ETV Bharat / sukhibhava

ଅନୁସନ୍ଧାନ: ଦୀର୍ଘସ୍ଥାୟୀ କୋଭିଡ ରୋଗୀଙ୍କର ଚିନ୍ତା, ଉଦାସୀନତା ଲକ୍ଷଣ ରହୁଛି - କୋଭିଡ ନୂଆ ରିସର୍ଚ୍ଚ

ଏକ ଅନୁସନ୍ଧାନ ଅନୁସାରେ, ଲଙ୍ଗ୍ କୋଭିଡରେ ପୀଡିତ ବ୍ୟକ୍ତିଙ୍କର ଚିନ୍ତା, ଉଦାସୀନତା ଭଳି ମସ୍ତିଷ୍କ ସମସ୍ୟା ରହୁଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 12, 2023, 5:10 PM IST

ଜାକାର୍ତା: କୋଭିଡ ସଂକ୍ରମଣର ଭୟାବହତା ଏବେ ନିୟନ୍ତ୍ରଣରେ ଥିଲେ ମଧ୍ୟ ଏହାର ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ନୂଆ ନୂଆ ଖୁଲାସାର ଶେଷ ହେଉନାହିଁ । ଅଧିକାଂଶ ସମୟରେ ବୈଜ୍ଞାନିକମାନେ କୋରୋନାର ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ଆଶ୍ଚର୍ଯ୍ୟକର ତଥ୍ୟ ପ୍ରକାଶ କରୁଛନ୍ତି । ଏହି କ୍ରମରେ ନିକଟରେ ଏକ ଅଧ୍ୟୟନ କହୁଛି ଯେ, ଦୀର୍ଘସ୍ଥାୟୀ କୋଭିଡ ରୋଗୀଙ୍କର ନିରନ୍ତର ମାନସିକ ରୋଗର ଲକ୍ଷଣ ଦେଖାଯିବାର ସମ୍ଭାବନା ରହିଛି । ଅର୍ଥାତ୍ ଯେଉଁମାନଙ୍କର ଦୀର୍ଘସ୍ଥାୟୀ କୋଭିଡ୍ ଲକ୍ଷଣ ରହୁଛି, ସେମାନେ ଆଙ୍ଗ୍‌ଜାଇଟି, ଡିପ୍ରେସନ୍ ଆଦି ମସ୍ତିକ ରୋଗର ସମ୍ମୁଖୀନ ହୋଇପାରନ୍ତି ।

Covid-19 ସଂକ୍ରମଣ ସମୟରେ ଅନେକ ରୋଗୀଙ୍କଠାରେ ଦୀର୍ଘସ୍ଥାୟୀ କୋଭିଡ୍ ଲକ୍ଷଣ ଦେଖିବାକୁ ମିଳିଥିଲା, ଯାହା ପ୍ରାୟତଃ ଲଙ୍ଗ୍ କୋଭିଡ୍ ଭାବରେ ଜଣାଶୁଣା । ଏଥିରେ ସଂକ୍ରମିତ ହୋଇଥିବା ଲୋକଙ୍କର ମାନସିକ ରୋଗ ଲକ୍ଷଣ ଦେଖାଯିବାର ସମ୍ଭାବନା ଥିବା ଅନୁସନ୍ଧାନକାରୀ କହିଛନ୍ତି । ଏହି ଅନୁସନ୍ଧାନ ପାଇଁ ଇଣ୍ଡୋନେସିଆର ପଦ୍‌ଜଦ୍‌ଜାରନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାନୁଆରୀ 2020ରୁ ଅକ୍ଟୋବର 2021 ପର୍ଯ୍ୟନ୍ତ ପ୍ରକାଶିତ 23 ଅଧ୍ୟୟନର ମେଟା-ଆନାଲିସିସ୍(ବିଶ୍ଳେଷଣ) କରିଥିଲେ, ଯୋଉଁଥିରେ ୟୁରୋପ, ଏସିଆ, ଉତ୍ତର ଏବଂ ଦକ୍ଷିଣ ଆମେରିକାର 13ଟି ଦେଶ ସାମିଲ୍ ହୋଇଥିଲେ ।

