ETV Bharat / sukhibhava

ସାବଧାନ ! ଏହି ସବୁ ଲକ୍ଷଣ କରିପାରେ କିଡନୀ ସମସ୍ୟା - ହେଲ୍‌ଥ ଟିପ୍ସ

କିଡନୀ ଶରୀରରକୁ ସୁସ୍ଥ ରଖିବାରେ ଏକ ପ୍ରମୁଖ ଭୂମିକା ନିଭାଇଥାଏ । ଖରାପ ଜୀବନଶୈଳୀ ଓ ଖାଦ୍ୟ ଗ୍ରହଣ କାରଣରୁ ଅଧିକାଂଶ ଲୋକେ କିଡନୀ ରୋଗରେ ପୀଡିତ ହେଉଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଲକ୍ଷଣ ବାବଦରେ ଜାଣିନପାରିବାରୁ ସମସ୍ୟା ବହୁ ଗୁଣିତ ହୋଇଯାଉଛି । ତେଣୁ କିଡନୀ ସମସ୍ୟା ଥିଲେ କି କି ଲକ୍ଷଣ ଦେଖାଯାଏ, ଜାଣନ୍ତୁ

Etv Bharat
Etv Bharat
author img

By

Published : Mar 31, 2023, 7:46 PM IST

ହାଇଦ୍ରାବାଦ: ରକ୍ତକୁ ସ୍ବଚ୍ଛ କରିବା ଏବଂ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରିବା ହେଉଛି କିଡନୀ କାମ । ଯଦି କିଡନୀ କାମ କରିବା ବନ୍ଦ କରିଦିଏ, ତେବେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଖରାପ ଜୀବନଶୈଳୀ ଏବଂ ଖାଦ୍ୟ କିଡନୀକୁ ନଷ୍ଟ କରି ଦେଇଥାଏ । ମଦ୍ୟପାନ, ହୃଦ୍‌ରୋଗ, ହେପାଟାଇଟିସ୍ ସି ଏବଂ ଏଚ୍.ଆଇ.ଭି. କିଡନୀକୁ ଡ୍ୟାମେଜ୍ କରିବାର ପ୍ରମୁଖ କାରଣ । ତେବେ କିଡନୀ ରୋଗ ଥିଲେ ଶରୀରରେ କି କି ଲକ୍ଷଣ ଦେଖାଯାଏ, ଜାଣନ୍ତୁ

କିଡନୀ ସମସ୍ୟା: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ କିଡନୀ ସମସ୍ୟା ଏକ ନୀରବ ରୋଗ । ଏହି ରୋଗ ହେଲେ ଧୀରେଧୀରେ ପୀଡ଼ିତଙ୍କ ସମଗ୍ର ଶରୀରରେ ଫୁଲା, ପରିସ୍ରା ଫେଣ ହୋଇଯିବା ଏବଂ ବେଳେବେଳେ ପରିସ୍ରାରେ ରକ୍ତ ପଡିପାରେ । ଯେତେବେଳେ କିଡନୀ ଦୁର୍ବଳ ହୁଏ, ସେତେବେଳେ ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବା ଆରମ୍ଭ କରେ । ଏହି କାରଣରୁ, ପିଠି ଯନ୍ତ୍ରଣା, ପେଟର ତଳ ଅଂଶରେ ଯନ୍ତ୍ରଣା, ଚର୍ମରେ କୁଞ୍ଚନ, ଚର୍ମ ଶୁଷ୍କତା ଭଳି ସମସ୍ୟା ଆରମ୍ଭ ହୁଏ । ଉଚ୍ଚ ରକ୍ତଚାପ କିଡନୀ ସମସ୍ୟାର ଏକ ସାଧାରଣ ଏବଂ ପ୍ରାରମ୍ଭିକ ଲକ୍ଷଣ ।

ବାରମ୍ବାର ପରିସ୍ରା ଲାଗିବା: ଜଣେ ସୁସ୍ଥ ବ୍ୟକ୍ତି ଦିନକୁ 6ରୁ 10 ଥର ପରିସ୍ରା କରନ୍ତି । ଯଦି ଆପଣଙ୍କୁ ଏହାଠାରୁ ଅଧିକ ପରିସ୍ରା କରିବାକୁ ପଡେ, ତେବେ ଏହା କିଡନୀ ରୋଗ ହୋଇପାରେ । କିଡନୀ ରୋଗ ହେତୁ ବାରମ୍ବାର ପରିସ୍ରା ଲାଗିଲା ଭଳି ଅନୁଭବ ହୁଏ । କେତେକ ଲୋକଙ୍କର ମୂତ୍ରରେ ରକ୍ତ ମଧ୍ୟ ପଡେ ।

