ନୂଆଦିଲ୍ଲୀ: ଶୋଇବା ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା, ଯାହା ସ୍ବତପ୍ରୋତଃ ଭାବେ ହୋଇଥାଏ । ଭଲ ଗୁଣାତ୍ମକ ନିଦ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖେ । ଆରାମ ଏବଂ ସତେଜ ଅନୁଭବ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ 7 ରୁ 9 ଘଣ୍ଟା ଶୋଇବା ଆବଶ୍ୟକ । କିନ୍ତୁ ବର୍ତ୍ତମାନ ସମୟରେ ନିଦ୍ରା ବ୍ୟାଧି ଏକ ମୁଖ୍ୟ ସମସ୍ୟା ପାଲଟିଲାଣି । ଏହି କାରଣରୁ ଉଭୟ ମାନସିକ ଓ ଶାରୀରିକ ସନ୍ତୁଳନ ମଧ୍ୟ ବିଗିଡିଯାଉଛି । ତେବେ ଗୁଣାତ୍ମକ ନିଦ ପାଇଁ ପ୍ରାକୃତିକ ହର୍ବାଲ ଔଷଧ ପ୍ରଭାବୀ ହୋଇଥାଏ ବୋଲି ଜାଣିବାକୁ ପାଇଛନ୍ତି ବିଶେଷଜ୍ଞ । ହର୍ବାଲ ଔଷଧ କିପରି ନିଦକୁ ପ୍ରଭାବିତ କରନ୍ତି, ଜାଣନ୍ତୁ...
ପ୍ରାକୃତିକ ହର୍ବାଲ୍ ଅନେକ ଗୁଡିଏ କାରକ ଧାରଣ କରିଥାଏ, ଯାହାକି ଭଲ ନିଦକୁ ପ୍ରୋତ୍ସାହନ କରିଥାନ୍ତି । ସ୍ନାୟୁ ଏବଂ ଇନ୍ଦ୍ରିୟଗୁଡିକ ଶାନ୍ତ କରିବାରେ ଏଗୁଡିକ ସହାୟକ ହୋଇଥାନ୍ତି । ନିଦ୍ରା ସମସ୍ୟା ପ୍ରାୟତଃ ଏକ ବ୍ୟସ୍ତବହୁଳ ଜୀବନଶୈଳୀ, ଚିନ୍ତା ଏବଂ ଚାପ ଯୋଗୁଁ ହୋଇଥାଏ । ଚାପ ନ୍ୟୁରୋଟ୍ରାନ୍ସମିଟର ସେରୋଟୋନିନ୍ ଉତ୍ପାଦନକୁ ପ୍ରଭାବିତ କରିଥାଏ, କିନ୍ତୁ କିଛି ହର୍ବାଲ୍ ସପ୍ଲିମେଣ୍ଟ ଗ୍ରହଣ କଲେ ଏହି ସମସ୍ୟା ଦୂର ହୋଇପାରେ । ଏହିପରି କେତେକ ହର୍ବାଲ୍ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

ଲେଭେଣ୍ଡର: ଏଥିରେ ଥିବା ଆଣ୍ଟି-ଡିପ୍ରେସାଇଭ୍, ସେଡେଟିଭ୍ ଏବଂ ଶାନ୍ତକାରୀ ଗୁଣ ଭଲ ନିଦ କରିବାରେ ସାହାଯ୍ୟ କରିଥାଏ । ଅଧ୍ୟୟନରୁ ଜଣାପଡିଛି ଯେ, ଲେଭେଣ୍ଡର ହର୍ବଲ୍ ସ୍ନାୟୁକୁ ଆରାମ ଦେଇପାରେ, ଚିନ୍ତା ସ୍ତରକୁ ହ୍ରାସ କରିଥାଏ ଏବଂ ମନୋବଳ ବ୍ୟାଘାତକୁ ସ୍ଥିର କରିଥାଏ ।