PLoS One ପତ୍ରିକାରେ ପ୍ରକାଶିତ ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ଅନୁସନ୍ଧାନରେ ଭାଗ ନେଇଥିବା ଲଙ୍ଗ୍ କୋଭିଡ ଆକ୍ରାନ୍ତ ଅଧିକ ମାନସିକ ଚିନ୍ତାରେ ରହୁଥିଲେ । ଏହାସହ ଉଦାସୀନତା, ନିଦ୍ରାହୀନତା ଏବଂ ପୋଷ୍ଟ-ଟ୍ରମାଟିକ୍ ଷ୍ଟ୍ରେସ୍ ଡିସ୍‌ଅର୍ଡରର(PTSD) ସମ୍ମୁଖୀନ ହେଉଥିଲେ । ତେବେ ସେମାନଙ୍କର ସ୍ମୃତିଶକ୍ତି ହ୍ରାସ, ଅବସେସିଭ୍-କମ୍ପଲସିଭ୍(ଭାବଗତ ରୋଗ) ଏବଂ ସୋମାଟିକ୍(ଶରୀର ଯନ୍ତ୍ରଣା, ଦୁର୍ବଳତା, ନିଶ୍ବାସପ୍ରଶ୍ବାସରେ ବ୍ୟାଘାତ) ଲକ୍ଷଣଗୁଡିକ ରିପୋର୍ଟ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ସହଜ ହେବ କର୍କଟ ଚିକିତ୍ସା, ଖୁବ୍‌ଶୀଘ୍ର ଆୟୁର୍ବେଦ ଔଷଧର କ୍ଲିନିକାଲ୍ ଟେଷ୍ଟ

ହେଲେ ମହିଳା ଏବଂ ପୂର୍ବରୁ ମାନସିକ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କର ଏହି ଲକ୍ଷଣ ଅଧିକ ଦେଖା ଦେଇଥିଲା । ସାଧାରଣତଃ ଶୋଇବାରେ ଅସୁବିଧା, ନିଦ୍ରାହୀନତା ଲକ୍ଷଣ ଦେଖାଯାଉଥିଲା । ଲଙ୍ଗ୍ କୋଭିଡ ବ୍ୟତୀତ ମେଦବହୁଳତା ମଧ୍ୟ ନିଦ୍ରାହୀନତାର ଆଉ ଏକ ପ୍ରମୁଖ କାରଣ ବୋଲି ଅନୁସନ୍ଧାନ ସମୟରେ ଜଣାପଡିଛି । ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ, ଶାରୀରିକ ଏବଂ ମାନସିକ ରୋଗ ଲକ୍ଷଣଗୁଡ଼ିକର ପାରସ୍ପରିକ ସମ୍ପର୍କ ଥାଇପାରେ । ଏହା ଦ୍ୱିପାକ୍ଷିକ ହୋଇପାରେ । ଶାରୀରିକ ଲକ୍ଷଣ ମାନସିକ ରୋଗର ଲକ୍ଷଣ ସୃଷ୍ଟି କରିପାରେ ଏବଂ ମାନସିକ ରୋଗର ଲକ୍ଷଣ ଶାରୀରିକ ଲକ୍ଷଣ ଭାବରେ ଦେଖା ଦେଇପାରେ । ଏହା ଉପରେ ଆଗକୁ ଅଧିକ ଅନୁସନ୍ଧାନର ଆବଶ୍ୟକତା ରହିଛି ।

ତଥାପି କୋଭିଡ ସମ୍ବନ୍ଧୀୟ ମାନସିକ ରୋଗ ଜଟିଳତା ଏକ ଦୀର୍ଘକାଳୀନ ଜନସ୍ୱାସ୍ଥ୍ୟ ବିପଦ ହୋଇପାରେ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି । ତେଣୁ ଲଙ୍ଗ୍ କୋଭିଡ୍ ଥିବା ରୋଗୀଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.