ETV Bharat / sukhibhava

ଅଧିକ ଶର୍କରା ରୋଗର କାରଣ, ଏହି ଉପାୟରେ ଛାଡନ୍ତୁ ମିଠା - କେଉଁ ଉପାୟରେ ଛାଡିବେ ମିଠା

ଅଧିକ ମିଠା ଖାଇବା ପାଇଁ ଇଚ୍ଛା ହେଉଛି କି ? ମିଠା ଛାଡିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ

Sugar Cravings
Sugar Cravings
author img

By ETV Bharat Odisha Team

Published : Sep 14, 2023, 3:57 PM IST

ହାଇଦ୍ରାବାଦ: ମିଠା..ସମସ୍ତଙ୍କର ପସନ୍ଦୀୟ ଖାଦ୍ୟ। ନାଁ ଶୁଣିଲେ ପାଟିରୁ ଲାଳ ବାହାରି ଆସେ। ବିଶେଷ କରି ପର୍ବପର୍ବାଣୀ ବା ଉତ୍ସବରେ ଅଧିକ ମିଠା ସେବନ ହୋଇଥାଏ। ଛୋଟ ଛୁଆମାନେ ମଧ୍ୟ ଚକୋଲେଟ ଏବଂ କ୍ୟାଣ୍ଡି ଖାଆଥାଆନ୍ତି। ତେବେ ମିଠା ଖାଇବାର ଅଭ୍ୟାସ ପରବର୍ତ୍ତି ସମୟରେ ଏକ ନିଶା ଭାବେ ପରିବର୍ତ୍ତିତ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ତେବେ ଅଧିକ ମିଠା ରୋଗର କାରଣ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ମିଠା ଖାଇବାକୁ ପଛାନ୍ତି ନାହିଁ। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ମିଠା ଖାଇବା ଏକ ଅଭ୍ୟାସରେ ପରିଣତ ହେବା ଆଗରୁ ଏହା ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ଅଟେ।

ଆମେ ପ୍ରତିଦିନ ଖାଉଥିବା ଅଧିକାଂଶ ଖାଦ୍ୟ ପଦାର୍ଥରେ ଶର୍କରା ରହିଥାଏ। ଫଳ, ପନିପରିବା, କ୍ଷୀର-ଦୁଗ୍ଧଜାତ ଦ୍ରବ୍ୟ, କିଛି ପ୍ରକାରର ଶସ୍ୟରେ ରହିଥିବା ଶର୍କରା ଶରୀରକୁ ଶକ୍ତି ଯୋଗାଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ କୁହାଯାଇଛି ଯେ, ସେଥିରେ ଥିବା ଫାଇବର ରକ୍ତରେ ଚିନି ସ୍ତରକୁ ନିୟନ୍ତ୍ରଣ କରିଥାଏ। ତେଣୁ ଏହି ପ୍ରାକୃତିକ ଶର୍କରାକୁ ପର୍ଯ୍ୟାପ୍ତ ପରିମାଣରେ ଖାଇବା ଉଚିତ। କିନ୍ତୁ ଚିନିରୁ ପ୍ରସ୍ତୁତ ଖାଦ୍ୟ ଯେପରିକି ମିଠା, ଚକୋଲେଟ୍, ବିସ୍କୁଟ, ଚିପ୍ସ, ଆଇସକ୍ରିମ୍, ଜୁସ୍, ପେଷ୍ଟ୍ରି, କୁକିଜ, ମୃଦୁ ପାନୀୟ, ସସ ଏହାଠାରୁ ଦୂରେଇ ରହିବା ଉଚିତ। ଏହାକୁ ଅଧିକ ଗ୍ରହଣ କଲେ ଯକୃତ ସମ୍ବନ୍ଧୀୟ ସମସ୍ୟା ହେବାର ଆଶଙ୍କା ରହିଥାଏ। ଏହା ବ୍ୟତୀତ ମଧୁମେହ, ଉଚ୍ଚ ରକ୍ତଚାପ, ଓଜନ ବୃଦ୍ଧି ଏବଂ ହୃଦୟ ସମ୍ବନ୍ଧୀୟ ସମସ୍ୟା ହେବାର ମଧ୍ୟ ଆଶଙ୍କା ରହିଥାଏ।

