ETV Bharat / sukhibhava

PCOSରେ ପୀଡିତ ମହିଳା ସାବଧାନ, ବୃଦ୍ଧି ହୋଇପାରେ ରକ୍ତଚାପ

author img

By ETV Bharat Odisha Team

Published : Sep 11, 2023, 7:45 PM IST

PCOSରେ ପୀଡ଼ିତ ମହିଳା ସାବଧାନ । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ ମହିଳାଙ୍କଠାରେ ବୃଦ୍ଧି ପାଏ ରକ୍ତଚାପ । ଅଧିକ ପଢ଼ନ୍ତୁ

women with PCOS at increased risk of high blood pressure

ହାଇଦ୍ରାବାଦ: 'ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍' (PCOS) । ପ୍ରସବ ସମୟରେ ଅଧିକାଂଶ ମହିଳାଙ୍କର ଦେଖା ଯାଉଥିବା ଏକ ସ୍ବାସ୍ଥ୍ୟ ସମସ୍ୟା ହେଉଛି ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ । ମହିଳାମାନଙ୍କ ମଧ୍ୟରେ ହରମୋନ୍ ଅସନ୍ତୁଳନର ଏହା ଏକ ଅବସ୍ଥା ଏବଂ ଏଥିରେ ମହିଳାଙ୍କ ଶରୀରରେ ଉପସ୍ଥିତ ଥିବା ଆଣ୍ଡ୍ରୋଜେନ୍‌ର ହରମୋନ୍ ଅସନ୍ତୁଳନ କାରଣରୁ ହୁଏ ହୋଇଥାଏ। ତେବେ ଏହି ସମସ୍ୟାରେ ପୀଡ଼ିତ ମହିଳାମାନେ ନିୟନ୍ତ୍ରଣରେ ରହିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ନିଜ ମତ ପୋଷଣ କରିଛନ୍ତି ।

ପ୍ରତିବର୍ଷ ସେପ୍ଟେମ୍ବର ମାସକୁ PCOS ସଚେତନତା ମାସ ଭାବରେ ପ୍ରସ୍ତୁତ କରାଯାଏ । ଏକ ଅନୁଯାୟୀ PCOSରେ ପୀଡ଼ିତ ମହିଳାଙ୍କଠାରେ ଟାଇପ୍-୨ ଡାଇବେଟିସ୍ ହେବାର ସମ୍ଭାବନା ତିନି ଗୁଣ ବୃଦ୍ଧି ପାଇଥାଏ ବୋଲି ଜଣାପଡ଼ିଛି । ତେବେ ଜାଣନ୍ତୁ PCOS ଏବଂ ରକ୍ତଚାପ ମଧ୍ୟରେ କେଉଁ ସମ୍ପର୍କ ରହିଛି ।

ତେବେ ଏକ ଅନୁଯାୟୀ ଇନସୁଲିନ୍ ସ୍ତର ମଧ୍ୟ PCOSର କାରଣ ହୋଇପାରେ । କେଉଁ କାରଣରୁ ଓଜନ ବୃଦ୍ଧି, ଋତୁସ୍ରାବରେ ଅନିୟମିତତା, ଆଣ୍ଡ୍ରୋଜେନ୍ ସ୍ତରରେ ମଧ୍ୟ ସନ୍ତୁଳନ ରହିଥାଏ । ପଲିସିଷ୍ଟିକ୍ ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଟ୍ରାଇଗ୍ଲାଇସରାଇଡ୍ ପରି ଖରାପ ଲିପିଡ୍‌ ମଧ୍ୟ ବୃଦ୍ଧି ଘଟାଏ । ଏହି କାରଣଗୁଡ଼ିକ ଯୋଗୁଁ କେତେକାଂଶରେ ଉଚ୍ଚରକ୍ତଚାପ ହୋଇପାରେ ବୋଲି କୁହାଯାଇଛି । ତେବେ ମଧୁମେହ ଏବଂ ମୋଟାପଣକୁ PCOS ପାଇଁ ବିପଦ କାରଣ ବୋଲି ବିବେଚନା କରାଯାଏ ନାହିଁ କିନ୍ତୁ ଉଚ୍ଚ ରକ୍ତଚାପର କାରଣ ହୋଇପାରେ ବୋଲି କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ ବିପଦକୁ ହ୍ରାସ କରିପାରିବେ ଏହି ସବୁ ଖାଦ୍ୟ

