ETV Bharat / sukhibhava

ଛୁଆଙ୍କ ସଂକ୍ରମଣ କ୍ଷେତ୍ରରେ ପ୍ରଭାବ ପକାଉନି ଆଣ୍ଟିବାୟୋଟିକ: ରିସର୍ଚ୍ଚ

author img

By ETV Bharat Odisha Team

Published : Nov 1, 2023, 12:12 PM IST

ଆଣ୍ଟିବାୟୋଟିକକୁ ନେଇ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । ଛୁଆଙ୍କ ସଂକ୍ରମଣ କ୍ଷେତ୍ରରେ ଆଣ୍ଟିବାୟୋଟିକ ପ୍ରଭାବ ପକାଉନଥିବା ନେଇ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଅଧିକ ପଢନ୍ତୁ

Antibiotics
Antibiotics

ହାଇଦ୍ରାବାଦ: ରୋଗରୁ ମୁକ୍ତି ପାଇଁ ସମସ୍ତେ ଆଣ୍ଟିବାୟୋଟିକ୍ସ ସେବନ କରିଥାଆନ୍ତି । ସାଧାରଣତଃ ସଂକ୍ରମଣ କ୍ଷେତ୍ରରେ ଏହି ଔଷଧର ବ୍ୟବହାର ଅଧିକ ହୋଇଥାଏ । ତେବେ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଛୁଆଙ୍କ କ୍ଷେତ୍ରରେ ଆଣ୍ଟିବାୟୋଟିକ ଔଷଧ ପ୍ରଭାବ ପକାଉନଥିବା ନେଇ ନିକଟରେ ଏକ ଅନୁସନ୍ଧାନରୁ ଜଣାପଡୁ ନାହିଁ । ଛୁଆଙ୍କୁ ସଂକ୍ରମଣ ହେଲେ ଆଣ୍ଟିବାୟୋଟିକ ଔଷଧ ଫଳଦାୟୀ ନୁହେଁ ବୋଲି କୁହାଯାଇଛି । ତେବେ ଭାରତ ସମେତ ଅନେକ ଦେଶରେ ଏହାର ପ୍ରଭାବ ପଡୁନଥିବା ନେଇ ସିଡନୀ ୟୁନିଭର୍ସିଟିର ଏକ ରିସର୍ଚ୍ଚରୁ ଜଣାପଡ଼ିଛି ।

ତେବେ ଅଧିକ ମାତ୍ରାରେ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ(AMR) ଅଧିକ ମାତ୍ରାରେ ସେବନ ଯୋଗୁଁ ପ୍ରଭାବ ଶରୀର ଉପରେ ପଡେ ନାହିଁ ବୋଲି ଅଷ୍ଟ୍ରେଲିଆଲ ସିଡନୀ ୟୁନିଭର୍ସିଟି କରିଥିବା ରିସର୍ଚ୍ଚରୁ ଜଣାପଡ଼ିଛି । ତେବେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ହୁ) ମଧ୍ୟ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ଉପରେ ରିସର୍ଚ୍ଚ କରିଥିଲା । ତେବେ ଆଣ୍ଟିବାୟୋଟିକ୍‌ର ସେବନ ଯୋଗୁଁ 10ଟି ଗମ୍ଭୀର ରୋଗ ହେବାର ସମ୍ଭାବନା ବୃଦ୍ଧି ରହିଥିବା ଜଣାପଡିଥିଲା ।

