ଜୟପୁର/ନୂଆଦିଲ୍ଲୀ: ଖୁବ୍ଶୀଘ୍ର କେନ୍ଦ୍ରୀୟ ଆୟୁଷ ମନ୍ତ୍ରଣାଳୟ ଆରମ୍ଭ କରିବାକୁ ଯାଉଛି ଆୟୁର୍ବେଦ ଏବଂ ହୋମିଓପାଥିର ଓପିଡି ଓ ଆଇପିଡି । ଏମ୍ସ ସମେତ ସମଗ୍ର ଦେଶରେ କେନ୍ଦ୍ର ଅଧୀନରେ ପରିଚାଳିତ ହେଉଥିବା ସମସ୍ତ ଡାକ୍ତରଖାନାରେ ଏହି ସୁବିଧା ଉପଲବ୍ଧ ହେବ । ଏନେଇ ବୁଧବାର(ଅପ୍ରେଲ 27)ରେ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ଆୟୁଷ ରାଷ୍ଟ୍ର ମନ୍ତ୍ରୀ ମହେନ୍ଦ୍ର ମୁଞ୍ଜାପାରା । ବିଶ୍ୱ ଯୋଗ ଦିବସ(ଜୁନ୍ 21) ଅବସରରେ ଆୟୋଜିତ ହେବାକୁ ଥିବା 100 ଦିନିଆ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିବା ସମୟରେ ସେ ଏହି ଘୋଷଣା କରିଛନ୍ତି ।
![Ayurveda treatment](https://etvbharatimages.akamaized.net/etvbharat/prod-images/18358044_753291ojpg.jpg)
ଏହା ମଧ୍ୟ ପଢନ୍ତୁ:- ପ୍ରତି ଅଧ ଘଣ୍ଟାରେ 3 ମିନିଟ୍ ଚାଲିଲେ ହ୍ରାସ ପାଇବ ଟାଇପ୍-1 ମଧୁମେହ ବିପଦ
ମନ୍ତ୍ରୀ କହିଛନ୍ତି ଯେ, "ବର୍ତ୍ତମାନ ସାରା ବିଶ୍ୱରେ ଆୟୁର୍ବେଦ ଚିକିତ୍ସାର ଚାହିଦା ବଢିଛି । ଆୟୁର୍ବେଦ, ହୋମିଓପାଥିର ଚିକିତ୍ସାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏକ ପୃଥକ ମନ୍ତ୍ରଣାଳୟ ଗଠନ କରିଛନ୍ତି, ଯେଉଁଥି ପାଇଁ ସ୍ବତନ୍ତ୍ର ବଜେଟ୍ ମଧ୍ୟ ଆବଣ୍ଟନ କରାଯାଇଛି । ସରକାର ବର୍ତ୍ତମାନ ନିଷ୍ପତ୍ତି ନେଇଛନ୍ତି ଯେ, ଏଲୋପାଥି ସହିତ ରୋଗୀଙ୍କୁ ଆୟୁର୍ବେଦ ଚିକିତ୍ସା ଯୋଗାଇ ଦିଆଯିବ ।" AIIMS ସମେତ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ଡାକ୍ତରଖାନାରେ ହୋମିଓପାଥି ଚିକିତ୍ସାର ସୁବିଧା କରାଯିବ ବୋଲି ସେ ଘୋଷଣା କରିଛନ୍ତି ।
![Ayurveda treatment](https://etvbharatimages.akamaized.net/etvbharat/prod-images/18358044_75391ojpg.jpg)
ଏହା ମଧ୍ୟ ପଢନ୍ତୁ:- ସାବଧାନ ! ଅଳସୁଆ ଜୀବନଶୈଳୀ କରୁଛି ମାଂସପେଶୀ ଯନ୍ତ୍ରଣା
ମହେନ୍ଦ୍ର ମୁଞ୍ଜାପାରା କହିଛନ୍ତି, ଏଥିପାଇଁ ଆମେ ଆୟୁର୍ବେଦ ଏବଂ ହୋମିଓପାଥିର OPD ଏବଂ IPD ସେବା ଖୁବ୍ଶୀଘ୍ର ଦେଶର ସମସ୍ତ AIIMSରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ । ଜୁନ୍ 21ରେ ବିଶ୍ୱ ଯୋଗ ଦିବସର 100 ଦିନିଆ କାର୍ଯ୍ୟକ୍ରମ ଅଧୀନରେ ଦେଶର ବିଭିନ୍ନ ରାଜ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମର 100ତମ ଦିନରେ ଦିଲ୍ଲୀର ତାଲକଟୋରା ଇନ୍ଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଉ ଥିବାବେଳେ 75ତମ ଦିନ ଆସାମର ଦିବ୍ରୁଗଡରେ ଅନୁଷ୍ଠିତ ହେବ ।
50ତମ ଦିବସ ଅବସରରେ ଜୟପୁରରେ 5 ମଇରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଥିରେ 20 ହଜାର ଲୋକ ଏକାଠି ଯୋଗଦାନ କରିବେ । ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ସମସ୍ତ ସାଂସଦ ଏବଂ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । ଜୁନ୍ 21ରେ ମଧ୍ୟପ୍ରଦେଶର ଉଜୈନରେ ବିଶ୍ୱ ଯୋଗ ଦିବସ ପାଳନ କରାଯିବ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।