ଉଚ୍ଚରକ୍ତଚାପର ଆଶଙ୍କା 40 ପ୍ରତିଶତ ବୃଦ୍ଧି : PCOS ରେ ପୀଡିତ ମହିଳାମାନଙ୍କ ଠାରେ ଉଚ୍ଚ ରକ୍ତଚାପ ସମସ୍ୟା 40 ପ୍ରତିଶତ ବୃଦ୍ଧି ପାଇଥାଏ। ତଥାପି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, PCOS ରେ ପୀଡ଼ିତ ମହିଳାମାନଙ୍କଠାରେ ବିପି(ଉଚ୍ଚରକ୍ତଚାପ) ଅଧିକ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ଯେଉଁମାନେ ଅଧିକ ଓଜନ କିମ୍ବା ମେଦବହୁଳତାର ଶିକାର ହେଉଛନ୍ତି, ସେମାନେ ନିଜ ଜୀବନଶୈଳୀକୁ ପରବର୍ତ୍ତନ କରିବା ଆବଶ୍ୟକ ବୋଲି କୁହାଯାଇଛି। ବିଶେଷ କରି ଖାଦ୍ୟର ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଛି। PCOS ଥିବା ଲୋକଙ୍କ ପାଇଁ ଭଲ ନିଦ ଏବଂ ଏକ ସନ୍ତୁଳିତ ଖାଦ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଅଧିକ ଚର୍ବି ଏବଂ ଲୁଣ ଖାଇବାଠାରୁ ଦୂରରେ ରହିବା ଉଚିତ । ଏହା ସହିତ ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରାଯିବା ଉଚିତ । PCOS ରୋଗୀମାନେ ଗର୍ଭଧାରଣ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ।

PCOSମାନଙ୍କ ପାଇଁ ସୁସ୍ଥ ଖାଦ୍ୟ ନିହାତି ଆବଶ୍ୟକ । ଯେଉଁଥିରେ ସନ୍ତୁଳିତ ଅବସ୍ଥାରେ କାର୍ବସ ଏବଂ ଚର୍ବି ସଠିକ ପରିମାଣରେ ରହିଥିବ ସେଭଳି ଖାଦ୍ୟ ଖାଇବା ଉଚିତ । ଏହା ସହିତ ସୋଡିୟମ ସ୍ତରକୁ ମଧ୍ୟ କମ କରିବା ଉଚିତ । ଏହାକୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ । ଏହାସହିତ ପ୍ରତିଦିନ ବ୍ୟାୟାମ କରନ୍ତୁ । ଧୂମ୍ରପାନ ଏବଂ ମଦ୍ୟପାନଠାରୁ ଦୂରେଇ ରହିବା ସହିତ ଅଧିକ ଚିନ୍ତା ନକରିବା ଆବଶ୍ୟକ । ଦୌଡ଼ିବା, ସାଇକେଲ ଚଳାଇବା, ପହଁରିବା, ଏରୋବିକ୍ସ, ସ୍କିପିଂ କିମ୍ବା ଡ୍ୟାନ୍ସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । PCOSରେ ପୀଡିତ ମହିଳାମାନଙ୍କ ପାଇଁ ସେମାନଙ୍କର BPକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ବିଦ୍ର:ଏହା ଖବର ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଏହା ଏକ ତଥ୍ୟ ଭିତ୍ତିକ ଖବର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.