ତଥ୍ୟ ଅନୁସାରେ, ବିଶ୍ବରେ ପ୍ରତିବର୍ଷ 30 ଲକ୍ଷ ଛୁଆ ସେପଶିଶ(ପାଚନଶକ୍ତି କମିଯିବା ଏବଂ ସେଲ୍‌ଗୁଡ଼ିକ ମରିଯିବା ସହିତ ଅଙ୍ଗ ଉପରେ କୁପ୍ରଭାବ ପଡ଼ିବା)ରେ ପୀଡିତ ରହିଥାଆନ୍ତି । ସେମାନଙ୍କ ମଧ୍ୟରୁ 5 ଲକ୍ଷ 70 ହଜାର ଛୁଆଙ୍କର ମୃତ୍ୟୁ ହୋଇଯାଇଥାଏ । ତେବେ ଶରୀରରେ ଆଣ୍ଚିବାୟୋଟିକ ଠିକ୍‌ ଭାବେ କାମ ନକରିବା କାରଣରୁ ଏହି ମୃତ୍ୟୁ ହୋଇଥାଏ ବୋଲି କୁହାଯାଇଛି । ଖରାପ ବ୍ୟାକ୍ଟେରିଆକୁ ମାତ ଦେଇପାରେ ନାହିଁ ଆଣ୍ଟିବାୟୋଟିକ । ତେବେ ଏହି ରିସର୍ଚ୍ଚ ମେଡିକାଲ ଜୋର୍ଣ୍ଣାଲ ଲାନସେଟ୍‌ରେ ଏହା ପ୍ରକାଶିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Antibiotics ନିୟମିତ ଖାଉଥିଲେ ସାବଧାନ ! ହୋଇପାରେ ଏହି ସବୁ ଜଟିଳ ସମସ୍ୟା

ତେବେ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସୀକୃତି ପ୍ରାପ୍ତ ଆଣ୍ଟିବାୟୋଟିକ ଛୁଆଙ୍କ କ୍ଷେତ୍ରରେ 50 ପ୍ରତିଶତ ମଧ୍ୟ କାମ କରେ ନାହିଁ । ନିମୋନିୟା, ସେପଶିଶ ଏବଂ ମେନିନଜାଇଟିସ୍‌(ମସ୍ତିଷ୍କ ଝିଲ୍ଲୀରେ ପ୍ରଭାବ ବା ମସ୍ତିଷ୍କ ଜ୍ବର) କ୍ଷେତ୍ରରେ ଶରୀର ଉପରେ ଏହା 50 ପ୍ରତିଶତକୁ କମ ପ୍ରଭାବ ପକାଇଥାଏ ।

ତେବେ ସେଫ୍ଟ୍ରିଆକ୍ସ ଔଷଧ ହିଁ ଛୁଆଙ୍କର ସେପଶିଶ ଏବଂ ମେନିନଜାଇଟିସ୍‌ କ୍ଷେତ୍ରରେ ପ୍ରଭାବଶାଳୀ ବୋଲି କୁହାଯାଇଛି । କିନ୍ତୁ ଏହା ଏକ ତୃତୀୟାଂଶ କ୍ଷେତ୍ରରେ ହିଁ ଏହା ଫଳଦାୟୀ ବୋଲି କୁହାଯାଇଛି । ଅନ୍ୟପଟେ ସେପଶିଶ ଏବଂ ମେନିନଜାଇଟିସ କ୍ଷେତ୍ରରେ ଜେଣ୍ଟାମାଇସିନ ନାମକ ଆଣ୍ଟିବାୟୋଟିକ୍‌ 50 ପ୍ରତିଶତ ପ୍ରଭାବ ପକାଇଥାଏ ବୋଲି କୁହାଯାଇଛି ।

କହିରଖୁଛି କି, ଗତ ଜାନୁଆରୀରେ କରାଯାଇଥିବା ଅନୁସନ୍ଧାନରେ କୁହାଯାଇଥିଲା ଯେ, ଯେଉଁମାନେ ନିୟମିତ ଆଣ୍ଟିବାୟୋଟିକ୍ସ ଗ୍ରହଣ କରୁଛନ୍ତି ସେମାନଙ୍କର 40 ବର୍ଷ ବୟସ ପରେ ପ୍ରଦାହ ଜନିତ ଅନ୍ତଃସ୍ଥଳୀ ରୋଗ(Inflammatory bowel disease, IBD) -କ୍ରୋହନ୍ ରୋଗ(Crohn's disease) ଏବଂ ଅଲସେରାଟିଭ୍ କୋଲାଇଟିସ୍(ulcerative colitis) ହେବାର ଆଶଙ୍କା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.