ETV Bharat / sukhibhava

ଏରୋବିକ୍ସ ଓ ହିମୋଡାଏଲିସିସ - ହିମୋଡାଏଲିସିସ

ଏରୋବିକ୍ସ ଏକ୍ସରସାଇଜ ଦ୍ୱାରା କିଡନୀ ରୋଗୀମାନେ ସମ୍ମୁଖୀନ ହେଉଥିବା ଏକାଧିକ ହିମୋଡାଏଲିସିସ ସଂପର୍କିତ ଲକ୍ଷଣ ହ୍ରାସ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ତେବେ ଜାଣନ୍ତୁ କ'ଣ ଏହି ଏରୋବିକ୍ସ ଏକ୍ସରସାଇଜ...

ଏରୋବିକ୍ସ ଓ ହିମୋଡାଏଲିସିସ
ଏରୋବିକ୍ସ ଓ ହିମୋଡାଏଲିସିସ
author img

By

Published : Mar 28, 2021, 1:49 PM IST

କିଡନୀ ରୋଗୀମାନେ ସମ୍ମୁଖୀନ ହେଉଥିବା ଏକାଧିକ ହିମୋଡାଏଲିସିସ ସଂପର୍କିତ ଲକ୍ଷଣ ଏରୋବିକ୍ସ ଏକ୍ସରସାଇଜ ଦ୍ୱାରା ହ୍ରାସ ହୋଇପାରେ । ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡିଛି । ଏରୋବିକ୍ସ ଏକ୍ସରସାଇଜ ଦ୍ୱାରା ଅନେତ ହିମୋଡାଏଲିସିସ ସଂପର୍କିତ ଲକ୍ଷଣ କମ୍ କରିପାରେ । ଏପରିକି ରେଷ୍ଟଲେସ୍ ଲେଗ୍ ସିଂଡ୍ରୋମ, ଅବସାଦର ଲକ୍ଷଣ, ମସଲ୍ କ୍ରାମ୍ପିଂ ଓ କ୍ଲାନ୍ତି ଭଳି ମଧ୍ୟ ଲକ୍ଷଣ ହ୍ରାସ କରିବାରେ ସମର୍ଥ ହୋଇପାରିବ ଏରୋବିକ୍ସ ରକ୍ଷା କରିପାରିବ ।

ସପ୍ତାହରେ ଦୁଇ ତିନି ଥର ୨୦ରୁ ୩୦ ମିନିଟ ଅବଧି ବିଶିଷ୍ଟ ଏରୋବିକ୍ସ ହିମୋଡାଏଲିସିସରେ ଥିବା ଲୋକଙ୍କ ଏକାଧିକ ସାଧାରଣ ଲକ୍ଷଣ ଦୂର ହୁଏ । ସେମାନେ ଆଶ୍ୱସ୍ତି ଅନୁଭବ କରିବେ ବୋଲି କାନାଡାର ମାନିଟୋବା ବିଶ୍ୱବିଦ୍ୟାଳୟର ଗବେଷକ କ୍ଲାରା ବୋହମ କହିଛନ୍ତି ।

ହିମୋଡାଏଲିସିସରେ ଥିବା ରୋଗୀଙ୍କ ଲକ୍ଷଣ ଉପରେ ବ୍ୟାୟାମର ପ୍ରଭାବ ନେଇ କିଛି ଅଧ୍ୟୟନ ପ୍ରକାଶିତ ହୋଇଛି । ତେବେ, ଏ ନେଇ ବ୍ୟାପକ ଓ ଗଭୀର ଅନୁଧ୍ୟାନ ସାଧାରଣ ଲକ୍ଷଣ ଉପରେ ବ୍ୟାୟାମର ପ୍ରଭାବ ସଂପର୍କରେ ଅଧିକ ସ୍ପଷ୍ଟ ସୂଚନା ପ୍ରଦାନ କରିଛି ବୋଲି କ୍ଲାରା ବୋହମ କହନ୍ତି । ହିମୋଡାଏଲିସିସ ହେଉଛି ଏକ ପ୍ରକ୍ରିୟା ଯେଉଁଠି ଡାଏଲିସିସ ମେସିନ ଓ ଏକ ସ୍ପେଶାଲ ଫିଲଟର ବା ଡାଏଲାଇଜର ସହାୟତାରେ ରକ୍ତ ସଫା କରାଯାଏ ।

କିଡନୀ ଅଚଳ ପାଇଁ ହିମୋଡାଏଲିସିସ ଚିକିତ୍ସା କରୁଥିବା ଲୋକେ ସର୍ବଦା ଲକ୍ଷଣ ହ୍ରାସ କରିବାରେ ସମର୍ଥ ହୋଇପାରନ୍ତି ନାହିଁ । ବରଂ ହିମୋଡାଏଲିସିସ ଦ୍ୱାରା କିଛି ଲକ୍ଷଣ ଆହୁରି ଉତ୍କଟ ହୁଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହିମୋଡାଏଲିସିସ ଗ୍ରହଣ କରୁଥିବା ଲୋକେ ମନକରନ୍ତି ଯେ ହିମୋଡାଏଲିସିସ ସଂପର୍କିତ ଲକ୍ଷଣର ପ୍ରଭାବଶାଳୀ ଚିକିତ୍ସା ନେଇ ପ୍ରାଥମିକତା ଭିତ୍ତିରେେ ଗବେଷଣା କରାଯିବା ଦରକାର ।

କ୍ଲିନିକାଲ ଜର୍ଣ୍ଣାଲ୍ ଅଫ ଦି ଆମେରିକାନ ସୋସାଇଟି ଅଫ୍ ନେଫ୍ରୋଲୋଜିରେ ପ୍ରକାଶିତ ଅଧୟନ ରିପୋର୍ଟ ଅନୁସାରେ ଗବେଷଣାକାରୀ ଦଳ ବିଭିନ୍ନ ଡାକ୍ତରୀ ବହିପତ୍ର ଖୋଜାଖୋଜି କରି ବିଶ୍ଲେଷଣ କରିଥିଲେ । ଏହାଛଡା ହିମୋଡାଏଲିସିସ ସଂପର୍କିତ ଲକ୍ଷଣ ଉପରେ ଏରୋବିକ୍ସର ପ୍ରଭାବ ପ୍ରସଙ୍ଗରେ ସେମାନେ ଗଭୀର ଅନୁଧ୍ୟାନ କରିଥିଲେ ।

ଗବେଷଣା ବେଳେ ୧୫ଟି ରାଂଡୋମାଇଜ୍‌ଡ ନିୟନ୍ତ୍ରିତ ପରୀକ୍ଷା ନିରୀକ୍ଷା ବାବଦରେ ଜଣାପଡିଥିଲା । ରେଷ୍ଟଲେସ ଲେଗ୍ ସିଂଡ୍ରୋମ, ନିଦ୍ରା ବିଶୃଙ୍ଖଳା, ଅବସାଦ, ମସଲ କ୍ରାମ୍ପିଂ ଓ ଅତିଶୟ ଥକାପଣ ଉପରେ ବି ଏରୋବିକ୍ସର ପ୍ରଭାବ ରହେ ବୋଲି ଗବେଷଣାରୁ ଜଣାପଡିଥିଲା । ଅନେକ ହିମୋଡାଏଲିସିସ ସଂପର୍କିତ ଲକ୍ଷଣ ଥିଲେ ମଧ୍ୟ ସେସବୁ ନେଇ ସଠିକ ଅଧ୍ୟୟନ କରାଯାଇ ନାହିଁ ବୋଲି ଗବେଷକମାନେ କହନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.