସନ୍ଧାନ ସମୟରେ ରୋଗୀମାନେ ଏହି ପାଉଡରକୁ ଦୁଇଥର (2 ଗ୍ରାମ)ପାଟି ଏବଂ ଦୁଇଥର ନାକ(0.05ଗ୍ରାମ) ମାଧ୍ୟମରେ ସେବନ କରୁଥିଲେ। । ଏହି ରୋଗୀମାନଙ୍କୁ 15, 30 ଏବଂ 90 ଦିନ ପରେ ଅଧ୍ୟୟନ କରାଯାଇଥିଲା ।

ଅନୁସନ୍ଧାନର ଫଳାଫଳରୁ ଜଣାପଡିଛି ଯେ, ଅଦା ଫାଇଟୋକେମିକାଲ୍ସ ରହିଛି । ଯାହାକି କୋଭିଡ ବ୍ୟାପିବାକୁ ରୋକିଥାଏ । ରୋଗୀମାନଙ୍କୁ ଦିଆଯାଇଥିବା ଅଦା ପାଉଡରକୁ ଶୁଖିଲା ଅଦାରୁ ପ୍ରସ୍ତୁତ କରି ଦିଆଯାଇଥିଲା । ଏହା ସହିତ ଏହାର ନାମ Z.officinale ମଧ୍ୟ ରଖାଯାଇଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କୋଭିଡର ଦ୍ୱିତୀୟ ଏବଂ ତୃତୀୟ ଲହର ସମୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏବଂ ଘରେ ରହିଥିବା 800 ରୋଗୀଙ୍କ ଉପରେ ଗବେଷଣା କରାଯାଇଥିଲା । ତେବେ ଏହା ସମସ୍ତଙ୍କ ଉପରେ କାର୍ଯ୍ୟ କରିଥିଲା ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.