ETV Bharat / sukhibhava

Walking Backward: ପଛୁଆ ଚାଲିବା ଦ୍ବାରା ସୁସ୍ଥ ରହେ ମନ ଏବଂ ଶରୀର

author img

By ETV Bharat Odisha Team

Published : Sep 7, 2023, 3:44 PM IST

ପଛୁଆ ଚାଲିବା ଦ୍ବାରା ଅନେକ ସ୍ବାସ୍ଥ୍ୟଲାଭ ମିଳିଥାଏ । ମନ ଏବଂ ଶରୀର ସୁସ୍ଥ ରହିଥାଏ । ଅଧିକ ପଢନ୍ତୁ

Walking Backward
Walking Backward

ହାଇଦ୍ରାବାଦ: ସମସ୍ତେ ଜାଣନ୍ତି ଚାଲିବା ଦ୍ବାରା ଶରୀର ସୁସ୍ଥ ରହିଥାଏ । ଦୀର୍ଘ ସମୟ ଧରି ସୁସ୍ଥ ରହିବା ଏବଂ ଫିଟ୍ ରହିବା ପାଇଁ ବିଶେଷଜ୍ଞ ମାନେ ସର୍ବଦା ଚାଲିବା ଏବଂ ଦୌଡ଼ିବାକୁ ସୁପାରିଶ କରନ୍ତି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ସିଧା ଚାଲିବା ବଦଳରେ ଓଲଟା ଚାଲିବା ଦ୍ବାରା ଶରୀର ଉପରେ ଅଧିକ ସୁପ୍ରଭାବ ପଡିଥାଏ । ଏପରିକି ଆଗକୁ ଚାଲିବା ବଦଳରେ ଧୀରେଧୀରେ କରି ପଛକୁ ଚାଲିବା ଦ୍ବାରା ଅନେକ ସ୍ବାସ୍ଥ୍ୟଲାଭ ହୋଇଥାଏ । ତେବେ ଜାଣନ୍ତୁ କିଭଳି ବ୍ୟାକ୍‌ଓ୍ବାର୍ଡ ଚାଲିବେ କଣ ଏହାଦ୍ବାରା କେଉଁ ପ୍ରକାର ଫାଇଦା ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ଦୈନିକ ୧୦,୦୦୦ ଷ୍ଟେପ୍ ଚାଲିଲେ ଦୁରାରୋଗ୍ୟ Cancer ହେବାର ଆଶଙ୍କା କମ୍‌

  • ପଛୁଆ ଚାଲିବା ପାଇଁ ପ୍ରଥମେ ଏକ ସୁରକ୍ଷିତ ସ୍ଥାନ ବାଛିବା ଆବଶ୍ୟକ । ପ୍ରଥମେ ଧୀରେଧୀରେ ପାଦ ପଛକୁ କରି କିଛି ସମୟ ଚାଲିବା ପରେ ବେଗକୁ ବୃଦ୍ଧି କରିବା ଆବଶ୍ୟକ। ଏହା ଦ୍ବାରା ଶରୀର ଏବଂ ମନ ମଧ୍ୟରେ ସମନ୍ବୟ ରକ୍ଷା ହୋଇଥାଏ । ମନରୁ କ୍ରୋଧ ଦୂର ହେବା ହେବା ସହିତ ମୁଡ୍‌ ଭଲ ରହିଥାଏ । ଏକାଗ୍ରତା ଶକ୍ତି ବୃଦ୍ଧି ପାଇଥାଏ ।
  • ଏହା ବ୍ୟତୀତ ମଧ୍ୟ ଶରୀର ଉପରେ ଅନେକ ପ୍ରଭାବ ପଡ଼ିଥାଏ । ଓଷ୍ଟ୍ରିଓଆଥ୍ରାଇଟିସ ଏହଂ ଜୁଭେନାଇ ରୋମାଟାଇଡ ଆଥ୍ରାଇଟିସ ପାଇଁ ଅନେକ ଉପକାରିତା ପ୍ରଦାନ କରିଥାଏ ବୋଲି କୁହାଯାଇଛି । ବେକ୍ ପେନ୍‌ ଏବଂ ନେକ୍‌ ପେନ୍‌କୁ ମଧ୍ୟ ମୁକ୍ତି ମିଳିଥାଏ ।
  • ବେକଓ୍ବାର୍ଡ୍‌ ଚାଲିବା ଦ୍ବାରା ପାଦର ମାଂସପେଶୀ ଶକ୍ତ ହୋଇଥାଏ । ଅଧିକ କ୍ୟାଲୋରୀ ବର୍ନ ହୋଇଥାଏ । ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।

ଏହା ମଧ୍ୟ ପଢନ୍ତୁ: Running or Walking: ଚାଲିବା ନା ଦୌଡିବା କେଉଁଟା ସ୍ବାସ୍ଥ୍ୟ ପକ୍ଷେ ଉପଯୋଗୀ ? ଜାଣନ୍ତୁ

  • ଏହା ବ୍ୟତୀତ ଭାବନା ଶକ୍ତି ବୃଦ୍ଧି ପାଇବା
  • ଶରୀରରେ ସନ୍ତୁଳନ ବଜାୟୀ ରହିବା
  • ଏକାଗ୍ରତା ଆସିବା
  • ମନୋବଳକୁ ଦୃଢ଼ କରିବା
  • ନିଦ୍ରାହୀନତାରୁ ମୁକ୍ତି
  • ଦୃଷ୍ଟିଶକ୍ତିରେ ଉନ୍ନତି ଆଣିବା

ସାଧାରଣ ଭାବରେ ଚାଲିବାବେଳେ (ଆଗକୁ ଗତି) ଆମକୁ ଚିନ୍ତା କରିବା ପାଇଁ ପଡିନଥାଏ । କାରଣ ଏହା ଦୈନନ୍ଦିନ ଜୀବନରେ ସାଧାରଣ କ୍ରିୟା ପାଲଟିଯାଇଛି । କିନ୍ତୁ ପଛକୁ ଚାଲିବା ବେଳେ ଧୈର୍ଯ୍ୟ ଏବଂ ଏରୋବିକ୍ କ୍ଷମତାକୁ ଶୀଘ୍ର ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ଏହା ଦ୍ବାରା ଶରୀର ସୁସ୍ଥ ରହିଥାଏ ।

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଗକୁ ଚାଲିବା ତୁଳନାରେ ପଛୁଆ ଚାଲିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା କମିଯାଏ । ଏହା ହୃଦରୋଗକୁ ରୋକିବାରେ ମଧ୍ୟ ସାହାଯ୍ୟକାରୀ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.