ETV Bharat / sukhibhava

ସାବଧାନ ! କେବଳ ଥଣ୍ଡା, କାଶ ନୁହେଁ ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ବିଗାଡିପାରେ ବାୟୁ ପ୍ରଦୂଷଣ

author img

By

Published : Apr 6, 2023, 12:27 PM IST

ବାୟୁ ପ୍ରଦୂଷଣ କେବଳ ଥଣ୍ଡା, କାଶ ନୁହେଁ ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ବିଗାଡି ପାରେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ବାୟୁ ପ୍ରଦୂଷଣ ଉଦାସୀନତା, ସ୍କିଜୋଫ୍ରେନିଆ(ଏକ ଜଟିଳ ମସ୍ତିଷ୍କ ରୋଗ), ବାୟୋପୋଲାର ବ୍ୟାଧି(ଚିନ୍ତାଗତ ରୋଗ) ଏବଂ ପର୍ସନାଲିଟି ଡିସ୍‌ଅର୍ଡର୍ ଭଳି ମାନସିକ ରୋଗ କରିପାରେ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ପୂର୍ବ ସମୟ ଅପେକ୍ଷା ବର୍ତ୍ତମାନ ଜଳବାୟୁରେ ମାତ୍ରାଧିକ ପରିବର୍ତ୍ତନ ଘଟିସାରିଛି । ଏହି ବିପଦ ଭବିଷ୍ୟତରେ ଭୟାନକ ରୂପ ନେଇପାରେ ବୋଲି ବାରମ୍ବାର ଜାତିସଂଘ ଚେତାଉଛି । ହେଲେ କଳକାରଖାନା ଗଢିଉଠିବା ସହ ଯନ୍ତ୍ରପାତିର ବହୁଳ ବ୍ୟବହାର ଏବଂ ଜଙ୍ଗଲ କ୍ଷୟ ଏଥିରେ ସୁଧାର ଆଣିପାରିବ କି ନାହିଁ ତାକୁ ନେଇ ନାନା ପ୍ରଶ୍ନବାଚୀ । ଆମ ଦେଶର ବିଭିନ୍ନ ସହରବାସୀ ଏବେ ବାୟୁ ପ୍ରଦୂଷଣର ଶିକାର । ବାୟୁ ପ୍ରଦୂଷଣ ଥଣ୍ଡା, କାଶ ଭଳି ସ୍ବାସ୍ଥ୍ୟ ସମସ୍ୟା କରିଥାଏ ବୋଲି ଜାଣିଥିବେ । ହେଲେ ଏହା ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରୁଛି ।

ଆଜ୍ଞା ହଁ, ଏକଥା ଆମେ କହୁନୁ ଅନୁସନ୍ଧାନରୁ ଜଣାପଡିଛି । ବାୟୁ ପ୍ରଦୂଷଣ ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ବିଗାଡିପାରେ ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି । ବିଷାକ୍ତ ବାୟୁ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏହି କାରଣରୁ ଶାରୀରିକ ଅସୁସ୍ଥତା ସହ ମାନସିକ ଚାପ ମଧ୍ୟ ବଢିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି । ଏଥିସହ ଆହୁରି ମଧ୍ୟ କହିଛନ୍ତି ଯେ, ବାୟୁ ପ୍ରଦୂଷଣ ଶରୀରର ଅନ୍ୟାନ୍ୟ ଅଙ୍ଗ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ ।

ଅଧ୍ୟୟନ ଅନୁଯାୟୀ, ବିଷାକ୍ତ ପ୍ରଦୂଷକ ନାକ କିମ୍ବା ପାଟିରୁ ଫୁସଫୁସକୁ ଯାଏ । ପ୍ରଦୂଷକ ସହିତ ଦୀର୍ଘକାଳୀନ ସଂସ୍ପର୍ଶରେ ଆସିବା ଦ୍ୱାରା କିଡନୀରେ ରକ୍ତବାହୀ ନଷ୍ଟ ହୋଇପାରେ । ଏହାସହ ନାଇଟ୍ରୋଜେନ୍ ଅକ୍ସାଇଡ୍ ରକ୍ତଭଣ୍ଡାର ଉପରେ ନକରାତ୍ମକ ପ୍ରଭାବ ପଡିପାରେ, ଯାହା ଦ୍ବାରା କରୋନାରୀ ଧମନୀରେ କ୍ୟାଲସିୟମର ଶୀଘ୍ର ଗଠନ ହୋଇପାରେ ଯାହା ହୃଦ୍‌ରୋଗର ମଧ୍ୟ କରିପାରେ ।

