ETV Bharat / sukhibhava

ଏସିଡିଟି ପାଇଁ ନିୟମିତ ଔଷଧ ଖାଉଥିଲେ ସାବଧାନ ! ହୋଇପାରେ କିଡନୀ ସମସ୍ୟା

author img

By

Published : May 28, 2023, 5:37 PM IST

ଆପଣଙ୍କୁ ଏସିଡିଟି ହେଉଛି କି ? ଏସିଡିଟି ପାଇଁ ନିୟମିତ ଔଷଧ ଖାଉଛନ୍ତି କି ? ତାହେଲେ ହୋଇପାରୋ କିଡନୀ ରୋଗ । ପଢନ୍ତୁ ପୁରା ଖବର

acidity tablets side effects
acidity tablets side effects

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଏସିଡିଟି ଏକ ସାଧାରଣ ସମସ୍ୟା ପାଲଟିଲାଣି । ଏମିତି ବି କିଛି ଲୋକ ଅଛନ୍ତି, ଯେତେବେଳେ ସେମାନେ କିଛି ଖାଇ ପିଇ ଦିଅନ୍ତି ତାହାଲେ ସେମାନଙ୍କ ନିକଟରେ ଏସିଡିଟି ଦେଖାଦେଇଥାନ୍ତି । ଏହି କାରଣରୁ ପେଟରେ ଅନେକ ସମସ୍ୟା ହୋଇଥାଏ । ବେଳେବେଳେ ଅଲସର, ଗ୍ୟାଷ୍ଟ୍ରିକ୍ ପ୍ରଦାହ, ହୃଦଘାତ ଏବଂ ହାର୍ଟବର୍ଣ୍ଣ ସମସ୍ୟା ମଧ୍ୟ ହୋଇଥାଏ । ଖାଦ୍ୟରେ ଅନିୟମିତତା, ଶାରୀରିକ କାର୍ଯ୍ୟକଳାପର ଅଭାବ, ମଦ୍ୟପାନ-ସିଗାରେଟ୍ ପିଇବା, ଟେନସନ, ଫ୍ୟାଟି ଡାଏଟ୍, ପେଟରେ ଟ୍ୟୁମର୍, ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ରୋଗ ଏବଂ ପେପ୍ଟିକ୍ ଅଲସର୍ ଭଳି ସମସ୍ୟା ହେତୁ ଅସବୁଧା ହୋଇଥାଏ । ଯଦି କୌଣସି କାରଣରୁ ପେଟରେ ଏସିଡ୍ ଅଧିକ ହୁଏ, ଏହା କେବଳ ଗ୍ୟାସ୍, ଜ୍ବଳନ, ପେଟ ଏବଂ ଛାତିରେ ଯନ୍ତ୍ରଣା ସୃଷ୍ଟି କରେ ନାହିଁ, ବରଂ ହଜମ ପ୍ରକ୍ରିୟାକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ଏଭଳି ପରିସ୍ଥିତିରେ କିଛି ଲୋକ ଏଥିରୁ ମୁକ୍ତି ପାଇବା ପାଇଁ ଔଷଧ ମଧ୍ୟ ଖାଇଥାଆନ୍ତି । ଯାହାକି ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ତେବେ ଏହା ଏପରି ଏକ ସମସ୍ୟା ଯାହାକୁ ଏଡାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ମେଡିସିନ୍ ସେବନ ଅପେକ୍ଷା ସତର୍କ ରହିବା ଆବଶ୍ୟକ ।

କିଛି ଲୋକ ଏସିଡିଟିକୁ ଏଡାଇବା ପାଇଁ ଔଷଧ ଖାଇଥାଆନ୍ତି । ଯାହା କି କିଛି ଦିନ ପାଇଁ ଲାଭ ଦାୟକ ହୋଇଥାଏ । କିନ୍ତୁ ଔଷଧ ଛାଡିବା ମାତ୍ରେ ପୁଣି ଥରେ ଏସିଡିଟି ଭଳି ସମସ୍ୟା ଦେଖାଯାଇଥାଏ । ତାପରେ ଔଷଧ ଖାଇବା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏସିଡିଟି ପାଇଁ ଔଷଧ ଅତି ବେଶିରେ 4 ସପ୍ତାହ ପର୍ଯ୍ୟନ୍ତ ଖାଇପାରିବେ । ତେବେ କେତେକ କ୍ଷେତ୍ରରେ ଏହି ଔଷଧ ସେବନ ଦ୍ବାରା କିଡନୀ ରୋଗ ହୋଇଥାଏ ।

