ETV Bharat / sukhibhava

Acid Reflux ଥିଲେ ଏହି 5ଟି ଜିନିଷକୁ ଦୂର କରନ୍ତୁ

author img

By

Published : Nov 8, 2022, 10:25 PM IST

ପରିବର୍ତ୍ତିତ ଜୀବନଶୈଳୀ ଏବଂ କାର୍ଯ୍ୟ ବ୍ୟସ୍ତତା କାରଣରୁ ଭୋଜନରେ ଅନିୟମିତତା ଯୋଗୁଁ ବର୍ତ୍ତମାନ ସମୟରେ ଏସିଡିଟି ସମସ୍ୟା ସାଧାରଣ ପାଲଟିଗଲାଣି । ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଦେଉଛି । ଏଥିରୁ ମୁକ୍ତି ପାଇବା ପାଇଁ ଏହି 5ଟି ଜିନିଷ ଉପରେ ଅଧିକ ଧ୍ୟାନ ଦିଅନ୍ତୁ(Avoid These Five Things If You Have Acid Reflux)...

Acid Reflux ଥିଲେ ଏହି 5ଟି ଜିନିଷକୁ ଦୂର କରନ୍ତୁ
Acid Reflux ଥିଲେ ଏହି 5ଟି ଜିନିଷକୁ ଦୂର କରନ୍ତୁ

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଏସିଡିଟି ଏକ ସାଧାରଣ ସମସ୍ୟା ପାଲଟିଲାଣି । ପରିବର୍ତ୍ତିତ ଜୀବନଶୈଳୀ ଏବଂ କାର୍ଯ୍ୟ ବ୍ୟସ୍ତତା କାରଣରୁ ଭୋଜନରେ ଅନିୟମିତତା ଯୋଗୁଁ ଜଣେ ଏସିଡିଟିର ଶିକାର ହୋଇଥାଇ ପାରନ୍ତି । ବେଳେବେଳେ ଏହି ସମସ୍ୟା ଗମ୍ଭୀର ମଧ୍ୟ ହୋଇପାରେ । ତେବେ ଏହା ଏପରି ଏକ ସମସ୍ୟା ଯାହାକୁ ଏଡାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ମେଡିସିନ୍ ସେବନ ଅପେକ୍ଷା ସତର୍କ ରହିବା ଆବଶ୍ୟକ । ଡାଏଟରେ କେତେକ ପରିବର୍ତ୍ତନ କରିପାରିଲେ ନିଶ୍ଚିତ ରୂପେ ଏସିଡିଟି ସମସ୍ୟାକୁ ରୋକାଯାଇ ପାରିବ । ଏନେଇ ନିମ୍ନରେ ବର୍ଣ୍ଣନା କରାଯାଇଛି...

Eating Large Meals
Eating Large Meals

ଯଦି ଅନୁଭବ କରୁଛନ୍ତି ଯେ, ଆପଣଙ୍କ ଗଳାର ମୂଳ ଭାଗରେ ଖାଦ୍ୟ ରହିଛି ଏବଂ ଛାତିରେ ଜ୍ବଳନ ହେଉଛି, ଏହାର ଅର୍ଥ ଆପଣଙ୍କର ଏସିଡ୍ ରିଫ୍ଲକ୍ସ ବା ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ(GER) ହୋଇଛି । ପେଟ ଏସିଡ୍ ଏସୋଫ୍ୟାଗସରେ ପ୍ରବାହିତ ହେଲେ ଏହା ହୁଏ । ଅନ୍ୟାନ୍ୟ ଲକ୍ଷଣ ଏବଂ କାରଣ ମଧ୍ୟରେ ପେଟ ଫୁଲିବା, ବାନ୍ତି, ଓଜନ ହ୍ରାସ, ଶୁଖିଲା କାଶ ଏବଂ ଗଳା ଯନ୍ତ୍ରଣା ହେବା ଅନ୍ତର୍ଭୁକ୍ତ । ଯଦି ଏପରି ଅଧିକ ସମୟ ଲାଗି ରହେ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

Lying Down Right After A Meal
Lying Down Right After A Meal

ଗ୍ୟାଷ୍ଟ୍ରୋସୋଫେଜାଲ୍ ରିଫ୍ଲକ୍ସ ରୋଗ(GERD) ରିଫ୍ଲକ୍ସର ଏକ ଭୟଙ୍କର ରୂପ ଏବଂ ଏହାର ଚିକିତ୍ସା କରା ନ ଗଲେ ଏହା ଏସୋଫେଜ୍ କ୍ୟାନସର ମଧ୍ୟ କରାଇପାରେ । ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ରୋକାଯିବା ଆବଶ୍ୟକ । ନିମ୍ନରେ ଆଲୋଚନା କରାଯାଇଥିବା ଏହି 5ଟି ସତର୍କତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ, ଯାହା ଆପଣଙ୍କର ଏସିଡିଟି ସମସ୍ୟାକୁ ଦୂର କରିପାରିବ(Avoid These Five Things If You Have Acid Reflux)...

