ETV Bharat / sukhibhava

ସହଜ ହେବ କ୍ୟାନ୍ସର ଚିକିତ୍ସା, 3D ଟ୍ୟୁମର ମଡେଲର ବ୍ୟବହାର ଦ୍ବାରା ହେବ ସମ୍ଭବ !

ଏଣିକି ସହଜମ ଏବଂ କମ ସମୟରେ ହେବ କ୍ୟାନ୍ସର ଚିକିତ୍ସା। 3D ଟ୍ୟୁମର ମଡେଲର ବ୍ୟବହାର ଦ୍ବାରା ହେବ ସମ୍ଭବ। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 18, 2023, 11:47 AM IST

3D tumor models
3D tumor models

ହାଇଦ୍ରାବାଦ: ବିଶ୍ବରେ କର୍କଟ ରୋଗ ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି। ପ୍ରତିବର୍ଷ ରୋଗୀଙ୍କ ସଂଖ୍ୟା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସବୁ ବୟସର ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ପ୍ରତିବର୍ଷ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଜେନେଟିକ ସହିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଏହି ବିପଦକୁ ଆହୁରି ବୃଦ୍ଧି କରିଛି । ଏହାରି ଭିତରେ କର୍କଟ ରୋଗ ଏବଂ ରୋଗୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ସୁଲଭ ମୂଲ୍ୟରେ ଉତ୍ତମ କ୍ୟାନ୍ସର ଚିକିତ୍ସା ପାଇଁ ବୈଜ୍ଞାନିକମାନେ ଉଦ୍ଭାବନ କରିଛନ୍ତି ନୂଆ ଟେକ୍ନିକ୍‌ ମଡେଲ ଥ୍ରୀ'ଡି ଟ୍ୟୁମର ମଡେଲ(3D tumor models) । ତେବେ ଏହା କ୍ୟାନ୍ସର ରୋଗୀଙ୍କ କ୍ଷେତ୍ରରେ ସୁଲଭ ଏବଂ ଶୀଘ୍ର ଚିକିତ୍ସା ହୋଇପାରିବ ବୋଲି କୁହାଯାଇଛି ।

କାନାଡାର ଓ୍ବାଟେରଲୋ ୟୁନିଭରସିଟିର ବୈଜ୍ଞାନିକମାନେ ଏହାର ଉଦ୍ଭାବନ କରିଛନ୍ତି । କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଏହାକୁ ସଫଳତାର ଚାବିକାଠି ବୋଲି କୁହାଯାଉଛି । ଥ୍ରୀ'ଡି ପ୍ରିଣ୍ଟେଡ୍‌ ମେଥଡରେ ତିଆରି ହୋଇଥିବା ଟ୍ୟୁମର ମଡେଲ କ୍ୟାନ୍ସର ସେଲର ଅଧ୍ୟୟନରେ ସହାୟକ ହେବ ବୋଲି ଜଣାପଡିଛି । ତେବେ ଏଥିରେ ମାଇକ୍ରୋଫ୍ଲୁଟିକ ଚିପ୍‌ ଏବଂ ଉନ୍ନତ ବାୟୋପ୍ରିଣ୍ଟିଂ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଏଣିକି 7 ମିନିଟରେ ହେବ କ୍ୟାନ୍ସର ଚିକିତ୍ସା, ବ୍ରିଟେନରେ ବାହାରିଲା ପ୍ରଥମ ଇଞ୍ଜେକ୍ସନ

ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ, ପାରମ୍ପରିକ ଭାବେ ବ୍ୟବହୃତ ବାୟୋପ୍ସି ପ୍ରଣାଳୀ 2D ଟ୍ୟୁମର ସାମ୍ପଲ ଯୋଗାଇଥାଏ । ଯାହା କ୍ୟାନ୍ସରର ଗଭୀରତାକୁ ଜାଣିବାରେ କଷ୍ଟକର ହୋଇଥାଏ । ତେଣୁ 3D ମଡ୍ୟୁଲ୍‌ ବିକଶିତ କରାଇଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି । ଏହାଦ୍ବାରା ଟ୍ୟୁମର ଏବଂ କ୍ୟାନ୍ସର ବିଷୟରେ ସହଜରେ ଜାଣି ହେବ । ଏହାସହ ଷ୍ଟେଜ୍‌କୁ ମଧ୍ୟ ସହଜରେ ଜାଣି ହୋଇପାରିବ । ଏହି ଟେକ୍ନିକ୍‌ ଏକରୁ ଅଧିକ କ୍ୟାନ୍ସର ସେଲ୍‌ ରହିଥିବା ଟ୍ୟୁମର ପାଇଁ ସହାୟକ ହେବ ବୋଲି କୁହାଯାଇଛି । ତେବେ ଏହି ସାମ୍ପଲରେ ବିଭିନ୍ନ ପ୍ରକାର କେମୋଥେରାପି ଡ୍ରଗ୍ସର ଟେଷ୍ଟ ମଧ୍ୟ କରାଯାଇ ପାରିବ ।

କହିରଖୁଛୁ କି, ନିକଟରେ 7 ମିନିଟରେ କ୍ୟାନ୍ସର ଚିକିତ୍ସା ସମ୍ଭବ କରାଇବା ନେଇ ବ୍ରିଟେନ୍‌ର ବୈଜ୍ଞାନିକମାନେ ପ୍ରଥମ ଇଞ୍ଜେକ୍ସନ୍‌ ବାହାର କରିଥିଲେ । ପ୍ରଥମ ଥର କରି ବ୍ରିଟେନ୍‌ ଏଭଳି ଚିକିତ୍ସା ପ୍ରଣାଳୀ ବାହାର କରିଛି । ବ୍ରିଟେନର ସରକାରୀ ସ୍ୱାସ୍ଥ୍ୟ ସେବା (NHS) ହେଉଛି ବିଶ୍ୱର ପ୍ରଥମ ଏଜେନ୍ସି ଯାହା କର୍କଟ ରୋଗୀଙ୍କ ପାଇଁ ଇଞ୍ଜେକ୍ସନ୍‌ ପ୍ରସ୍ତୁତ କରୁଥିବା ବେଳେ ଖୁବଶୀଘ୍ର ବଜାରକୁ ଆସିବ ବୋଲି ସୂଚନା ମିଳିଛି । ତେବେ ଏହି ଇଞ୍ଜେକ୍ସନ ମାତ୍ର 7 ମିନିଟରେ କ୍ୟାନ୍ସରକୁ ଭଲ କରିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.