ଭୋକ ନଷ୍ଟ: କିଡନୀ ରୋଗ ଥିଲେ, ଭୋକ ଲାଗେ ନାହିଁ । ଶରୀରରେ ବର୍ଜ୍ୟବସ୍ତୁ ଜମା ହେତୁ ଭୋକ ଲାଗେ ନାହିଁ । ସକାଳୁ ଉଠିବା ମାତ୍ରେ ବାନ୍ତି ଲାଗେ କିମ୍ବା ବାନ୍ତି ହୁଏ । ଏହି ରୋଗ କାରଣରୁ ଓଜନ ମଧ୍ୟ ହ୍ରାସପାଏ ।

ଚର୍ମର ଶୁଷ୍କତା ଏବଂ କୁଞ୍ଚନ: ଯଦି କାହାର ଚର୍ମ ଶୁଖିଯାଉଛି ଏବଂ ତାଙ୍କର କ୍ରମାଗତ କୁଞ୍ଚନ ସମସ୍ୟା ହେଉଛି, ତେବେ ଏହା କିଡନୀ ସଂକ୍ରମଣର ଲକ୍ଷଣ ହୋଇପାରେ । ଯେତେବେଳେ କିଡନୀ ରକ୍ତରୁ ଖରାପ ପଦାର୍ଥ ଫିଲ୍ଟର୍ କରିବାକୁ ସକ୍ଷମ ହୁଏ ନାହିଁ, ସେତେବେଳେ ଚର୍ମ କୁଞ୍ଚନ ଓ ଶୁଷ୍କତା ସମସ୍ୟା ଦେଖାଦିଏ ।

ଦୁର୍ବଳ କିମ୍ବା କ୍ଳାନ୍ତ ଅନୁଭବ କରିବା : ସାମାନ୍ୟ ଶାରୀରିକ ପରିଶ୍ରମରେ ଥକା ଲାଗିବା, ଦୁର୍ବଳ ଅନୁଭବ ହେବା ମଧ୍ୟ କିଡନୀ ରୋଗର ଲକ୍ଷଣ । କିଡନୀ ରୋଗ ବୃଦ୍ଧି ପାଇବା ବେଳେ ଥକାପଣ ଆରମ୍ଭ ହୁଏ । ମୁଣ୍ଡ ବୁଲାଏ ଏବଂ ଦୁର୍ବଳତା ଅନୁଭବ ହୁଏ । ବେଳେବେଳେ ଚାଲିବା ବେଳେ ବି ଥକା ଲାଗେ ।

ପାଦ ଫୁଲିବା : କିଡନୀ ଶରୀରରୁ ଅତିରିକ୍ତ ସୋଡିୟମ୍ ଫିଲ୍ଟର୍ କରେ । ଯଦି ଏହା ସଠିକ୍ ଭାବରେ କାମ କରେନାହିଁ, ତେବେ ଶରୀରରେ ସୋଡିୟମର ପରିମାଣ ବଢିବାକୁ ଲାଗେ । ଏପରି ପରିସ୍ଥିତିରେ ପାଦ ଏବଂ ଗୋଡରେ ଫୁଲା ଦେଖାଯାଏ । ଏହାକୁ ଏଡିମା କୁହାଯାଏ । କିଡନୀ ରୋଗ ହେତୁ ଆଖି ଏବଂ ମୁହଁରେ ମଧ୍ୟ ଫୁଲା ଦେଖାଯାଏ ।

ନିଦ୍ରାହୀନତା, ଅସ୍ଥିରତା : କିଡନୀ ସଂକ୍ରମଣ କାରଣରୁ ଶୋଇବାରେ ଅସୁବିଧା ହୁଏ ଏବଂ ଅସ୍ଥିରତା ବଢିଯାଏ । ଯଦି ଶୋଇବାରେ ବ୍ୟାଘାତ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.