Spicy Or Fatty Foods
Spicy Or Fatty Foods

ବହୁତ ଅଧିକ ଖାଇବାଠାରୁ ଦୂରେଇ ରୁହନ୍ତୁ:-

ଏସିଡ୍ ରିଫ୍ଲକ୍ସ ରୋଗର ବିକାଶ ପାଇଁ ଏହା ଏକ ସାଧାରଣ ବିପଦ କାରଣ । ଏହା ବଦଳରେ ଦିନସାରା ଛୋଟ ଛୋଟ ଖାଦ୍ୟ ଖାଆନ୍ତୁ । ଅର୍ଥାତ୍ କମ୍ ପରିମାଣର ଖାଦ୍ୟ ଖାଆନ୍ତୁ । ମାତ୍ର ପେଟକୁ ଖାଲି ରଖିବାକୁ ଦିଅନ୍ତୁ ନାହିଁ । ଖାଇବାର ବହୁତ ସମୟ ବ୍ୟବଧାନ ପରେ କୌଣସି ଭାରି ଖାଦ୍ୟ ଖାଇବା ପୂର୍ବରୁ ନିଶ୍ଚିତ ରୂପେ ହାଲୁକା ଖାଦ୍ୟ କିମ୍ବା କମ୍ ପାଣି ପିଅନ୍ତୁ ।

Smoking
Smoking

ଭୋଜନର ଠିକ୍ ପରେ ଶୋଇବା:-

ଖାଦ୍ୟ ଖାଇବା ପରେ ଅତି କମରେ 2ରୁ 3 ଘଣ୍ଟା ଶୋଇବାଠାରୁ ଦୂରେଇ ରୁହନ୍ତୁ ଏବଂ ଶୋଇବା ସମୟରେ କୌଣସି ପ୍ରକାରର ସ୍ନାକ୍ସ ସେବନ ଠାରୁ ଦୂରେଇ ରହନ୍ତୁ ।

ମସଲାଯୁକ୍ତ କିମ୍ବା ଚର୍ବିଯୁକ୍ତ ଖାଦ୍ୟ:-

ମସଲାଯୁକ୍ତ କିମ୍ବା ଚର୍ବିଯୁକ୍ତ ଖାଦ୍ୟ ବ୍ୟତୀତ, ଡାକ୍ତରମାନେ କଫିନ୍, ମଦ୍ୟପାନ, ଚକୋଲେଟ୍, କାର୍ବୋନେଟେଡ୍ ପାନୀୟ ଏବଂ ଏସିଡ୍ ଜୁସ୍, ଟମାଟୋ ଏବଂ ଟମାଟୋ ସସ୍‌ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇପାରନ୍ତି କାରଣ ଏହା ଏସିଡ୍ ରିଫ୍ଲକ୍ସ ସହିତ ସଂଯୁକ୍ତ । ତେଣୁ ଏହିସବୁ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

ଧୂମପାନ:-

ବିଶେଷଜ୍ଞମାନେ କହିଛନ୍ତି ଯେ, ସିଗାରେଟ୍ ଟାଣିବା ଗ୍ୟାଷ୍ଟିକ୍ ଲକ୍ଷଣକୁ ବଢାଇପାରେ । ଅଧ୍ୟୟନରୁ ଏହା ମଧ୍ୟ ଦର୍ଶାଯାଇଛି ଯେ, ଧୂମପାନକାରୀମାନଙ୍କର ଧୂମପାନ କରୁନଥିବା ବ୍ୟକ୍ତିଙ୍କ ଅପେକ୍ଷା ଏସିଡ୍ ରିଫ୍ଲକ୍ସ ହେବାର ସମ୍ଭାବନା ଅଧିକ ।

Tight Clothes
Tight Clothes

ଟାଇଟ୍ ପୋଷାକ ପିନ୍ଧିବା:-

ଟାଇଟ୍ ପ୍ୟାଣ୍ଟ କିମ୍ବା ଟାଇଟ୍ ବେଲ୍ଟ ପିନ୍ଧିବା ଦ୍ୱାରା ପେଟ ଚାପି ହୋଇରହିଥାଏ । ଏହା ଫଳରେ ଏସିଡ୍ ରିଫ୍ଲକ୍ସ ମଧ୍ୟ ବଢିପାରେ । ତେଣୁ, ଟାଇଟ୍ ପ୍ୟାଣ୍ଟ ପିନ୍ଧିବା ଏବଂ ବେଲ୍ଟକୁ ଟାଇଟ୍ କରି ବାନ୍ଧିବାଠାରୁ ଦୂରେଇ ରୁହନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ପରାମର୍ଶ ନିମନ୍ତେ । ଜଟିଳ ରୋଗ ସମସ୍ୟା ପାଇଁ ସର୍ବଦା ଡାକ୍ତରଙ୍କ ପରାମର୍ଶ ଗ୍ରହଣୀୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.