ETV Bharat / sukhibhava

ଖାଇବା ସମୟରେ ଲୁଣ ପକାଇ ଖାଉଥିଲେ ସାବଧାନ, ହୋଇପାରେ କ୍ରୋନିକ କିଡନୀ ରୋଗ - table salt effects

Chronic Kidney Disease: ଅନେକ ଲୋକ ଖାଦ୍ୟ ଖାଇବା ସମୟରେ ଅତିରିକ୍ତ ଲୁଣ ଯୋଡି ଖାଇଥାଆନ୍ତି। ଅତିରିକ୍ତ ଲୁଣ ସେବନର ଅଭ୍ୟାସକୁ ସାଧାରଣତଃ ଟେବୁଲ ସଲ୍ଟ କୁହାଯାଇଥାଏ। ତେବେ ଏହା ଶରୀର ପାଇଁ ହାନିକାରକ ବୋଲି କୁହାଯାଇଛି। ଅଧିକ ପଢନ୍ତୁ

Chronic Kidney Disease
Chronic Kidney Disease
author img

By ETV Bharat Odisha Team

Published : Jan 1, 2024, 7:06 PM IST

ହାଇଦ୍ରାବାଦ: ପ୍ରାୟ ଅଧିକାଂଶ ଲୋକ ଖାଦ୍ୟ ଉପରେ ଲୁଣ ଢାଳି ଖାଇ ଥାଆନ୍ତି। ଆପଣ ବି ଟେବୁଲ ଲୁଣର ବ୍ୟବହାର କରୁଛନ୍ତି କି? ତାହେଲେ ହୋଇଯାଆନ୍ତୁ ସାବଧାନ! ଏହି ଅଭ୍ୟାସ ଦ୍ବାରା କ୍ରୋନିକ କିଡନୀ ରୋଗ (Chronic Kidney Disease-CKD) ହେବାର ସମ୍ଭାବନା ଅଧିକ ରହିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି। ଉଚ୍ଚ ଗ୍ଲୋମରୁଲାର ଫିଲ୍ଟରେସନ୍ ରେଟ (କିଡନୀ ଟେଷ୍ଟ) ଏବଂ ଶରୀରର କମ୍ ଇଣ୍ଡେକ୍ସ ଥିବା ଲୋକଙ୍କଠାରେ ଏହି ବିପଦ ଅଧିକ ସ୍ପଷ୍ଟ ହୋଇଥିବା ନେଇ ରିପୋର୍ଟରେ ଖୁଲାସା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Salt And Arthritis: ଅତ୍ୟଧିକ ଲୁଣ ଖାଉଥିଲେ ମାଡି ଆସିବ ଏସବୁ ରୋଗ

ତେବେ ଏହି ଅଧ୍ୟୟନ ପାଇଁ 465288 ଜଣଙ୍କୁ ସାମିଲ କରାଯାଇଥିଲା। ତେବେ ଅନୁସନ୍ଧାନ କରିବା ସମୟରେ ଜଣାପଡିଥିଲା ଯେ, ଖାଦ୍ୟରେ ଲୁଣ ମିଶାଇ ଖାଇବାର ଅଭ୍ୟାସ ଦ୍ବାରା CKDର ବିପଦ ଅଧିକ ରହିଥିବା ନେଇ କୁହାଯାଇଛି। ଏହା ଜାମା ନେଟଓ୍ବର୍କରେ ପ୍ରକାଶିତ ହୋଇଛି। ଯେଉଁ ବ୍ୟକ୍ତିମାନେ ଖାଦ୍ୟରେ ଲୁଣ ମିଶାଇ ଖାଆନ୍ତି, ସେମାନଙ୍କ ତୁଳନାରେ ଲୁଣ ମିଶାଇ ଖାଉନଥିବା ବ୍ୟକ୍ତିଙ୍କ ରୋଗର ସମ୍ଭାବନା ବହୁତ କମ୍ ରହିଥାଏ। ଅର୍ଥାତ ଖାଦ୍ୟ ପଦାର୍ଥରେ ଲୁଣ ମିଶାଇ ଖାଇବା ଦ୍ବାରା କ୍ରୋନିକ କିଡନୀ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। ତେବେ ଖାଦ୍ୟରେ ଲୁଣ ମିଶାଇ ଖାଇବାର ଅଭ୍ୟାସକୁ କମ୍ କରିବା ଦ୍ବାରା CKD ବିପଦକୁ ହ୍ରାସ କରାଯାଇ ପାରିବ ବୋଲି ଆମେରିକାର ତୁଲାନ ବିଶ୍ୱବିଦ୍ୟାଳୟର ମହାମାରୀ ବିଭାଗର ରୁଇ ତାଙ୍ଗ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ: Salt And Diabetes: ଅଧିକ ଲୁଣ ଖାଉଥିଲେ ସାବଧାନ ! ହୋଇପାରେ ମଧୁମେହ

ଖାଦ୍ୟରେ ଲୁଣ ମିଶାଇ ଖାଇବା ବା ଅଧିକ ଲୁଣ ସେବନ ଦ୍ବାରା ଅନେକ ରୋଗର ସମ୍ଭାବନା ରହିଥାଏ ବୋଲି ଅନେକ ରିସର୍ଚ୍ଚରୁ ଜଣାପଡିଛି। ଖାଦ୍ୟରେ ଲୁଣ ମିଶାଇ ଖାଇବାର ଅଭ୍ୟାସ ହୃଦ୍‌ରୋଗ, ଅକାଳ ମୃତ୍ୟୁ ଏବଂ ଟାଇପ୍-୨ ଡାଇବେଟିସର ଆଶଙ୍କା ଅଧିକ ରହିଥାଏ ବୋଲି ପୂର୍ବରୁ ମଧ୍ୟ ଅଧ୍ୟୟନରେ ଖୁଲାସା କରାଯାଇଛି। ତେବେ ଯେଉଁମାନେ ଶାରୀରିକ ବ୍ୟାୟାମ କରୁଥିଲେ ସେମାନଙ୍କ ତୁଳନାରେ ଶାରୀରିକ ବ୍ୟାୟାମ କରୁନଥିବା ଲୋକଙ୍କ ଉପରେ ଅଧିକ ପ୍ରଭାବ ରହିଥିଲା। ତେଣୁ ଅଧିକ ଲୁଣ ସେବନ ହାନିକାରକ ବୋଲି କୁହାଯାଇଛି।

ନିକଟରେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ କେବଳ ଚିନି ନୁହେଁ ଲୁଣ ଖାଇବା ଦ୍ୱାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ବୃଦ୍ଧି ହୋଇଥାଏ । ଆମେରିକାର ତୁଲାନେ ୟୁନିଭରସିଟିରେ କରାଯାଇଥିବା ଏହି ଅଧ୍ୟୟନରେ ଜଣାପଡିଛି ଯେ ଖାଦ୍ୟରେ ଅଧିକ ଲୁଣ ସେବନ ଦ୍ବାରା ମଧୁମେହର ଆଶଙ୍କା ବୃଦ୍ଧି ହୋଇଥାଏ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.