ହାଇଦ୍ରାବାଦ: ବିଶ୍ବରେ କର୍କଟ ରୋଗରେ ଅଧିକ ଲୋକଙ୍କ ପ୍ରାଣ ଯାଉଛି । କର୍କଟ ରୋଗର 4ଟି ଷ୍ଟେଜ ରହିଥିବା ବେଳେ ସମସ୍ତ ଷ୍ଟେଜ ବିପଦଜନ୍ନକ ବୋଲି ବିବେଚନା କରାଯାଏ । କେମୋ ଥେରାପି ଦ୍ବାରା କିଛି ମାତ୍ରାରେ କ୍ୟାନ୍ସର ରୋଗକୁ ମାତ ଦେବାରେ ସମ୍ଭବ ହୋଇଥାଏ । ଏହାରି ଭିତରେ କ୍ୟାନ୍ସର ଚିକିତ୍ସା ନେଇ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଆମେରିକାର ଅନୁସନ୍ଧାନକାରୀଙ୍କ ଏକ ଟିମ କର୍କଟ ରୋଗର ଚିକିତ୍ସା ପାଇଁ ଏକ ବଟିକା ଆବିଷ୍କାର କରିଛନ୍ତି । ଆମେରିକାର ବୃହତ୍ତମ କର୍କଟ ଗବେଷଣା ଏବଂ ଚିକିତ୍ସା ସଂସ୍ଥାମାନଙ୍କ ମଧ୍ୟରୁ ସିଟି ଅଫ୍ ହୋପର ଗବେଷକମାନଙ୍କ ଦ୍ୱାରା ଏହି ବଟିକାକୁ ବିକଶିତ କରାଯାଇଛି ।
କେମୋଥେରାପି ସମୟରେ କଠିନ ଟ୍ୟୁମରକୁ ନଷ୍ଟ କରିବାରେ ଏହି ଟାବଲେଟ୍ ସାହାଯ୍ୟ କରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଗତ 20 ବର୍ଷରୁ ଅଧିକ ସମୟ ଧରି ବୈଜ୍ଞାନିକମାନେ ଏହି ଟାବଲେଟର ବିକାଶ ଜାରି ରଖିଥିଲେ । କ୍ୟାନ୍ସର ରୋଗୀଙ୍କ କ୍ଷେତ୍ରରେ ଏହି ବଟିକା ଆଶାର କିରଣ ଉଜ୍ଜୀବିତ କରିବ ବୋଲି ଆଶା କରାଯାଉଛି ।
ବଟିକାର ନାଁ ରହିଛି AOH1996: ବର୍ତ୍ତମାନ ଏହି ଟ୍ୟାବଲେଟ୍ AOH1996 ଭାବରେ ଜଣାଶୁଣା । ଏହା କ୍ୟାନ୍ସର ରୋଗୀଙ୍କ ପାଇଁ ଏକ ବରଦାନ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ତେବେ ଏଭଳି ନାମକୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । କାରଣ ସାଧାରଣତଃ ଔଷଧର ନାମ ଏଭଳି ନମ୍ବରରେ ନଥାଏ । ତେବେ କହିରଖୁଛୁ କି, ଏହାର ନାମ ପଛରେ ଏକ ରୋଚକ କାହାଣୀ ମଧ୍ୟ ଅଛି । AOH1996 ବଟିକା ଆନ୍ନା ଓଲିଭିଆ ହିଲିଙ୍କ ନାମରେ ନାମିତ ହୋଇଛି । ଆନ୍ନା 1996 ମସିହାରେ ଜନ୍ମ ହୋଇଥିବା ବେଳେ ମାତ୍ର 9 ବର୍ଷ ବୟସରେ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ ।
ତେବେ ରିପାର୍ଟରେ କୁହାଯାଇଛି ଯେ, ଏହି ଔଷଧ ସ୍ତନ କର୍କଟ ଏବଂ ପ୍ରୋଷ୍ଟେଟ କର୍କଟର ଚିକିତ୍ସାରେ ଅତ୍ୟନ୍ତ ପ୍ରଭାବଶାଳୀ । ଏହି ଟାବଲେଟ୍ AOH1996ର କାର୍ଯ୍ୟ ପ୍ରଣାଳୀ ଅତ୍ୟନ୍ତ ଅନନ୍ୟ । ଏହା ଏକ କର୍କଟ ରୋଗର ପ୍ରୋଟିନକୁ ଟାର୍ଗେଟ କରି ଟ୍ୟୁମର କୋଷ ଗୁଡ଼ିକର ମରାମତି କରେ ଯାହା ପ୍ରୋଲିଫରେଟିଙ୍ଗ ସେଲ ନ୍ୟୁକ୍ଲିୟର