ETV Bharat / sukhibhava

ଅନେକ ରୋଗ ପାଇଁ ରାମବାଣ ସଦୃଶ ଜୁଆଣି, ଜିରା ଏବଂ କଳା ଲୁଣର ମିଶ୍ରଣ

author img

By ETV Bharat Odisha Team

Published : Nov 13, 2023, 12:28 PM IST

ରୋଷେଇ ଘରେ ଅନେକ ପ୍ରକାରର ମସଲା ମିଳିଥାଏ । ଯାହା ଖାଦ୍ୟର ସ୍ବାଦକୁ ବଢ଼ାଇଥାଏ । ଏହି ମସଲାରେ ଥିବା ଗୁଣଗୁଡିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ସେ ମଧ୍ୟରେ ଜୁଆଣି, ଜିରା ଏବଂ କଳା ଲୁଣର ମିଶ୍ରଣ ଅନେକ ରୋଗ ପାଇଁ ରାମବାଣ ସଦୃଶ । ଏହା ଗ୍ୟାସ ଓଜନ, ଉଚ୍ଚ ବିପିକୁ ନିୟନ୍ତ୍ରଣ କରିଥାଏ । ଅଧିକ ପଢନ୍ତୁ

ଅନେକ ରୋଗ ପାଇଁ ରାମବାଣ ସଦୃଶ ଜୁଆଣି, ଜିରା ଏବଂ କଳା ଲୁଣର ମିଶ୍ରଣ
ଅନେକ ରୋଗ ପାଇଁ ରାମବାଣ ସଦୃଶ ଜୁଆଣି, ଜିରା ଏବଂ କଳା ଲୁଣର ମିଶ୍ରଣ

ହାଇଦ୍ରାବାଦ: ଭାରତୀୟ ରୋଷେଇ ଘରେ ଅନେକ ପ୍ରକାରର ମସଲା ମିଳିଥାଏ, ଯାହାକୁ ବ୍ୟବହାର କରି ଖାଦ୍ୟ ବହୁତ ସ୍ବାଦିଷ୍ଟ ହୋଇଯାଏ । ଖାଦ୍ୟର ସ୍ବାଦ ବଢାଇବା ବ୍ୟତୀତ ଏହି ମସଲା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ରୋଷେଇ ଘରେ ଜୁଆଣି, ଜିରା ଏବଂ କଳା ଲୁଣ ସହଜରେ ଉପଲବ୍ଧ ମିଳିଥାଏ । ଏହି ତିନୋଟିକୁ ଏକାଠି ଖାଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥାଏ। ଏହା ଅନେକ ସ୍ବାସ୍ଥ୍ୟଗତ ସମସ୍ଯାରୁ ମୁକ୍ତି ଦେଇଥାଏ । ଜାଣନ୍ତୁ ସେଗୁଡିକ କଣ?

ଗ୍ୟାସ ସମସ୍ୟା ଦୂର କରେ

ଗ୍ୟାସ ସମସ୍ୟା ଥିବା ଲୋକଙ୍କ ପାଇଁ ଜୁଆଣି, ଜିରା ଏବଂ କଳା ଲୁଣର ମିଶ୍ରଣ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଅଧିକ ପରିମାଣର ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ପେଟ କଷ୍ଟ ଏବଂ ଯନ୍ତ୍ରଣା ହ୍ରାସ କରିବାରେ ସହାୟକ ହୋଇଥାଏ ।

ଇମ୍ୟୁନିଟି ବୁଷ୍ଟର ବଢାଏ

ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେତୁ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼େ । ଏପରି ପରିସ୍ଥିତିରେ, ଯଦି ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଜିରା, ଜୁଆଣି ଏବଂ କଳା ଲୁଣ ଖାଇବା ଉଚିତ୍ । ଏହା ଇମ୍ୟୁନ ସିଷ୍ଟମକୁ ମଜଭୁତ କରିବାରେ ସାହାଯ୍ୟ କରେ ।

ଓଜନ ହ୍ରାସ କରାଏ

ଓଜନ ହ୍ରାସ କରିବା ପାଇଁ ମେଟାବୋଲିଜିମ୍ ବୃଦ୍ଧି କରିବା ଜରୁରୀ । ଏଥିପାଇଁ ଜିରା, ଜୁଆଣି ଏବଂ କଳା ଲୁଣର ମିଶ୍ରଣ ଖାଇବା ଦ୍ୱାରା ପେଟ ଅଧିକ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ ଏବଂ ଅତ୍ୟଧିକ ଖାଇବା ଠାରୁ ଦୂରେଇ ରୋକିଥାଏ । ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦିଏ

ଜିରା, ଜୁଆଣି ଏବଂ କଳା ଲୁଣରେ କ୍ୟାଲସିୟମ ମିଳିଥାଏ । ଯାହା ଦାନ୍ତକୁ ମଜଭୁତ କରିବାରେ ସହାୟକ ହୋଇଥାଏ । ଯଦି ଅନେକ ସମୟରେ ଦାନ୍ତରେ ଯନ୍ତ୍ରଣା ଅନୁଭବ କରନ୍ତି, ତେବେ ଏହି ତିନୋଟିର ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଦାନ୍ତ ଉପରେ ମାଲିସ୍ କରିବା ଉଚିତ୍ । ଏହା ଯନ୍ତ୍ରଣା କମାଇବା ସହ ଖରାପ ନିଃଶ୍ୱାସ ମଧ୍ୟ ଦୂର କରିଥାଏ ।

ଏହା ମଧ୍ୟ ପଢନ୍ତୁ: ଶୀତ ଦିନେ ଥଣ୍ଡା-ଜ୍ବର ଲାଗି ରହୁଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ହାଇ ବିପିରେ ଲାଭଦାୟକ

ଯେଉଁମାନଙ୍କର ବିପି ସମସ୍ୟା ଅଧିକ, ସେମାନେ ଜିରା, କଳା ଲୁଣ ଏବଂ ଜୁଆଣି ଏକାଠି ଖାଇବା ଉଚିତ । ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍, ଫାଇବର ଏବଂ ପୋଷକ ତତ୍ତ୍ୱ ରହିଥାଏ । ବାସ୍ତବରେ କଳା ଲୁଣରେ ସୋଡିୟମ୍ କମ୍ ଥାଏ । ଯାହା ହାଇ ବିପି ପାଇଁ ଲାଭଦାୟକ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.