ETV Bharat / sukhibhava

Skin Care Tips: ଭ୍ରମଣ ସମୟରେ ତ୍ବଚା ଜନିତ ସମସ୍ୟା ନେଇ ଚିନ୍ତିତ କି, ଆପଣାନ୍ତୁ ଟିପ୍ସ - ଚର୍ମର ଯତ୍ନ

ଦୂର ସ୍ଥାନ ବୁଲିଯିବା ପସନ୍ଦ ଥିଲେ ବି ଚର୍ମ ସମସ୍ୟା ଚିନ୍ତାରେ ପକାଉଛି କି ? ଜାଣନ୍ତୁ ଦୂଷିତ ଜଳବାୟୁରୁ କିପରି ନିଜ ଚର୍ମକୁ ରଖିବେ ସତେଜ । ଅଧିକ ପଢନ୍ତୁ

ଭ୍ରମଣ ସମୟରେ କିପରି ନେବେ ଚର୍ମର ଯତ୍ନ, ଜାଣନ୍ତୁ

author img

By

Published : Mar 31, 2022, 4:13 PM IST

ହାଇଦ୍ରାବାଦ: ନୂଆ ଏକ ସ୍ଥାନକୁ ବୁଲିଯିବା ଏବଂ ଦୈନନ୍ଦିନ କାର୍ଯ୍ୟରୁ ନିଜକୁ ଟିକେ ଆରାମ ଦେବା, କାହାକୁ ବା ପସନ୍ଦ ନଥାଏ । ଅଧିକାଂଶ ବ୍ୟକ୍ତି ଲଙ୍ଗ୍ ଡ୍ରାଇଭିଂ ହେଉ କିମ୍ବା ଦୂର ସ୍ଥାନକୁ ବୁଲିଯିବାକୁ ବହୁତ ପସନ୍ଦ କରିଥାନ୍ତି । ମାତ୍ର ବାହାରେ ବୁଲି ଆସିବା ପରେ ଚର୍ମରେ ଦେଖାଦେଉଥିବା ସମସ୍ୟାକୁ ନେଇ ଚିଡି ଚିଡି ମଧ୍ୟ ହୋଇଥାନ୍ତି । ତେବେ ଆମେ ଏଠାରେ କିଛି ଭ୍ରମଣରୁ ଆସିବା ପରେ କିପରି ଚର୍ମର ଯତ୍ନ ନେବେ, ସେ ବାବଦରେ ନିମ୍ନରେ କେତେକ ଆଲୋଚନା କରିଛୁ, ଯାହା ଆପଣଙ୍କ ପାଇଁ ଆବଶ୍ୟକ....

ତେବ ଏହି ସମସ୍ୟାର ସମାଧାନ ବାବଦରେ ଜାଣିବା ପୂର୍ବରୁ ପ୍ରଥମେ ସମସ୍ୟା କ'ଣ ସେ ବାବଦରେ ଜାଣିବା ଉଚିତ୍ । ଯେତେବେଳେ ଆପଣ କୌଣସି ସ୍ଥାନକୁ ବୁଲିବାକୁ ଯାଆନ୍ତି, ସେଠାରେ ଅନେକ ପରିବେଶ କାରକ ରହିଥାଏ ଯାହା ଚର୍ମରେ ପ୍ରଭାବ ପକାଇପାରେ । ଆର୍ଦ୍ରତା ସ୍ତର, ବାୟୁ ଗୁଣବତ୍ତା, ତାପମାତ୍ରା, ଏପରିକି ସୂର୍ଯ୍ୟକିରଣ ସ୍ତରର ପରିବର୍ତ୍ତନ ଚର୍ମ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ।

