ETV Bharat / sukhibhava

Tips For Pregnant Women: ଗର୍ଭାବସ୍ଥାରେ ସକାଳେ ଖାଲି ପେଟରେ କଣ ଖାଇବା ଉଚିତ୍‌, ଜାଣନ୍ତି କି

ଗର୍ଭାବସ୍ଥାରେ ଖାଦ୍ୟ ପ୍ରତି ବିଶେଷ ଯତ୍ନ ନେବା ଆବଶ୍ୟକ । ଜାଣନ୍ତୁ ଖାଲି ପେଟରେ କଣ ଖାଇବା ଉଚିତ୍‌ ।

author img

By

Published : Aug 17, 2023, 11:33 AM IST

Tips For Pregnant Women
Tips For Pregnant Women

ହାଇଦ୍ରାବାଦ: ଗର୍ଭାବସ୍ଥାରେ ସ୍ବାସ୍ଥ୍ୟର ଯତ୍ନ ନେବା ସହିତ ଖାଦ୍ୟ ପ୍ରତି ମଧ୍ୟ ବିଶେଷ ଯତ୍ନ ନେବା ଆବଶ୍ୟକ । କାରଣ ଗର୍ଭାବସ୍ଥାରେ ମା' ଯେଉଁ ଖାଦ୍ୟ ଖାଏ ତାହାର ସିଧାସଳଖ ପ୍ରଭାବ ଛୁଆ ଉପରେ ପଡିଥାଏ । ସେଥିପାଇଁ ଗର୍ଭାବସ୍ଥାରେ 9 ମାସ ପର୍ଯ୍ୟନ୍ତ ମା'କୁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାଆନ୍ତି । ପୃଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ମା' ଏବଂ ଶିଶୁ ଦୁହେଁ ସୁସ୍ଥ ରହିପାରିବେ । ତେବେ ଆଜି ମଧ୍ୟ ଅନେକ ଜାଣିନାହାନ୍ତି ଗର୍ଭାବସ୍ଥାରେ ସକାଳେ କେଉଁ ଖାଦ୍ୟ ଉଚିତ ଏବଂ କଣ ନୁହେଁ । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗର୍ଭାବସ୍ଥାରେ ମହିଳାମାନେ ପୋଷଣଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ପୃଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ଛୁଆକୁ ମଧ୍ୟ ଭରପୂର ପରିମାଣରେ ଭିଟାମିନ ଏବଂ ମିନେରାଲ୍ସ ମିଳିପାରିବ । ଯାହା ଦ୍ବାରା ଶିଶୁର ବିକାଶ ମଧ୍ୟ ଠିକ ଭାବେ ହୋଇପାରିବ ।

ଗର୍ଭାବସ୍ଥାରେ କେଉଁ ପ୍ରକାରର ଡାଏଟ ଆପଣାଇବା ଆବଶ୍ୟକ: ଗର୍ଭାବସ୍ଥାରେ ପ୍ରଥମେ ଖାଲିପେଟରେ ମହିଳା ଯେଉଁ ଖାଦ୍ୟ ଖାଇଥାଆନ୍ତି ତାହାରେ ସିଧାସଳଖ ପ୍ରଭାବ ଶିଶୁ ଉପରେ ପଡିଥାଏ । ସକାଳୁ ସକାଳୁ କମ ପୃଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ଶିଶୁର ବିକାଶ ମଧ୍ୟ ହୋଇନଥାଏ । ଏଭଳି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ଉଠେ ଯେ ଏହି ସମୟ ମଧ୍ୟରେ କ’ଣ ଖାଇବା ଉଚିତ୍, ଯାହା ଉଭୟ ମା' ଏବଂ ପିଲାଙ୍କ ପାଇଁ ଉତ୍ତମ ଅଟେ । ଜଣେ ଗର୍ଭବତୀ ମହିଳା ସକାଳେ ସୁସ୍ଥ ଏବଂ ହାଲୁକା ଖାଦ୍ୟ ଖାଇବା ଉଚିତ୍‌ । ଏହା ଦ୍ବାରା ଏସିଡିଟି ଏବଂ ଗ୍ୟାସର ସମସ୍ୟା ରହିବ ନାହିଁ । ଏହାସହ କୋଠକାଠିନ୍ୟରୁ ମୁକ୍ତି ପାଇବା ସହିତ ସାରା ଦିନ ସତେଜ ରହିପାରିବେ ।

