ETV Bharat / sukhibhava

ମୁଖ ସୌନ୍ଦର୍ଯ୍ୟ ଚାହୁଁଛନ୍ତି କି? ଏପରି ବ୍ଯବହାର କରନ୍ତୁ ମାଣ୍ଡିଆ - କେଶକୁ ମଜବୁତ କରେ ମାଣ୍ଡିଆ

ମୁଖ ସୌନ୍ଦର୍ଯ୍ୟ ଚାହୁଁଛନ୍ତି କି? କେଶ ସହିତ ତ୍ବଚାର ସୌନର୍ଯ୍ୟ ଚାହୁଁଥିଲେ ସାହାଯ୍ୟ କରିବ ମାଣ୍ଡିଆ। ଏଭଳି କରନ୍ତୁ ବ୍ୟବହାର

Beautiful skin and Healthy hair with Finger Millet

author img

By ETV Bharat Odisha Team

Published : Nov 2, 2023, 2:10 PM IST

ହାଇଦ୍ରାବାଦ: ଦିନକୁ ଦିନ ବୃଦ୍ଧି ପାଉଛି ମାଣ୍ଡିଆର ଚାହିଦା । ଆଜିକା ସମୟରେ ମାଣ୍ଡିଆ ମୁହାଁ ଯୁବପିଢି । ଯେଉଁମାନେ ମାଣ୍ଡିଆ ଖାଆନ୍ତି ତେବେ ଅଧିକ ଶକ୍ତ ରହିଥାଆନ୍ତି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ପୋଷଣ କରିଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ମାଣ୍ଡିଆ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ ? ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, ମିଲେଟ୍‌ ତ୍ବଚା ସହିତ କେଶ ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଇଥାଏ । ଏହାସହ ବାର୍ଦ୍ଧକ୍ୟକୁ ମଧ୍ୟ ରୋକିଥାଏ ମାଣ୍ଡିଆ ।

  • ମାଣ୍ଡିଆ ଚର୍ମକୁ ସୁସ୍ଥ ରଖିବା ସହିତ ସୂର୍ଯ୍ୟକିରଣର ପ୍ରଭାବରୁ ଦୂର କରିଥାଏ । ଗୋଟିଏ ଚାମଚ ମାଣ୍ଡିଆ ପାଉଡର ନେଇ ସେଥିରେ ଅଳ୍ପ ପରିମାଣର କ୍ଷୀର ଏବଂ ମହୁ ମିଶାନ୍ତୁ । ଏହାକୁ ଗୋଳାଇ ଏକ ପୋଷ୍ଟ ତିଆରି କରି ମୁହଁରେ ଲଗାନ୍ତୁ । ତେବେ ଏହା ସୁଖିଯିବା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ଏହାଦ୍ୱାରା ଚର୍ମରେ ଚମକ ଆସିବ । ଏହାସହ ଡାର୍କ୍‌ ସ୍ପଟ୍‌ ଏବଂ ଆକନୀ ସମସ୍ୟା ମଧ୍ୟ ଦୂର ହେବ ।
  • ବର୍ତ୍ତମାନ ଶୀତ ଋତୁର ଆଗମନ ହୋଇସାରିଥିବା ବେଳେ ଏହି ସମୟରେ ପ୍ରାୟ ସମସ୍ତଙ୍କ ରୁପି ସମସ୍ୟା ଦେଖାଯାଇଥାଏ। ତେବ ଏହି ସମସ୍ୟା ଦେଇ ଗତି କରୁଥିବା ବ୍ୟକ୍ତିଙ୍କ ପାଇଁ ମାଣ୍ଡିଆ ରାମବାଣ ହୋଇପାରେ ବୋଲି କୁହାଯାଇଛି। ପ୍ରଥମେ ମାଣ୍ଡିଆକୁ ଗୁଣ୍ଡ କରି ସେଥିରେ ଅଳ୍ପ ପରିମାଣର ଦହି ମିଶାନ୍ତୁ। ଏହି ପେଷ୍ଟକୁ କେଶର ମୂଳରେ ଲଗାନ୍ତୁ। କିଛି ସମୟ ରଖିବା ପରେ ସାମ୍ପ କରି କେଶ ଧୋଇ ଦିଅନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି କମ କେମିକାଲ ଯୁକ୍ତ ସାମ୍ପୁ ବ୍ୟବହାର କରିବା ଉଚିତ । ଏହାଦ୍ବାରା କେଶ ମଜଭୁତ ହେବା ସହିତ ସିଲ୍କ ଏବଂ ସାଇନ୍‌ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: Guava Leaves Face Pack: ଚମକୁଥିବା ତ୍ବଚା ଚାହୁଁଛନ୍ତି କି? ଲଗାନ୍ତୁ ଏହି ଫେସ୍‌ ପ୍ୟାକ୍‌

  • ତେବେ ଦୁଇ ଚାମଚ ମାଣ୍ଡିଆକୁ ନେଇ ସେଥିରେ ସମାନ ପରିମାଣର ଆମଲା ପାଉଡର ମିଶାଇ ଏକ ପତଳା ପେଷ୍ଟ ତିଆରି କରନ୍ତୁ । ତେବେ ଏଥିରେ ଅଳ୍ପ ପରିମାଣର ପେଜ ମଧ୍ୟ ମିଶାନ୍ତୁ। ତେବେ ଏହି ମିଶ୍ରଣକୁ ମୁଣ୍ଡର ମୂଳରେ ଲଗାନ୍ତୁ । ଏହାପରେ କେଶକୁ ସଫା କରିଦିଅନ୍ତୁ । ଏହି ମିଶ୍ରଣକୁ ମୁହଁରେ ମଧ୍ୟ ଲଗାଇପାରିବେ। ଏହା ଦ୍ବାରା ପିମ୍ପଲ ସମସ୍ୟା ମଧ୍ୟ ଦୂର ହୋଇଥାଏ।
  • ସେହିପରି ଦୁଇ ଚାମଚ ମାଣ୍ଡିଆ ନେଇ ସେଥିରେ ଦୁଇ ଚାମଚ ପିଆଜ ରସ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ । ଏହାପରେ ପେଷ୍ଟକୁ କେଶର ମୂଳରେ ଲଗାନ୍ତୁ । କିଛି ସମୟ ପରେ ସାମ୍ପୁ କରି କେଶ ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇଥର କରିବା ଦ୍ବାରା ରୁପି ସମସ୍ୟା ଦୂର ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.