ETV Bharat / sukhibhava

42 ପ୍ରତିଶତ ଚର୍ମରୋଗୀ ନିଦ୍ରାହୀନତାର ଶିକାର: ସର୍ଭେ - ଚର୍ମରୋଗୀଙ୍କୁ ନିଦ୍ରାହୀନତା

ଦିନକୁ ଦିନ ଚର୍ମରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ 42 ପ୍ରତିଶତ ଚର୍ମରୋଗୀ ନିଦ୍ରାହୀନତାର ଶିକାର ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି । ଅଧିକ ପଢନ୍ତୁ

ଚର୍ମରୋଗୀ ନିଦ୍ରାହୀନତାର ଶିକାର
ଚର୍ମରୋଗୀ ନିଦ୍ରାହୀନତାର ଶିକାର
author img

By ETV Bharat Odisha Team

Published : Oct 14, 2023, 10:20 AM IST

ହାଇଦ୍ରାବାଦ: ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ବୃଦ୍ଧି ପାଉଛି ରୋଗ । ଚିକିତ୍ସା ବିଜ୍ଞାନର ଅଗ୍ରଗତି ସହିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । 20 ଦେଶର ପ୍ରାୟ 50 ହଜାର ବୟସ୍କ ଚର୍ମ ରୋଗରେ ପୀଡିତ ବୋଲି ଜଣାପଡିଛି । ତେବେ ନିକଟରେ ଚର୍ମରୋଗ ଏବଂ ନିଦ୍ରାହୀନତାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଚର୍ମରୋଗରେ ପୀଡିତ ରୋଗୀଙ୍କ ମଧ୍ୟରୁ 42 ପ୍ରତିଶତ ନିଦ୍ରାହୀନତାର ସମ୍ମୁଖୀନ ହୋଇଥାଆନ୍ତି । ଜର୍ମାନୀର ବର୍ଲିନରେ ଆୟୋଜିତ ୟୁରୋପିଆନ ଏକାଡେମୀ ଅଫ ଡର୍ମାଟଲୋଜି ଆଣ୍ଡ ଭେନେରୋଲୋଜି ଉକ୍ତ ଅଧ୍ୟୟନକୁ ଉପସ୍ଥାପନ କରିଛି ।

ତେବେ ଏହି ଅଧ୍ୟୟନ 10 ଦେଶର 50 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ନେଇ କରାଯାଇଥିଲା । ତେବେ 42 ପ୍ରତିଶତ ଚର୍ମରୋଗୀ ନିଦ୍ରାଜନିତ ସମସ୍ୟାରେ ସମ୍ମୁଖୀନ ହୋଇଥିବା ଜଣାପଡିଥିଲା । ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, 49 ପ୍ରତିଶତ ଚର୍ମରୋଗୀଙ୍କ କାର୍ଯ୍ୟଦକ୍ଷତା ହ୍ରାସ ପାଇଥିଲା ଅର୍ଥାତ କାର୍ଯ୍ୟ କରିବା ପାଇଁ ଆଗ୍ରହ କମି ଯାଇଥିଲା । କିନ୍ତୁ ସର୍ଭେରେ 19 ପ୍ରତିଶତ ରୋଗୀଙ୍କର ଚର୍ମରୋଗ ନଥିଲା । ତେବେ ଚର୍ମରୋଗୀଙ୍କ ନିଦ୍ରାହୀନତାର କାରଣ ମଧ୍ୟ ଅଲଗା ରହିଥିଲା । କୁଣ୍ଡିଆ ଏବଂ ଜଳାପୋଡା ଯୋଗୁଁ ନିଦ୍ରାରେ ବାଧା ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ସୋରିୟାସିସ୍ ରୋଗ କଣ, ଜାଣନ୍ତୁ ରୋଗର କାରଣ-ଲକ୍ଷଣ

81 ପ୍ରତିଶତ ଚର୍ମରୋଗୀ ଥକ୍କା ଲାଗିଲା ଭଳି ଅନୁଭବ କରୁଥିବା ବେଳେ 64 ପ୍ରତିଶତ ଅଣଚର୍ମରୋଗୀ ଏଭଳି ଅନୁଭବ କରିଥିଲେ । ଅନ୍ୟପଟେ 60 ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ କୁଣ୍ଡିଆ ସମସ୍ୟା ଦେଖାଦେଇଥିବା ବେଳେ 17 ପ୍ରତିଶତଙ୍କ ଠାରେ ଜଳାପୋଡା ସମସ୍ୟା ଦେଖାଯାଇଥିଲା । ଏହାସହ ଶୋଇବା ଉଠିବା ପରେ ଥକ୍କାପଣ ଦେଖାଯାଇଥିଲା । ସେଭଳି ଆଖିରେ ସମସ୍ୟା 58 ପ୍ରତିଶତ ଚର୍ମରୋଗୀଙ୍କ ଠାରେ ଦେଖାଯାଇଥିବା ବେଳେ ବାରମ୍ବାର ହାଇ ମାରିବା ସମସ୍ୟା ମଧ୍ୟ 72 ପ୍ରତିଶତଙ୍କ ଠାରେ ଦେଖାଯାଇଥିଲା । ତେବେ ଏହି ଲକ୍ଷଣ ଘାତକ ବୋଲି କୁହାଯାଇଥିବା ବେଳେ ରୋଗ ଚିହ୍ନଟ କରି ଚିକିତ୍ସା ଜରୁରୀ ବୋଲି ପ୍ୟାରିସର ଇଏମଏମଏ ଚିକିତ୍ସାଳୟର ମୁଖ୍ୟ ଡାକ୍ତର ଚାର୍ଲସ ତାଇଏବ କହିଛନ୍ତି ।

କହିରଖୁଛୁ କି, ଚର୍ମରୋଗ ମଧ୍ୟରେ ପ୍ରାୟତଃ ସୋରିୟାସିସ ଏବଂ ୟୁର୍ଟିକେରିଆ ଦେଖାଯାଇଥାଏ। ସୋରିୟାସିସ୍ ରୋଗକୁ ପ୍ରତିରକ୍ଷା ପ୍ରଣାଳୀ ସହ ଜଡିତ ଏକ ରୋଗ ଭାବରେ ବିବେଚନା କରାଯାଏ । ରୋଗୀର ଚର୍ମରେ ନାଲି ଏବଂ ଧଳା ରଙ୍ଗର ଦାଗ ଦେଇଥାଏ । ଏହି ଦାଗଗୁଡ଼ିକ ସାଧାରଣତଃ କାନ୍ଧ, ଆଣ୍ଠୁ, ତ୍ୱଚା କିମ୍ବା ତଳ ପିଠିରେ ଦେଖାଯାଏ । ଅନ୍ୟପେଟ ୟୁର୍ଟିକେରିଆ ଚର୍ମରେ କୁଞ୍ଚନ ସାଙ୍ଗକୁ ଲାଲ୍ ରଙ୍ଗର ଦେଖାଯାଏ । ଶରୀରର ଯେକୌଣସି ଭାଗରେ ୟୁର୍ଟିକେରିଆ ହୋଇପାରେ । ଏହି ରୋଗ ହେବା ଦ୍ବାରା ଶରୀରର ଏକାଧିକ ଅଙ୍ଗ ଯଥା ତ୍ବଚା, ଆଖିପତା, କାନ, ପାଟି, ହାତ, ପାଦ, କିମ୍ବା ଯୌନାଙ୍ଗ ଇତ୍ୟାଦିରେ ଫୁଲା ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.