ଦୀର୍ଘ ଦିନ ଧରି ଏସିଡିଟି ଔଷଧ ଖାଇବା ଦ୍ବାରା ସମସ୍ୟା:

  • ଗ୍ୟାସ ପାଇଁ ଅଧିକ ଔଷଧ ଆପଣଙ୍କ ସ୍ମୃତି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଏହି ଔଷଧର ଅତ୍ୟଧିକ ବ୍ୟବହାର ଡିମେନ୍ସିଆର ସମସ୍ୟାକୁ ବଢାଇପାରେ । ଯଦି ଆପଣ ଏହି ଔଷଧଗୁଡିକୁ ଦୀର୍ଘ ସମୟ ଧରି ନିଅନ୍ତି ତେବେ ଭୁଲିବା ସମସ୍ୟା ମଧ୍ୟ ହୋଇପାରେ ।

କହିରଖୁଛୁ କି, ଡିମେନ୍ସିଆ ଏକ ମସ୍ତିଷ୍କ ରୋଗ । ଏହି ରୋଗ ହେଲେ ଜଣେ ବ୍ୟକ୍ତି ଅତି ସାଧାରଣ କଥାକୁ ମଧ୍ୟ ଭୁଲିଯାଆନ୍ତି । ହଠାତ୍ ରାଗିଯିବା, ବିରକ୍ତ ଭାବ ପ୍ରକାଶ କରିବା କିମ୍ବା ଅସ୍ଥିର ହେବା, ଉତ୍ତେଜିତା କିମ୍ବା ଆକ୍ରମଣାତ୍ମକ ସ୍ବଭାବ, ବାରମ୍ବାର ଗୋଟିଏ ଭୁଲ୍ କରିବା, ଏକାଗ୍ରତା ତଥା ଧ୍ୟାନ ଶକ୍ତି ହରାଇବା ଭଳି ଲକ୍ଷଣ ଦେଖାଯାଇଥାଏ ।

  • ଏକ ରିସର୍ଚ୍ଚ ଅନୁଯାୟୀ, ପେଟ ସମ୍ବନ୍ଧିତ ସମସ୍ୟା ପାଇଁ ନିରନ୍ତର ଔଷଧ ବ୍ୟବହାର କରିବା ଦ୍ବାରା ପେଟରେ ବ୍ୟାକ୍ଟେରିଆ ଇନଫେକ୍ସନ ହୋଇଥାଏ ।
  • ଏସିଡିଟି ଔଷଧର ଅଧିକ ବ୍ୟବହାର ରକ୍ତ ଉପରେ ପ୍ରଭାବ ପକାଇପାରେ । ଏହି କାରଣରୁ, ମ୍ୟାଗ୍ନେସିୟମର ଅଭାବ ହେବାର ଆଶଙ୍କା ଅଧିକ ଦେଖାଯାଇଥାଏ ଏବଂ କିଡନୀ ମଧ୍ୟ ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ ।

ଏସିଡିଟି ସମସ୍ୟାରୁ ଏମିତି ପାଇବେ ମୁକ୍ତି

  • ଏସିଡିଟି ସମସ୍ୟା ରହିଥିଲେ ପ୍ରଥମେ ନିଜ ଡାଏଟରେ ପରିବର୍ତ୍ତନ କରନ୍ତୁ ।
  • ମସଲା ଯୁକ୍ତ ଏବଂ ଛଣାଛଣି ଖାଦ୍ୟଠୁ ଦୂରେଇ ରୁହନ୍ତୁ ।
  • ଯେତେଦୂର ସମ୍ଭବ ଚାପରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ ।
  • ଖାଦ୍ୟରେ କ୍ଷୀର, ମସଲାଯୁକ୍ତ ଖାଦ୍ୟ ଏବଂ ମଟନ୍‌ଠାରୁ ଦୂରତା ରଖନ୍ତୁ ।
  • ପ୍ରତିଦିନ ଚାଲନ୍ତୁ ଏବଂ ବ୍ୟାୟାମ କରନ୍ତୁ ।

ବିଦ୍ର: ଏହା କେବଳ ସାଧାରଣ ତଥ୍ୟ ଉପରେ ଆଧାରିତ । ଯଦି ଆପଣ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.