ସେହିପରି ମାନସିକ ବିଶେଷଜ୍ଞଙ୍କ କହିଛନ୍ତି ଯେ, ବାୟୁ ପ୍ରଦୂଷଣ ଉଦାସୀନତା ଏବଂ ଚିନ୍ତା ସହିତ ଜଡିତ ହୋଇପାରେ । ବାୟୁ ପ୍ରଦୂଷଣର ଉଚ୍ଚ ସ୍ତର ଶିଶୁର ଜ୍ଞାନଗତ କ୍ଷମତାକୁ ନଷ୍ଟ କରିପାରେ ଏବଂ ବୟସ୍କଙ୍କ ଜ୍ଞାନ(ସ୍ମରଣ ଶକ୍ତି) ହ୍ରାସ ହେବାର ଆଶଙ୍କାକୁ ବଢାଇପାରେ । ଏହା ମଧ୍ୟ ବୟସ୍କମାନଙ୍କର ଉଦାସୀନତାର ଆଉ ଏର କାରଣ ହୋଇପାରେ । କେବଳ ଯେ ବାୟୁ ପ୍ରଦୂଷଣ ଉଦାସୀନତା ସୃଷ୍ଟି କରିପାରିବ ତାହା ନୁହେଁ, ଏଥିପାଇଁ ଜେନେଟିକ୍ ଏବଂ ଜୈବିକ କାରଣଗୁଡ଼ିକ ମଧ୍ୟ ଦାୟୀ ବୋଲି ବିଶେଷଜ୍ଞ କହିଛନ୍ତି ।

2019ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ବାୟୁ ପ୍ରଦୂଷଣ ମାନସିକ ରୋଗରେ ପରିଣତ ହୋଇପାରେ । ଯେଉଁମାନେ ଉଚ୍ଚ ସ୍ତରର ପ୍ରଦୂଷଣର ସମ୍ମୁଖୀନ ହୁଅନ୍ତି, ସେମାନେ ଉଦାସୀନତା, ସ୍କିଜୋଫ୍ରେନିଆ(ଏକ ଜଟିଳ ମସ୍ତିଷ୍କ ରୋଗ), ବାୟୋପୋଲାର ବ୍ୟାଧି(ଚିନ୍ତାଗତ ରୋଗ) ଏବଂ ପର୍ସନାଲିଟି ଡିସ୍‌ଅର୍ଡର୍ ଭଳି ମାନସିକ ରୋଗରେ ପୀଡିତ ହେବାର ସମ୍ଭାବନା ଥାଏ ।

ପ୍ରମାଣ ଅଛି ଯେ, ବିଷାକ୍ତ ପଦାର୍ଥ ଏବଂ ବାୟୁ ପ୍ରଦୂଷକ ମଧ୍ୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ସହିତ ଜଡିତ । ସେମାନେ ମସ୍ତିଷ୍କର ଆଦର୍ଶ କାର୍ଯ୍ୟକଳାପକୁ ପ୍ରଭାବିତ କରିପାରନ୍ତି ଏବଂ ଶେଷରେ ମସ୍ତିଷ୍କ ସ୍ନାୟୁଗୁଡ଼ିକର ବ୍ୟାଘାତ ଘଟାଇବା ସହ ମୃତ୍ୟୁର କାରଣ ହୋଇପାରେ ! ତେଣୁ ପ୍ରଦୂଷଣଠୁ ଦୂରେଇ ରହିବା ସହ ଏହାକୁ କିପରି ପ୍ରତିହତ କରାଯାଇ ପାରିବ ସେ ବାବଦରେ ଚିନ୍ତା କରିବାର ସମୟ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.