ETV Bharat / sukhibhava

Health Tips: ସାବଧାନ ! ଏହି 4ଟି ଖାଦ୍ୟ ଖାଉଛନ୍ତି କି ?

author img

By

Published : Oct 6, 2022, 4:16 PM IST

ଶରୀର ପାଇଁ ଭଲ ଏବଂ ଖରାପ ଖାଦ୍ୟ ବାଛିବା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ଏହାରି ମାଧ୍ୟରେ ବଜାରରୁ କିଣିଥିବା କେତେକ ସ୍ବାସ୍ଥ୍ୟକର ଖାଦ୍ୟ ମଧ୍ୟ ନାନା ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ । ତେବେ ଏହି ପ୍ରକାରର 4ଟି ଖାଦ୍ୟ ବାବଦରେ ଜାଣନ୍ତୁ ।

Health Tips: ସାବଧାନ ! ଏହି 4ଟି ଖାଦ୍ୟ ଖାଉଛନ୍ତି କି ?
Health Tips: ସାବଧାନ ! ଏହି 4ଟି ଖାଦ୍ୟ ଖାଉଛନ୍ତି କି ?

ହାଇଦ୍ରାବାଦ: କମ୍ ଚର୍ବିଯୁକ୍ତ, ଚର୍ବିମୁକ୍ତ କିମ୍ବା କମ୍ କାର୍ବୋହାଇଡ୍ରେଟ ସ୍ବାସ୍ଥ୍ୟକର ଖାଦ୍ୟ ଚୟନ କରିବା ସାଧାରଣତଃ ଚ୍ୟାଲେଞ୍ଜ ହୋଇପାରେ । ଶରୀର ପାଇଁ ଭଲ ଏବଂ ଖରାପ ଖାଦ୍ୟ ବାଛିବା ମଧ୍ୟରେ ଆମେ ଦ୍ବନ୍ଦ୍ବରେ ପଡିଯାଇଥାଉ । ତେବେ ଏହାରି ମଧ୍ୟରେ ଆମେ କେତେକ ତଥାକଥିତ ସ୍ବାସ୍ଥ୍ୟକର ଖାଦ୍ୟ ବାଛିଥାନ୍ତି, ଯାହା ଶରୀର ପାଇଁ ଉପକାରୀ ହୋଇଥାଏ । ମାତ୍ର ସେଥିରେ ହାନୀକାରକ ଗୁଣ ରହିଛି !

ଅର୍ଥାତ୍ ପ୍ରତ୍ୟେକ ଖାଦ୍ୟ ସମାନ ବର୍ଗ ଓ ବୟସ୍କ ବ୍ୟକ୍ତିଙ୍କ ପ୍ରତି ଲାଭଦାୟକ ହୋଇନଥାଏ । ଏପରି କିଛି ସ୍ବାସ୍ଥ୍ୟକର ଖାଦ୍ୟ ରହିଛି, ଯାହାକୁ ବୟସ୍କ ଏବଂ କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ବିଶେଷ ଖାଇବା ଅନୁଚିତ୍ । ନିମ୍ନରେ ସେ' ବାବଦରେ ବର୍ଣ୍ଣନା କରାଯାଇଛି...

ସ୍ପ୍ରାଉଟ୍ସ (Raw sprouts):-

Raw sprouts
Raw sprouts

ଏହି ପ୍ରକାରର ଖାଦ୍ୟ ସ୍ୱାସ୍ଥ୍ୟ ଉପକାରିତା ବୋଲି ବିବେଚନା କରାଯାଏ । ଡାକ୍ତରମାନେ ମଧ୍ୟ ଏହାକୁ ସେବନ ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ସ୍ପ୍ରାଉଟ୍ସ ବୟସ୍କ ତଥା ରୋଗ ପ୍ରତିରୋଧକ କ୍ଷମତା ନଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ । ଏହି କାରଣରୁ, ବ୍ୟବହାର ପୂର୍ବରୁ ସ୍ପ୍ରାଉଟ୍ସକୁ ରୋଷେଇ କରି ଖାଇବା ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀ ପାଇଁ ଏକ ଉତ୍ତମ ବିକଳ୍ପ ।

Starchy vegetables (ଅଧିକ କାର୍ବୋହାଇଡ୍ରେଟ ଥିବା ଖାଦ୍ୟ)

