ETV Bharat / sukhibhava

ଚୀନରେ କାୟା ମେଲିଛି BF.7 ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ - ବିଏଫ ସେଭେନ୍ ଲକ୍ଷଣ

ଚୀନରେ ଓମିକ୍ରୋନର ସବ୍-ଭାରିଏଣ୍ଟ BF.7 ଦ୍ରୁତଗତିରେ ବୃଦ୍ଧି ପାଇବା ପରେ ଚିନ୍ତା ବଢିଛି । ଜାଣନ୍ତୁ ଏହି ନୂତନ ପ୍ରକାରର ଲକ୍ଷଣ ଏବଂ କିପରି ରହିବେ ସତର୍କ(All about BF.7 Omicron sub-variant) ।

ଜାଣନ୍ତୁ BF.7 ଓମିକ୍ରନ ସବ୍‌-ଭାରିଏଣ୍ଟର ଲକ୍ଷଣ

author img

By

Published : Dec 22, 2022, 11:55 AM IST

ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ପୁଣି ଡରାଇଲାଣି କୋରୋନା । ଚୀନରେ କରାଳ ରୂପ ଦେଖାଉଛି ଏହି କାଳ ରୂପି ମହାମାରୀର ସବ୍-ଭାରିଏଣ୍ଟ ଓମିକ୍ରନ BF.7 । ଏହି କାରଣରୁ ସେଠାରେ ସଂକ୍ରମଣ ବୃଦ୍ଧି ପାଇବା ସହ ପ୍ରତିଦିନ ହଜାର ହଜାର ବ୍ୟକ୍ତିଙ୍କ ଜୀବନ ଯାଉଛି, ଯାହାକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି ।

ଖବର ଅନୁସାରେ ଦେଶରେ 3 ଜଣ BF.7 ରେ ଆକ୍ରାନ୍ତ ହୋଇ ଥିବାବେଳେ ଆମ ରାଜ୍ୟରୁ ଜଣେ ବ୍ୟକ୍ତି ଏହି ଭାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି । ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ମଧ୍ୟ ଜାରି କରାଯାଇଛି । ତେବେ BF.7 ଓମିକ୍ରୋନ ସବ୍-ଭାରିଆଣ୍ଟର କଣ ରହିଛି ଲକ୍ଷଣ ଜାଣନ୍ତୁ(All about BF.7 Omicron sub-variant)...

ଏହାକୁ ଓମିକ୍ରନ୍ ସ୍ପାଉନ୍(Omicron Spawn) ମଧ୍ୟ କୁହାଯାଏ, BF.7 ସବ୍-ଭାରିଏଣ୍ଟ, ଅକ୍ଟୋବରରେ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା, ଏହା ଓମିକ୍ରୋନର ନୂତନ ଫର୍ମ, ଯେଉଁଥିରେ ହାଇ ଟ୍ରାନ୍ସମିସିବିଲିଟି ଅଛି । ଅର୍ଥାତ୍ ଏହା ଦ୍ରୁତଗତିରେ ବ୍ୟାପୁଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହାର କାରଣ ହେଉଛି ନୂତନ ପ୍ରକାର ଶୀଘ୍ର ରୋଗ ପ୍ରତିରୋଧକ କ୍ଷମତାକୁ ଅତିକ୍ରମ କରୁଛି । ଏହି କାରଣରୁ, ବିଶ୍ୱ ମହାମାରୀର ଚତୁର୍ଥ ୱେଭ୍ ଦେଖିପାରେ ବୋଲି ଆଶଙ୍କା କରାଯାଉଛି ।

BF.7 ଲକ୍ଷଣ:-

ନୂତନ BF.7 ସବ୍-ଭାରିଆଣ୍ଟର ଲକ୍ଷଣ ସାଧାରଣ ଫ୍ଲୁ ସହିତ ସମାନ

  • ଥଣ୍ଡା
  • କାଶ
  • ଜ୍ୱର
  • ଶରୀର ପୀଡା

BF.7 ସତର୍କତା:-

କୋରୋନା କଟକଣା ହଟିବା ପରେ ପୂର୍ବୋପରି ସତର୍କତା ଦେଖିବାକୁ ମିଳୁନାହିଁ । ମାସ୍କ ପରିଧାନ, ସାମାଜିକ ଦୂରତା ନିୟମ ମଧ୍ୟ ପାଳନ ହେଉନି । ଫଳରେ ସଂକ୍ରମଣ ବୃଦ୍ଧି ନେଇ ଆଶଙ୍କା କରାଯାଉ ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଅତି କମ୍‌ରେ କୋରୋନା ସମୟରେ ପ୍ରଣୟନ ହୋଇଥିବା ମୌଳିକ ନିୟମଗୁଡିକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ହାତକୁ ସଫା ରଖିବା, ସାନିଟାଇଜ୍ କରିବା, ଜନ ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.