ETV Bharat / sukhibhava

ଗର୍ଭାବସ୍ଥାରେ ଡକୱାକ ପାଇଁ ପରାମର୍ଶ ଦେଇଥାନ୍ତି ଡାକ୍ତର, ଜାଣନ୍ତୁ ଏହା ପଛର କାରଣ - ଗର୍ଭବତୀ ମହିଳାଙ୍କ ପାଇଁ କାହିଁକି ଜରୁରୀ ହୋଇଥାଏ ଡକଓ୍ବାକ

ଗର୍ଭାବସ୍ଥାରେ ମାଆ ଏବଂ ଛୁଆମାନଙ୍କ ପାଇଁ ଫିଟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ପ୍ରତିଦିନ ଏକ ଭଲ ଡାଏଟ୍ ଅନୁସରଣ କରିବା ସହିତ ଡକଓ୍ବାକ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥାଆନ୍ତି । ଅଧିକ ପଢନ୍ତୁ

Duck Walking
Duck Walking
author img

By ETV Bharat Odisha Team

Published : Sep 6, 2023, 11:11 AM IST

ହାଇଦ୍ରାବାଦ: ଗର୍ଭାବସ୍ଥାରେ ମାଆ ଏବଂ ଛୁଆମାନଙ୍କ ପାଇଁ ଫିଟ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜ ସ୍ବାସ୍ଥ୍ୟର ଯତ୍ନ ନେଇଥାଆନ୍ତି । ତେବେ ଗର୍ଭାବସ୍ଥାରେ ମାଆ ଏବଂ ଛୁଆ ସୁସ୍ଥ ରହିବା ପାଇଁ ବ୍ୟାୟାମ, ହେଲଦି ଡାଏଟ ସହିତ ଡକଓ୍ବାକ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥାଆନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ କହିବାନୁସାରେ, ମହିଳାମାନେ ଗର୍ଭାବସ୍ଥାରେ ନିଶ୍ଚିତ ଭାବରେ ବ୍ୟାୟାମ କରିବା ସହିତ ବିଶେଷକରି ଡକଓ୍ବାକ ଅଭ୍ୟାସ କରିବା ଆବଶ୍ୟକ । କାରଣ ଏହା ଗର୍ଭବତୀଙ୍କ ପାଇଁ ସ୍ବାସ୍ଥ୍ୟ ଉପଯୋଗୀ ଅଟେ । ଯଦି ଗର୍ଭବସ୍ଥାରେ ଶିଶୁର ମୁଣ୍ଡ ତଳଭାଗକୁ ରହିଥିଲେ ଏହି ବ୍ୟାୟାମ ଉପଯୋଗୀ ବୋଲି ପ୍ରମାଣିତ ହୋଇଛି । ପ୍ରସବ ସମୟରେ ମହିଳାଙ୍କୁ ଅଧିକ ଯନ୍ତ୍ରଣା ହୋଇନଥାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

ଗର୍ଭବତୀ ମହିଳାଙ୍କ ପାଇଁ କାହିଁକି ଜରୁରୀ ହୋଇଥାଏ ଡକଓ୍ବାକ

ଡକଓ୍ବାକ ହେଉଛି ଏକ ନିର୍ଦ୍ଦିଷ୍ଟ ପ୍ରକାରର ସ୍କ୍ୱାଟିଂ ବ୍ୟାୟାମ ଯେଉଁଥିରେ ଜଣେ ଗର୍ଭବତୀ ମହିଳା ନିଜକୁ ଡକ(ବତକ) ଭଳି ଚାଲିବା ପାଇଁ ପ୍ରୟାସ କରିଥାଏ । ଏହି ବ୍ୟାୟାମରେ ପାଦକୁ ଭୂମିରେ ଏବଂ ପିଠିକୁ ସିଧା ରଖିବାବେଳେ ଆଣ୍ଠୁକୁ ଅଧିକ ବଙ୍କା କରିବାକୁ ପଡିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗର୍ଭାବସ୍ଥାରେ ଡକଓ୍ବାକ କରିବା ଦ୍ବାରା ପ୍ରସବ ସମୟରେ ସାହାଯ୍ୟ କରିବା ସହିତ ମହିଳା ଆକ୍ଟିଭ ମଧ୍ୟ ରହିଥାଆନ୍ତି ।

ଗର୍ଭାବସ୍ଥା ସମୟରେ ବ୍ୟାୟାମ କରିବା ଏବଂ ଫିଟନେସ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସହିତ ଗର୍ଭାବସ୍ଥାରେ ଅତ୍ୟଧିକ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ନିଜକୁ ଯଥାସମ୍ଭବ ସକ୍ରିୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତରମାନେ ମତ ଦେଇଥାଆନ୍ତି । କେତେକ ମହିଳାଙ୍କ ପାଇଁ ଗର୍ଭାବସ୍ଥାରେ ଅଧିକ ସକ୍ରିୟ ବା ଆକ୍ଟିଭ ରହିବା ଦ୍ବାରା ଡାଇବେଟିସ୍, ପ୍ରିକ୍ଲମ୍ପସିଆ ଏବଂ ସିଜରିଆନ ଡେଲିଭରି ହେବାର ଆଶଙ୍କା କମ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ଗର୍ଭବତୀ ମହିଳା ଏହି ଅଭ୍ୟାସ ରଖିଥିଲେ ସାବଧାନ, ଜନ୍ମ ହୋଇପାରେ ମୃତ ଶିଶୁ !

ଡକଓ୍ବାକର ଫାଇଦା:

ଡକଓ୍ବାକ କରିବା ଦ୍ବାରା ପେଲଭିକ୍ ଫ୍ଲୋରର ମାଂସପେଶୀକୁ ସକ୍ରିୟ ହୋଇଥାଏ । ଯାହା ଗର୍ଭାବସ୍ଥାରେ ଗର୍ଭାଶୟ ଏବଂ ପେଲଭିକ୍ ଅଙ୍ଗକୁ ସାହାରା ପ୍ରଦାନ କରିବାରେ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ଏହି ମାଂସପେଶୀକୁ ମଜବୁତ କରିଥାଏ । ଅନ୍ୟପଟେ କିଛି ମହିଳାଙ୍କୁ ଗର୍ଭାବସ୍ଥାରେ ଅଧିକ ଥର ପରିସ୍ରା ଲାଗିଲା ଭଳି ରହିଥାଏ । ଏହି ବ୍ୟୟାମ ଦ୍ବାରା ଉକ୍ତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଏହି କାରଣରୁ ଗର୍ଭାଶୟ ମଧ୍ୟ ଠିକ ରହିଥାଏ । ଗର୍ଭଧାରଣ ମାଂସପେଶୀରେ କଠିନତା ହୋଇପାରେ । ଡକଓ୍ବାକ ଦ୍ବାରା ଜଙ୍ଘ ଏବଂ ତଳ ପେଟରେ ନମନିୟତା ବଜାୟ ରଖିବାରେ କିମ୍ବା ଉନ୍ନତି କରିବାରେ ସାହାଯ୍ୟ କରେ । ଯାହାକି ପ୍ରସବ ଯନ୍ତ୍ରଣା ସମୟରେ ବିଶେଷ ସହାୟକ ହୋଇପାରେ । ଏହି ବ୍ୟାୟାମ ଦ୍ବାରା ଅଧିକ ଯନ୍ତ୍ରଣାରୁ ବର୍ତ୍ତି ପାରିବେ । ଏହା ମହିଳାଙ୍କ ପେଲଭିକ୍ ଆଉଟଲେଟ ଖୋଲିବାରେ ସାହାଯ୍ୟ କରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.