କାହିଁକି ମିଠା ଖାଇବା ପାଇଁ ଇଚ୍ଛା ହୁଏ?: ସାଧାରଣତଃ ସମସ୍ତେ ଭାବନ୍ତି ମିଠା ଖାଇବା ନିଜ ଇଚ୍ଛାଶକ୍ତି ଉପରେ ନିର୍ଭର କରେ। କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଶରୀରର କିଛି ଅଂଶରେ ପରିବର୍ତ୍ତନ ଯୋଗୁଁ ମଧ୍ୟ ଏହା ହୋଇଥାଏ।

⚛ କେତେକ କାରଣ ଯୋଗୁଁ ଶରୀରରେ ଆଦ୍ରତା ରହିନଥାଏ। ଫଳରେ ହଜମକ୍ରିୟା ପାଇଁ ଶକ୍ତି ମିଳିପାରେ ନାହିଁ। ଏହି ସମୟରେ ଶକ୍ତି ପାଇଁ ଶରୀର ମିଠା ଆବଶ୍ୟକ କରିଥାଏ। ତେଣୁ ଏଭଳି ପରିସ୍ଥିତିରେ ମିଠା ଖାଇବା ପାଇଁ ଇଚ୍ଛା ହୋଇଥାଏ।

⚛ ବିଶେଷଜ୍ଞମାନେ କହିଛନ୍ତି ଯେ ପୁଷ୍ଟିହୀନତା ମିଠା ଖାଇବାର ଇଚ୍ଛା ମଧ୍ୟ ବୃଦ୍ଧି କରାଇଥାଏ। ପ୍ରୋଟିନ୍ ଏବଂ ଫାଇବର ପରି ପୁଷ୍ଟିକର ଖାଦ୍ୟ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯଦି ଏଗୁଡିକ ସଠିକ୍ ମାତ୍ରାରେ ଗ୍ରହଣ କରାଯାଏ ନାହିଁ, ତେବେ ଲେପ୍ଟିନ୍ ଏବଂ ଗ୍ରେଲିନ୍ ପରି ହଙ୍ଗର ବା କ୍ଷୁଧା ହରମୋନ୍ ପ୍ରତିକୂଳ ପ୍ରଭାବ ପକାଇଥାଏ। ଫଳରେ ମିଠା ଖାଇବା ପାଇଁ ଲୋଭ ହୋଇଥାଏ।

⚛ ଶରୀରରେ ହରମୋନର ଅସନ୍ତୁଳନତା ଯୋଗୁଁ ଅନେକ ପ୍ରକାର ସମସ୍ୟା ହୋଇଥାଏ। ଏହା ମଧ୍ୟ ମିଠା ଖାଇବା ପାଇଁ ଆଗ୍ରହ ହେବାର ଏକ କାରଣ ହୋଇପାରେ। ଯେତେବେଳେ ଷ୍ଟ୍ରେସ୍ ହରମୋନ୍ କର୍ଟିସୋଲ୍, ସେକ୍ସ ହରମୋନ୍ ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରନରେ ଅସନ୍ତୁଳନ ଦେଖାଯାଏ ସେତେବେଳେ ଶରୀର ଶର୍କରା ଖୋଜିଥାଏ।

⚛ ନିଦ୍ରାହୀନତା ଚିନ୍ତା ବୃଦ୍ଧିର କାରଣ ଅଟେ। ଏହି ସମୟରେ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ପାଇଁ ଇଚ୍ଛା ହୋଇଥାଏ। ତେବେ ମିଠାରେ ଅଧିକ ପରିମାଣରେ କ୍ୟାଲୋରୀ ରହିଥିବାକୁ ମିଠା ଖାଇବା ପାଇଁ ମନ ବଳିଥାଏ।

ଏହା ମଧ୍ୟ ପଢନ୍ତୁ: Sugar Side Effects: ଅଧିକ ମିଠା ଖାଇବା ଦ୍ବାରା ଶରୀର ଉପରେ ପଡେ ଏହି ପ୍ରଭାବ, ହୋଇପାରେ ମାରାତ୍ମକ ରୋଗ

ମିଠା ଖାଇବାରୁ ଏଭଳି ବର୍ତ୍ତିପାରିବେ: ଅଧିକ ପରିମାଣରେ ମିଠା ଖାଇବା ଯୋଗୁଁ ମଧୁମେହ ସହ ଅନେକ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। ତେବେ ସ୍ବାସ୍ଥ୍ୟ ବିଷେଷଜ୍ଞଙ୍କ କହିବା ଅନୁସାରେ ସ୍ବିଟ କ୍ରାଭିଂ ବା ମିଠା ଖାଇବାରୁ ବର୍ତ୍ତିବା ପାଇଁ ଟିପ୍ସ ଆପଣେଇବା ଉଚିତ

