ETV Bharat / sukhibhava

Skin Care Tips: ଚମକଦାର୍ ତ୍ବଚା ପାଇଁ ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ - ଫେସ୍ ପ୍ୟାକ୍

ଉଜ୍ବଳ ତ୍ବଚା ପାଇଁ ବିଭିନ୍ନ ବିୟୁଟି ପ୍ରଡକ୍ଟ ବ୍ୟବହାର ପରେ ସମସ୍ୟା ଦେଖା ଯାଉଥିଲେ ଚିନ୍ତା କରନ୍ତୁ ନାହିଁ । ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ

Etv Bharat
Etv Bharat
author img

By

Published : Apr 6, 2023, 3:08 PM IST

ହାଇଦ୍ରାବାଦ: ସୁନ୍ଦର ଦେଖାଯିବାକୁ କିଏ ନ ଚାହାଁନ୍ତି । ଆକର୍ଷଣୀୟ ଦେଖାଯିବା ପାଇଁ ମହିଳାମାନେ ଅନେକ ପ୍ରକାରର ବିୟୁଟି ପ୍ରଡକ୍ଟ(ସୌନ୍ଦର୍ଯ୍ୟ ଦ୍ରବ୍ୟ) ବ୍ୟବହାର କରନ୍ତି । ଏସବୁ ପ୍ରଡକ୍ଟ କ୍ଷଣିକ ପାଇଁ କିମ୍ବା କିଛିଦିନ ପାଇଁ ସୁନ୍ଦର କରିପାରେ । ହେଲେ ଏଥିରେ ଥିବା କେମିକାଲ୍ ତ୍ବଚାକୁ କ୍ଷତି ପହଁଞ୍ଚାଇପାରେ । ଯଦି ଏସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ପ୍ରାକୃତିକ ଉପାୟରେ କିପରି ଏହାର ସମାଧାନ କରିବେ, ଜାଣନ୍ତୁ

ଟମାଟୋ ଏବଂ ଚିନି: ତ୍ବଚାରେ ଉଜ୍ବଳତା ଭରିବାରେ ଟମାଟୋ ବେଶ୍ ଲାଭଦାୟକ ହୋଇପାରେ । ଏଥିପାଇଁ ଟମାଟୋର ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରୁନ୍ତୁ । ପ୍ରଥମେ ଟମାଟୋର ରସ ବାହାର କରନ୍ତୁ । ଏହି ରସରେ ଗୋଟିଏ ଚାମଚ ଚିନି ମିଶାନ୍ତୁ । ଏହି ମିଶ୍ରଣକୁ ଭଲ ଭାବରେ ମିଶାନ୍ତୁ ଏବଂ ଏହାକୁ ଧୀରେ ଧୀରେ ମୁହଁରେ ମାଲିସ୍ କରନ୍ତୁ । ଏହି ପ୍ୟାକ୍‌କୁ କିଛି ସମୟ ମୁହଁରେ ଛାଡିଦିଅନ୍ତୁ, ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହା ଚର୍ମକୁ ପ୍ରାକୃତିକ ଭାବେ ଉଜ୍ବଳ କରିବ ।

ଏହା ମଧ୍ୟ ପଢନ୍ତୁ:- ସାବଧାନ ! କେବଳ ଥଣ୍ଡା, କାଶ ନୁହେଁ ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ବିଗାଡିପାରେ ବାୟୁ ପ୍ରଦୂଷଣ

ଟମାଟୋ ଏବଂ ମହୁ: ଟମାଟୋ ଏବଂ ମହୁ ମିଶ୍ରଣ କରି ଏକ ଫେସ୍ ପ୍ୟାକ୍ ତିଆରି କରିପାରିବେ । ଏହା ଚର୍ମକୁ ଗଭୀର ଭାବରେ ସଫା କରିଥାଏ ଏବଂ ତ୍ୱଚାକୁ କୋମଳ କରିଥାଏ । ଟମାଟୋ ଏବଂ ମହୁର ମିଶ୍ରଣ ପ୍ରୟୋଗ କଲେ ପିମ୍ପଲ୍ ଏବଂ କଳା ଦାଗ(ଡାର୍କ ସର୍କଲ୍)ରୁ ଶୀଘ୍ର ମୁକ୍ତି ମିଳିଥାଏ । ଏହି ପ୍ୟାକ୍ ପାଇଁ କେବଳ ଅଳ୍ପ ଟମାଟୋ ରସ ଏବଂ ମହୁ ନିଅନ୍ତୁ । ଏହି ଦୁଇ ଉପାଦାନକୁ ଭଲ ଭାବେ ମିଶାଇଦିଅନ୍ତୁ । ପରେ ଏହି ମିଶ୍ରଣକୁ ତ୍ବଚାରେ ଲଗାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ମୁହଁରେ ଲଗାଯାଇଥିବା ପ୍ୟାକ୍ ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ଟମାଟୋ ଏବଂ ଲେମ୍ବୁ: ଟମାଟୋ ଏବଂ ଲେମ୍ବୁ ଉଭୟକୁ ଉତ୍ତମ କ୍ଲିନର୍ ଭାବେ ବିବେଚନା କରାଯାଏ । ଏହି ଫେସ୍ ପ୍ୟାକ୍ ଚେହେରାର ଚମକ ବୃଦ୍ଧି କରିବାରେ ବହୁତ ସାହାଯ୍ୟକାରୀ । ଚର୍ମରୁ ତୈଳ ଅଂଶ ବାହାର କରିବାରେ ଏହା ବହୁତ ସାହାଯ୍ୟ କରିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଟମାଟୋକୁ ଗ୍ରାଇଣ୍ଡିଂ କରନ୍ତୁ, ଲେମ୍ବୁ ଏବଂ ମହୁକୁ ସମାନ ପରିମାଣରେ ଅଳ୍ପ ଚାମଚରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ ଏବଂ ଏହାକୁ କିଛି ସମୟ ପାଇଁ ଛାଡିଦିଅନ୍ତୁ । ଏହି ପ୍ୟାକ୍ ଚର୍ମରେ ଶୁଖିଯିବା ପରେ ସାଦା ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାକୁ ପ୍ରୟୋଗ କରିବା ଦ୍ୱାରା ତ୍ବଚାର ରଙ୍ଗରେ ଉନ୍ନତି ଆସିଥାଏ, ପିଗମେଣ୍ଟେସନ୍ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.