ଯାହା ଫଳରେ ଶୁଖିଲା, କୁଞ୍ଚିତ, ଲାଲ, ଦାଗ କିମ୍ବା ଚର୍ମରେ ହଠାତ୍ ବିଭିନ୍ନ ପ୍ରକାରର ରୋଗ ବାହାରି ପଡିବା ପରି ଅନୁଭବ ହୁଏ । ଏହା ସହିତ, ଥକ୍କାପଣ, ବିମାନ ଯାତ୍ରା ସମୟରେ ହଜମ ନହେବା ଅଧିକ ସମସ୍ୟା ସୃଷ୍ଟି କରିଥାଏ । ତେବେ ଆମର ବାହ୍ୟ ପରିବେଶ ଚର୍ମକୁ ଦୁର୍ବଳ କରିଦେବା ସାଙ୍ଗକୁ ପୂର୍ବରୁ ଯେପରି ସୁସ୍ଥତା ବଜାୟ ରହିଥାଏ, ଭ୍ରମଣ ପରେ ସେଥିରେ ବ୍ୟାହତ ଘଟେ । ତେବେ ଏସବୁ ସମସ୍ୟାର କାରଣ ଏବଂ ସମାଧାନ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଠାରେ ଭିନ୍ନ ଭିନ୍ନ ହୋଇପାରେ । ଆମେ ଏଠାରେ କେତେକ ପ୍ରାଥମିକ ଚିକିତ୍ସା ବାବଦରେ ଆଲୋଚନା କରାଯାଇଛି, ଯାହାକୁ ଆପଣ ଅନୁସରଣ କରିପାରିବେ...

୧. ପ୍ରଥମତଃ ଦୈନନ୍ଦିନ ଚର୍ମର ଯତ୍ନ ଉତ୍ପାଦ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ପ୍ୟାକ୍ ପ୍ରସ୍ତୁତ କରନ୍ତି, ଯାହା ଚର୍ମରେ ଅଭ୍ୟସ୍ତ ଏବଂ ଭଲ ପ୍ରତିକ୍ରିୟା କରେ । ଏହା କରିବା ଦ୍ବାରା ଆପଣଙ୍କ ଚର୍ମକୁ ବାହ୍ୟ ପ୍ରଦୂଷଣ ଠାରୁ କେତେକାଂଶରେ ଦୂରେଇ ରଖାଯାଇ ପାରିବ ।

୨. ଏପରି ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ, ଯାହା ସମସ୍ତ ପ୍ରକାର ଲାଭପ୍ରଦ ପ୍ରଡକ୍ଟ ଦ୍ବାରା ତିଆରି ହୋଇଥିବ ଏବଂ ଆପଣଙ୍କ ଚର୍ମକୁ ସୁଟ୍ କରୁଥିବ । ଏହି ପ୍ୟାକ ଆପଣଙ୍କ ଚର୍ମର ସଠିକ୍ ଯତ୍ନ ନେବ ।

୩. ଚର୍ମର ସ୍ବଚ୍ଛତା, ସାଲିସିଲିକ୍ ଏସିଡ୍ ବୃଦ୍ଧିରେ ସାହାଯ୍ୟ କରିବା ପାଇଁ ଚର୍ମକୁ ସଫା କରିବା ଏବଂ ଚମକାଇବା ପାଇଁ ଭିଟାମିନ୍ ସି- ଚର୍ମକୁ ସୁଗମ ଏବଂ ଫୁଲକା ରଖିବା ପାଇଁ ହାୟାଲୁରୋନିକ୍ ଏସିଡ୍ ହେଉଛି କେତେକ ଜରୁରୀ ଉପାଦାନ । ସେହିପରି Peony Extract(ଚର୍ମକୁ ଡ୍ୟାମେଜ ଏବଂ ଅଲଟ୍ରା ଭାଓଲେଟ ରେଡିଏସନ ବା ଅତି ବାଇଗଣୀ ରଶ୍ମିରୁ ରକ୍ଷା କରିବରେ ସହାୟକ ହୁଏ) । ଚର୍ମକୁ ସୁସ୍ଥ ରଖିବା ପାଇଁ Peony Extract ପ୍ରତ୍ୟେକ ଦିନ ରାତ୍ରରେ ଲଗାଇବା ଉଚିତ୍ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.