ଗର୍ଭାବସ୍ଥାରେ ଖାଲିପେଟରେ କଣ ଖାଇବା ଉଚିତ: ଭିଟାମିନ୍ ଏ, ବି, ସି ଏବଂ ଆଇରନ୍, କ୍ୟାଲସିୟମ୍ ଏବଂ ଫାଇବରରେ ଭରପୂର ପୁଷ୍ଟିକର ଖାଦ୍ୟ ସକାଳେ ଖାଲି ପେଟରେ ଖାଇବା ଉଚିତ୍‌ । ଏଭଳି ଖାଦ୍ୟ ଖାଇବା ଉଚିତ ଯାହାକି ପୋଷକ ତତ୍ତ୍ବରେ ଭରପୁର ହୋଇଥିବା ସହିତ ହାଲୁକା ଖାଦ୍ୟ ଖାଇବା ଉଚିତ । ପୋଷକ ତତ୍ତ୍ବ ମା' ଏବଂ ଛୁଆଙ୍କ ପାଇଁ ଲାଭଦାୟକ ଅଟେ । ସକାଳେ ଖଟା ଫଳ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଉଦାହରଣ ସ୍ୱରୂପ, କମଳା, କିୱି, ଅଙ୍ଗୁର, ଅଁଳା ପରି ଫଳ ଖାଆନ୍ତୁ ।

ଏହା ମଧ୍ୟ ପଢନ୍ତୁ: Health Tips For Pregnant Women: ଗର୍ଭାବସ୍ଥାରେ ଆପଣାନ୍ତୁ ଏହିସବୁ ଖାଦ୍ୟ

ଶସ୍ୟଜାତୀୟ ଖାଦ୍ୟ ଖାଇବା ଉଚିତ: ଗର୍ଭାବସ୍ଥାରେ ଶସ୍ୟଜାତୀୟ ଖାଦ୍ୟ ଖାଇବା ଉଚିତ୍‌ । ଏଥିରେ ଭିଟାମିନ, ପ୍ରୋଟିନ ଏବଂ ଫାଇବର ଭରପୁର ମାତ୍ରାରେ ରହିଥାଏ । ଯେପରିକି ଦଲିଆ, ଓଟ୍ସ ଏବଂ ବ୍ରାଉନ ବ୍ରେଡ ଖାଇପାରିବେ । ଏଥିରେ ଅଧିକ ମାତ୍ରାରେ ଫାଇବର ରହିଥାଏ, ଯାହାକି ଶିଶୁଙ୍କ ବିକାଶରେ ସହାୟକ ହୋଇଥାଏ ।

ଚୁଡା ଉପମା ଖାଇବା ଉଚିତ: ସକାଳେ ହାଲୁକା ଜଳଖିଆ ଖାଇବା ଉଚିତ । ଏଥିପାଇଁ ଜଳଖିଆରେ ଚୁଡା ଉପମା ବା ସୁଜି ଉପମା ଖାଇବା ଆବଶ୍ୟକ । ଏଥିରେ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ପୋହାକୁ ହେଲଦି ବନାଇବା ପାଇଁ ବିନ୍ସ ଏବଂ ବାଦାମ ମିଶାଇ ପାରିବେ ।

ଅଣ୍ଡା ଖାଇପାରିବେ: ଗର୍ଭାବସ୍ଥାରେ ଅଣ୍ଡା ଖାଇବା ଦ୍ବାରା ଛୁଆଙ୍କ ସହିତ ମା'ର ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। କିନ୍ତୁ ଅଣ୍ଡାରେ ଆଲର୍ଜି ରହିଥିବା ମହିଳାମାନେ ଅଣ୍ଡା ଖାଇବା ଠାରୁ ଦୂରେଇ ରହିବା ଆବଶ୍ୟକ।

ବିଦ୍ର: ଏହା ଏକ ତଥ୍ୟ ଭିତ୍ତିକ ଖବର । ଗର୍ଭବତୀ ମହିଳାମାନେ ଏହାକୁ ଆପଣାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.