Starchy vegetables
Starchy vegetables

ବିଶେଷତ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କୁ ଏହିପରି ପନିପରିବା ଠାରୁ ଦୂରେଇ ରଖିବା ଉଚିତ୍ । ଯେପରିକି ଆଳୁ, ମଟର ଏବଂ ମକା ରକ୍ତ ଶର୍କରା ବୃଦ୍ଧିରେ ସହାୟକ ହୋଇପାରେ । ମାତ୍ର ଏଗୁଡିକ ମଧୁମେହ ରୋଗୀଙ୍କ ପାଇଁ ଫଳପ୍ରଦ ନୁହଁ । ତେଣୁ ଟାଇପ୍-୨ ଡାଇବେଟିସ୍ ରୋଗୀ ଅଣ-ଷ୍ଟାର୍ଚି ଖାଦ୍ୟ ଖାଇବା ଉଚିତ ।

Salty foods(ଲୁଣିଆ ଖାଦ୍ୟ)

ଲୁଣିଆ ଖାଦ୍ୟ ସାଧାରଣତଃ ପାଟିକୁ ସ୍ବାଦିଷ୍ଟ ଲାଗିଥାଏ । ମାତ୍ର ଅଧିକ ଲୁଣିଆ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ହୃଦଘାତର ଆଶଙ୍କା ଏବଂ ଉଚ୍ଚ ରକ୍ତଚାପ ସମେତ ଅନେକ ସ୍ୱାସ୍ଥ୍ୟ ବିପଦ ସୃଷ୍ଟି ହୋଇଥାଏ । ଯଦି ଆପଣ 51 କିମ୍ବା ତଦୂର୍ଦ୍ଧ୍ୱ କିମ୍ବା ଶାରୀରିକ ଅସୁସ୍ଥତା ଗୋଷ୍ଠୀରେ ଅଛନ୍ତି, ଆମେରିକୀୟ ହାର୍ଟ ଆସୋସିଏସନ ଏହି ବର୍ଗର ବ୍ୟକ୍ତିଙ୍କୁ କେତେ ସୋଡିୟମ୍ ଆବଶ୍ୟକ, ସେ' ଉପରେ ପରାମର୍ଶ ଦେଇଛନ୍ତି...

  • ଯଦି ଆପଣ 51 ରୁ ଅଧିକ, ତେବେ ପ୍ରତିଦିନ 2,300 ମିଗ୍ରା ସୋଡିୟମ୍ ଗ୍ରହଣ କରିପାରିବେ
  • ଯଦି ଆପଣ ଏକ ଉଚ୍ଚ ବିପଦପୂର୍ଣ୍ଣ ଗୋଷ୍ଠୀରେ ଅଛନ୍ତି, ତେବେ 1,500 ମିଗ୍ରାରୁ ଅଧିକ ସୋଡିୟମ୍ ଯେପରି ଗ୍ରହଣ ନ କରନ୍ତି, ସେଥିପ୍ରତି ଧ୍ୟାନ ଦିଅନ୍ତୁ
  • ଅନେକ ଖାଦ୍ୟ ସୁସ୍ଥ ମନେହୁଏ କିନ୍ତୁ ବାସ୍ତବରେ ଏଥିରେ ଅଧିକ ସୋଡିୟମ୍ ଥାଏ, ଯେପରିକି କେନଡ୍ (canned) ସୁପ୍, ଫେଣ୍ଟେଡ୍ ଖାଦ୍ୟ ଅନ୍ତର୍ଭୁକ୍ତ

ଅଙ୍ଗୁର ଜୁସ୍(Grapefruit juice)

ଅଧିକାଂଶ ଫଳ ଜୁସ୍ ବିଭିନ୍ନ ଲୋକଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ । ଯଦିଓ ଅତ୍ୟଧିକ ଫଳ ଖାଇବାକୁ ପରାମର୍ଶ ଦିଆଯାଏ, ତେବେ ଏଥିରେ ଯୋଗ ହୋଇଥିବା ଶର୍କରା ସବୁ ବର୍ଗର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ । ତେଣୁ ଏଥିରେ ଶର୍କରାର ପରିମାଣ କିପରି କମ୍ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ବିଶେଷ ଭାବରେ ଅଙ୍ଗୁର ଜୁସ୍ ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ । କାରଣ ଏହା ଆପଣଙ୍କ ଔଷଧର ପାରସ୍ପରିକ କ୍ରିୟା ଉପରେ ପ୍ରଭାବ ପକାଇଥାଏ । କୋଲେଷ୍ଟ୍ରଲ-ହ୍ରାସ କରୁଥିବା ଔଷଧ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଯଦି ଆପଣ ସିମଭାଷ୍ଟାଟିନ୍ (simvastatin) ନେଉଛନ୍ତି ତେବେ ଅଙ୍ଗୁର ରସ ପିଅନ୍ତୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.