ETV Bharat / sukhibhava

ଦୀର୍ଘ ସମୟ ଯାଏଁ ୫୦ ପ୍ରତିଶତ ଆକ୍ରାନ୍ତଙ୍କ ଫେରୁନି ଘ୍ରାଣଶକ୍ତି: REPORT - ଦୀର୍ଘ କୋଭିଡ଼ ଲକ୍ଷଣ

ଗତ ୨୦୨୦ ମସିହାରେ ମହାମାରୀର ପ୍ରଥମ ଲହରରେ ସଂକ୍ରମିତ ହୋଇଥିବା ୫୦ ପ୍ରତିଶତ ଆକ୍ରାନ୍ତଙ୍କ ଘ୍ରାଣଶକ୍ତି ହୋଇଛି ପ୍ରଭାବିତ । ଦୀର୍ଘ ସମୟ ଓ ସ୍ଥାୟୀ ଭାବରେ ସେମାନଙ୍କ ଘ୍ରାଣଶକ୍ତି ପ୍ରଭାବିତ ହୋଇଥିବା ଗବେଷଣାରୁ ଜଣାପଡ଼ିଛି । ଅଧିକ ପଢନ୍ତୁ

ଦୀର୍ଘ ସମୟ ଯାଏଁ ୫୦ ପ୍ରତିଶତ ଆକ୍ରାନ୍ତଙ୍କ ଫେରୁନି ଘ୍ରାଣଶକ୍ତି: REPORT

author img

By

Published : Jan 25, 2022, 1:41 PM IST

ହାଇଦ୍ରାବାଦ: କୋରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହେବା ପରେ ଘ୍ରାଣଶକ୍ତି ଚାଲିଯିବା ଗୋଟିଏ ଲକ୍ଷଣ ରହିଛି । ଏହି ଲକ୍ଷଣ ପ୍ରାୟତଃ ସମସ୍ତଙ୍କ କ୍ଷେତ୍ରରେ ଦେଖାଦେଉଛି । ତେବେ ଏହା ଉପରେ ନେଇ ଗବେଷକମାନେ ଅଧ୍ୟୟନ କରିଥିଲେ । ଗବେଷଣାରୁ ଜଣାପଡ଼ିଛି ଯେ ୫୦ ପ୍ରତିଶତ ଆକ୍ରାନ୍ତଙ୍କ ଘ୍ରାଣଶକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରୁନଥିବା ବେଳେ କିଛି ଆକ୍ରାନ୍ତଙ୍କ ଘ୍ରାଣଶକ୍ତି ସ୍ଥାୟୀ ଭାବରେ ପ୍ରଭାବିତ ହେଉଛି ।

ଏହି ସମ୍ପର୍କରେ ଜାଣିବା ପାଇଁ ସ୍ବିଡେନର ଷ୍ଟକହୋଲ୍ମର କାରୋଲିନସ୍କା ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ୨୦୨୦ ମସିହା ପ୍ରଥମ ଲହରରେ ଆକ୍ରାନ୍ତ ହୋଇଥିବା ୧୦୦ ଜଣଙ୍କୁ ନେଇ ସର୍ଭେ କରିଥିଲେ । ଏଥିରୁ ଜଣାପଡ଼ିଥିଲା ଯେ କୋଭିଡ଼ ସଂକ୍ରମଣରୁ ସୁସ୍ଥ ହେବାର ୧୮ ମାସ ପରେ ମଧ୍ୟ ୪ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କର ଘ୍ରାଣଶକ୍ତି ପାଇ ପାରିନାହାନ୍ତି । ପୂର୍ବପରି ସେମାନେ କୌଣସି ବାସ୍ନା ବାରି ପାରୁନଥିବା କହିଥିଲେ । ଏହାସହିତ ପ୍ରାୟ ଏକ ତୃତୀୟାଂଶ ଗନ୍ଧକୁ ବାରି ପାରୁନଥିବା ବେଳେ ଅଧା ଲୋକେ ଜିନିଷର ସଠିକ୍‌ ଗନ୍ଧ ବାରି ପାରୁନଥିବା କହିଥିଲେ ।

ଏହା ବି ପଢନ୍ତୁ: ରୋଗୀଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଦୀର୍ଘଦିନର କୋଭିଡ଼ ସଂକ୍ରମଣ: ବୈଜ୍ଞାନିକ

ଗବେଷଣାରୁ ଜଣାପଡ଼ିଥିଲା ଯେ ପ୍ରାୟ ୬୫ ପ୍ରତିଶତ କୋଭିଡ଼ ସୁସ୍ଥଙ୍କ ଘ୍ରାଣଶକ୍ତି ବହୁଳ ମାତ୍ରାରେ ପ୍ରଭାବିତ ହୋଇଛି । ୧୮ ମାସ ପରେ ମଧ୍ୟ ସେମାନେ ଭଲ ଭାବେ ଗନ୍ଧ ବାରି ପାରୁନାହାନ୍ତି । ପ୍ରଥମ ଲହରରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଘ୍ରାଣଶକ୍ତି ଓମିକ୍ରନ ଓ ଡେଲଟା ଭାରିଏଣ୍ଟ ତୁଳନାରେ ଅଧିକ ପ୍ରଭାବିତ ହୋଇଛି । କିନ୍ତୁ olfactory systemକୁ ଓମିକ୍ରନ କମ ପ୍ରଭାବିତ କରୁଛି ବୋଲି କୌଣସି ପ୍ରମାଣ ମିଳିନାହିଁ ବୋଲି ଇନଷ୍ଟିଚ୍ୟୁଟର ଗବେଷକ ଜୋହାନ ଲଣ୍ଡଷ୍ଟର୍ମ କହିଛନ୍ତି ।

ଯେଉଁମାନେ ଅଧିକ ମାତ୍ରାରେ ଗନ୍ଧ ବାରି ପାରୁନାହାନ୍ତି ସେମାନେ ଅବସାଦ ଗ୍ରସ୍ତ ହେଉଥିବା ଦେଖିବାକୁ ମିଳିଛି । ଗନ୍ଧ ବାରିନପାରିବା ପରେ ଲୋକମାନେ ମସଲାଯୁକ୍ତ ଖାଦ୍ୟ ଖାଉଛନ୍ତି । ଫଳରେ କିଛି ଲୋକଙ୍କ କ୍ଷେତ୍ରରେ ଓଜନ ବଢିବା ମଧ୍ୟ ଦେଖିବାକୁ ମିଳିଛି । ଖାଦ୍ୟରେ ଅଧିକ ଚିନି, ତେଲଜାତୀୟ ଖାଦ୍ୟକୁ ଘ୍ରାଣଶକ୍ତି ହରାଇଥିବା ଲୋକେ ଅଧିକ ପସନ୍ଦ କରୁଥିବା ମଧ୍ୟ ଦେଖିବାକୁ ଗବେଷକ କହିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.