⚛ ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରୋବାୟୋଟିକ୍ସ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସହିତ କ୍ଷୁଧାକୁ ହ୍ରାସ କରିଥାଏ। ତେଣୁ ବିଶେଷଜ୍ଞମାନେ ସେମାନଙ୍କ ମନକୁ ମିଠା ଆଡକୁ ନଆସିବା ପାଇଁ ସତର୍କ ହୋଇପାରିବେ। ଦହି, ପନିର, ସୋୟା, ଆପଲ୍ ସାଇଡର୍ ଭିନେଗାର ଇତ୍ୟାଦି ଖାଦ୍ୟ ଖାଇବା ଦ୍ବାରା ମିଠା ଖାଇବା ପାଇଁ ଇଚ୍ଛା ହେବ ନାହିଁ।

⚛ ଯେତେବେଳେ ଶରୀର ଡିହାଇଡ୍ରେଟ୍ ହୋଇଯାଏ, ସେତେବେଳେ ଏହାର ଅନେକ ପାର୍ଶ୍ବପ୍ରତିକ୍ରିୟା ଦେଖାବାକୁ ମିଳିଥାଏ। ଶରୀରରେ ଶକ୍ତି ପାଇଁ ଶର୍କରା ଆବଶ୍ୟକ। ତେଣୁ ଏହି ପରିସ୍ଥିତିରେ ମିଠା ଖାଇବା ପାଇଁ ଆଗ୍ରହ ବୃଦ୍ଧି ପାଇଥାଏ। ତେଣୁ ସର୍ବଦା ଅଧିକ ପାଣି ପିଇ ଶରୀରକୁ ହାଇଡ୍ରେଟ ରଖିବା ଉଚିତ ବୋଲି କୁହାଯାଇଛି।

⚛ ପ୍ରୋଟିନ୍, ଫାଇବର ଏବଂ ସୁସ୍ଥ ଚର୍ବିର ମାତ୍ରା ଅଧିକ ଥିବାରୁ ଅଧିକ ସମୟ ଭୋକିଲା ଅନୁଭବ କରିବେ ନାହିଁ। ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ। ମିଠା ଖାଇବାକୁ ଇଚ୍ଛା ନକରିବା ପାଇଁ ଆପଣ ମଧ୍ୟ ସତର୍କ ହୋଇପାରିବେ। ତେଣୁ ଏହି ପୋଷକ ତତ୍ତ୍ୱରେ ଉପଲବ୍ଧ ଅଣ୍ଡା, ବାଦାମ, ଆଭୋକାଡୋ, ବ୍ରୋକୋଲି, ବାଦାମ, ଫୁଲକୋବି ଇତ୍ୟାଦି ଖାଦ୍ୟରେ ଅନ୍ତର୍ଭୂକ୍ତ କରାଯିବା ଉଚିତ।

⚛ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ଭିତରେ ଲମ୍ବା ଅବଧି ଯୋଗୁଁ ଅଧିକ ଭୋକ ଲାଗିଥାଏ। ଫଳରେ ମିଠା ଖାଇବା ପାଇଁ ଇଚ୍ଛା ହୋଇଛାଏ। ତେବେ ଏଭଳି ପରିସ୍ଥିତିରେ ଫଳ, ବାଦାମ ଖାଇପାରିବେ।

⚛ ଗମ ଚୋବାଇବା ଦ୍ବାରା ମଧ୍ୟ ମିଠା ପ୍ରତି ଆଗ୍ରହ ହୋଇନଥାଏ ବୋଲି ଏକ ଅନୁସନ୍ଧାରୁ ଜଣାପଡିଛି। ତେଣୁ ଅଧିକରୁ ଅଧିକ ସୁଗାରଫ୍ରି ଗମନ ଖାଇପାରିବେ।

⚛ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଧିକ ମିଠାକୁ ରୋକିବା ପାଇଁ ହେଲଦି ମିଠା ବାଛିବା ଆବଶ୍ୟକ। ଡାର୍କ ଚକୋଲେଟ, ଖଜୁରୀ ଏବଂ କନ୍ଦମୂଳ ଖାଇପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.