ଆଣ୍ଟିଜେନ (PCNA) ଭାବରେ ଜଣାଶୁଣା । ଏହି ଟାବଲେଟ୍ ବା ବଟିକା PCNA ମାଧ୍ୟମରେ କୋଷ ଗୁଡିକର ଅପ୍ରତ୍ୟାଶିତ ବୃଦ୍ଧିକୁ ବନ୍ଦ କରି ନଷ୍ଟ କରେ । ଏହି ଟାବଲେଟ୍ ବିଷୟରେ ପ୍ରଥମେ ପ୍ରସିଦ୍ଧ ମେଡିକାଲ୍ ଜର୍ନାଲ୍ "ସେଲ୍ କେମିକାଲ୍ ବାୟୋଲୋଜି" ରେ ପ୍ରକାଶିତ କରାଯାଇ ଏହାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: World Lung Cancer Day 2023: ଫୁସଫୁସ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ କଣ ଜାଣନ୍ତୁ
ଅନୁସନ୍ଧାନ ସମୟରେ ଟିମ ପକ୍ଷରୁ ଏହାକୁ 70 ରୁ ଅଧିକ କର୍କଟ କୋଷରେ ପରୀକ୍ଷା କରାଯାଇଛି । ଫଳାଫଳଗୁଡିକ ଦର୍ଶାଇଲା ଯେ AOH1996 କେବଳ କର୍କଟ କୋଷକୁ ଟାର୍ଗେଟ କରେ ଏବଂ କୌଣସି ସୁସ୍ଥ କୋଷକୁ କ୍ଷତି ନକରି ବିନାଶ କରେ କିମ୍ବା ସଂପୂର୍ଣ୍ଣ ନଷ୍ଟ କରେ । ସିଟି ଅଫ୍ ହୋପ୍ ବିଭାଗର ମଲିକୁଲାର ଡାଇଗ୍ନୋଷ୍ଟିକ୍ ଏବଂ ଏକ୍ସପେରିମେଣ୍ଟାଲ୍ ଥେରାପିଟିସ୍ ବିଭାଗର ପ୍ରଫେସର ଲିଣ୍ଡା ମାଲାକାସ୍ ଏହାକୁ ଏକ ବ୍ଲିଜାର୍ଡ ସହିତ ସମକକ୍ଷ ବୋଲି କହିଛନ୍ତି । ପିସିଏନଏ ହେଉଛି ଏକାଧିକ ବିମାନ ଦ୍ବାରଯୁକ୍ତ ଏକ ବିମାନ ଟର୍ମିନାଲ ହବ ଭଳି । ତାଙ୍କର କହିବା ଅନୁସାରେ, ଟାବଲେଟ୍ AOH1996 ସେମାନଙ୍କ ପରି କେବଳ କର୍କଟ କୋଷର ବୃଦ୍ଧିକୁ ବନ୍ଦ କରିଦିଏ ।
ଏହା ମଧ୍ୟ ପଢନ୍ତୁ: Cancer: ଏଭଳି ଲକ୍ଷଣ ଥିଲେ ହୋଇଯାଆନ୍ତୁ ସାବଧାନ ! ହୋଇପାରେ କ୍ୟାନ୍ସର
କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ ବୋଲି ବିବେଚନା କରାଯାଉଛି । ଏଥି ସହିତ, ଏହି ଅନୁସନ୍ଧାନର ମୁଖ୍ୟ ଲଙ୍ଗ ଗୁ କର୍କଟ ଚିକିତ୍ସାରେ ଏହି ବଟିକାକୁ ନେଇ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି । ସେ ବିଶ୍ୱାସ କରନ୍ତି ଯେ PCNAର ଚିକିତ୍ସା ପାଇଁ ଟାବଲେଟ୍ ଆବିଷ୍କୃତ ହୋଇଛି, ବର୍ତ୍ତମାନ କ୍ୟାନ୍ସର ସେଲକୁ ରୋକିବାରେ ଏହା ବହୁତ ସାହାଯ୍ୟ କରିବ । ଏହି ଟାବଲେଟର AOH1996ର ମାନବ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ହୋପ ସହରରେ ଆରମ୍ଭ ହୋଇଛି । ମାନବ ପରୀକ୍ଷଣ ଶେଷ ହେବା ପରେ ଏହାର ବ୍ୟବହାର ପାଇଁ ଅନୁମତି ମିଳିବା ନେଇ ବୈଜ୍ଞୀନିକମାନେ ଆଶା ପୋଷଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