କାମୋମାଇଲ: ଏହା ହେଉଛି ଏକ ପ୍ରାଚୀନ ଔଷଧ, ଯାହାକି ଏହାର ଆରାମଦାୟକ ପ୍ରଭାବ ପାଇଁ ଜଣାଶୁଣା । ଏହା ଚିନ୍ତାକୁ ହ୍ରାସ କରିଥାଏ, ସ୍ନାୟୁକୁ ଶାନ୍ତ କରିଥାଏ ଏବଂ ଅନିଦ୍ରାକୁ ଦୂର କରିଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁ ମହିଳାମାନେ ପ୍ରସବ କରାଇଛନ୍ତି ଏବଂ ନିଦ୍ରାଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନେ ଦୁଇ ସପ୍ତାହ ରାତିରେ କାମୋମାଇଲ୍ ଚା' ପିଇବା ଦ୍ବାରା ଭଲ ନିଦ ପାଇପାରନ୍ତି ।

ଭାଲେରିଆନ୍: ରୋଗୀମାନଙ୍କଠାରେ ଅନିଦ୍ରା, ଅସ୍ଥିରତା ଏବଂ ଚିନ୍ତାର ଚିକିତ୍ସା ପାଇଁ ଭାଲେରିଆନ୍ ଔଷଧର ମୂଳ ପ୍ରାୟତଃ ବ୍ୟବହୃତ ହୁଏ । ଭାଲେରିଆନ୍ ମୂଳରେ ଥିବା ଭାଲେରେନିକ୍ ଏସିଡ୍ ନ୍ୟୁରୋଟ୍ରାନ୍ସମିଟର GABA(ଗମ୍ମା-ଆମିନୋବ୍ୟୁଟିକ୍ ଏସିଡ୍) ଭାଙ୍ଗିବାରେ ବାଧା ସୃଷ୍ଟି କରେ ଏବଂ ଏହା ଉନ୍ନତ ମାନର ନିଦରେ ସହାୟକ ହୋଇଥାଏ । ଭାଲେରିଆନ୍ ଗଭୀର ନିଦକୁ ପ୍ରୋତ୍ସାହିତ କରି ଚିନ୍ତା ଦୂର କରିଥାଏ ।

ପ୍ୟାସନଫ୍ଲାୱାର: ପ୍ୟାସନଫ୍ଲାୱାରରେ ସ୍ନାୟୁ-ଆରାମଦାୟକ ଫ୍ଲାଭୋନୋଏଡ୍ ଥାଏ, ଯାହା ଚାପ ଏବଂ ଭଲ ନିଦ କରିବାରେ ସାହାଯ୍ୟ କରିଥାଏ । ଏହି ଟ୍ରପିକାଲ୍ ଫୁଲର ସ୍ବାଦ ଖୁବ୍ ସ୍ବାଦିଷ୍ଟ ।

ଅଶ୍ୱଗନ୍ଧା: ଅଶ୍ୱଗନ୍ଧା ଏକ ଔଷଧୀୟ ବୃକ୍ଷ, ଯାହା ସାଧାରଣତଃ ଅନିଦ୍ରାକୁ ମୁକାବିଲା କରିବା ପାଇଁ ବ୍ୟବହୃତ ହୁଏ, କାରଣ ଅଧ୍ୟୟନରୁ ଜଣାପଡିଛି ଯେ ଶୋଇବା ଆରମ୍ଭ ବିଳମ୍ବ ଏବଂ ବିଶ୍ରାମର ଗୁଣରେ ଏହା ପ୍ରଭାବଶାଳୀ ହୋଇଥାଏ । ଅଶ୍ୱଗନ୍ଧାର ପ୍ରକୃତ ନିଦ ପ୍ରୋତ୍ସାହନକାରୀ ଯୌଗିକ ଏହି ଉଦ୍ଭିଦ-ଟ୍ରାଇଥାଇଲନ୍ ଗ୍ଲାଇକଲର ପତ୍ରରେ ମିଳିଥାଏ ଯାହା ଚାପ କିମ୍ବା ଚିନ୍ତାର ଭାବନାକୁ ଦୂର କରି, ଶାନ୍ତ ଏବଂ ସହଜରେ ଶୋଇବାରେ ସାହାଯ୍ୟ କରିଥାଏ ।