ETV Bharat / sukhibhava

କୋଭିଡ ଦ୍ୱିତୀୟ ଲହରୀ: ନୂଆ ନୂଆ ଲକ୍ଷଣ ଚିନ୍ତାର କାରଣ - New symptoms

ନୂଆ ଲକ୍ଷଣ ସବୁ ଆଗରୁ ଦେଖିବାକୁ ମିଳି ନଥିଲା । ବିଶେଷଜ୍ଞଙ୍କ ଅନୁସାରେ, ଗଣ୍ଠି ଯନ୍ତ୍ରଣା, ଶରୀର ପୀଡା, ତଳିପେଟର ଯନ୍ତ୍ରଣା ଓ ପେଟ ଗୋଳମାଳ ହେଉଛି କୋଭିଡର ନୂଆନୂଆ ଲକ୍ଷଣ । ଅଧିକ ପଢନ୍ତୁ...

କୋଭିଡ ଦ୍ୱିତୀୟ ଲହରୀ
କୋଭିଡ ଦ୍ୱିତୀୟ ଲହରୀ
author img

By

Published : Apr 13, 2021, 11:54 AM IST

କିଛି ଦିନର ନୀରବତା ପରେ ଭାରତରେ କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ଦେଖାଦେଇଛି । ଦିନକୁ ଦିନ ବଢି ଚାଲିଛି ସଂକ୍ରମଣ । କୋରୋନା ଭାଇରସର ଭେରାଇଣ୍ଟ ଲୋକଙ୍କ ପାଇଁ ଅଧିକ ବିପଜ୍ଜନକ । ବର୍ତ୍ତମାନର ସଂକ୍ରମଣରେ ନୂଆନୂଆ ଲକ୍ଷଣ ଦେଖିବାକୁ ମିଳୁଛି , ଯାହା କି ଚିନ୍ତାର କାରଣ ବୋଲି ଭାରତର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ନୂଆ ଲକ୍ଷଣ ସବୁ ଆଗରୁ ଦେଖିବାକୁ ମିଳି ନଥିଲା । ବିଶେଷଜ୍ଞଙ୍କ ଅନୁସାରେ, ଗଣ୍ଠି ଯନ୍ତ୍ରଣା, ଶରୀର ପୀଡା, ତଳିପେଟର ଯନ୍ତ୍ରଣା ଓ ପେଟ ଗୋଳମାଳ ହେଉଛି କୋଭିଡର ନୂଆନୂଆ ଲକ୍ଷଣ । କଫ ଓ ଜ୍ୱରର ଅଭାବ ସତ୍ତ୍ୱେ ଲୋକେ କୋଭିଡ ପଜେଟିଭ ଚିହ୍ନଟ ହେଉଛନ୍ତି ।

କୋରୋନାର ଦ୍ୱିତୀୟ ଲହରୀରେ ଭାରତୀୟମାନେ ଅସ୍ୱାଭାବିକ ଲକ୍ଷଣର ସାମ୍ନା କରୁଛନ୍ତି । ଭୋକ ନହେବା, ବାନ୍ତି ଓ ଅସୁସ୍ଥତା ଭଳି ଲକ୍ଷଣ ସେମାନଙ୍କଠାରେ ଦେଖାଦେଉଛି । ତଳିପେଟ ଯନ୍ତ୍ରଣା, ଡାଇରିଆ ଭଳି ଲକ୍ଷଣ କୋଭିଡର ଦ୍ୱିତୀୟ ଲହରୀରେ ଦେଖାଯାଉଛି ବେଲି ନୂଆଦିଲ୍ଲୀର ଶ୍ରୀ ଗଙ୍ଗାରାମ ହସ୍ପିଟାଲର ଡାକ୍ତର ସୌମିତ୍ର ରାୱତ କହିଛନ୍ତି । ରୋଗୀମାନଙ୍କଠାରେ ରନି ନୋଜ୍ ଓ ଥଣ୍ଡା ସହ ଗଣ୍ଠି ଯନ୍ତ୍ରଣା ଓ ମାଂସପେଶୀ ଯନ୍ତ୍ରଣା ବି ପ୍ରକାଶ ପାଉଛି ବୋଲି ରାୱତ କହିଛନ୍ତି । ବିଶେଷଜ୍ଞମାନେ ଆହୁରି ବି କହିଛନ୍ତି ଯେ, ଏଥର କୋରୋନା ଭାଇରସ ଆଉ ପାଟି କିମ୍ବା ଛେପ ଜରିଆରେ ଫୁସଫୁସରେ ପ୍ରବେଶ କରୁନାହିଁ । ଏହା ସିଧାସଳଖ ଫୁସଫୁସକୁ ପ୍ରଭାବିତ କରି ଅଙ୍ଗପ୍ରତ୍ୟଙ୍ଗଗୁଡିକୁ ପ୍ରଭାବିତ କରୁଛି ।

କୋଭିଡରୁ ସୁସ୍ଥ ହେଉଥିବା ରୋଗୀମାନଙ୍କଠାରେ ବି କିଛି ନୂଆନୂଆ ସମସ୍ୟା ଦେଖାଦେଉଛି । ସେମାନେ ଗ୍ୟାସଟ୍ରୋଇନ ଟେଷ୍ଟିନାସ ବ୍ଲିଡିଂ ଅନୁଭବ କରୁଛନ୍ତି ବୋଲି ଶ୍ରୀ ଗଙ୍ଗାରାମ ହସ୍ପିଟାଲର ଆଉ ଜଣେ ଡାକ୍ତର ଅନୀଲ ଆରୋରା କହିଛନ୍ତି । ବାହିକା ଗୁଡିକରେ ଜମାଟ ଯୋଗୁଁ ଏଭଳି ହେଉଛି ବୋଲି ସେ କହିଛନ୍ତି । ଗତ କିଛିଦିନରେ ଭାରତରେ କୋରୋନାର ଦୈନିକ ସଂକ୍ରମଣର ରେକର୍ଡ ବୃଦ୍ଧି ହେଉଛି । ଦିନକୁ ଏବେ ଦୌନିକ ସଂକ୍ରମଣ ସଂଖ୍ୟା ଦେଢ ଲକ୍ଷ ଉପରେ ରହୁଛି । ମୃତ୍ୟୁ ସଂଖ୍ୟା ବି ବଢୁଛି । ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଛି । ଆଗାମୀ କିଛି ସପ୍ତାହ ଦେଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଶବାସୀଙ୍କୁ ସତର୍କ କରିଛନ୍ତି ।

କିଛି ରିପୋର୍ଟ ଅନୁସାରେ, ଭାଇରାଲ ଲୋଡ ହିଁ କୋଭିଡର ଦ୍ୱିତୀୟ ଲହରୀ ପାଇଁ ଦାୟୀ । ଭାଇରାଲ ଲୋଡ୍ ହେଉଛି ଜଣେ ସଂକ୍ରମିତ ବ୍ୟକ୍ତିର ରକ୍ତରେ ଥିବା ଭାଇରସର ପରିମାଣ । ତେବେ,ଏମିତି କୌଣସି କାରଣ ନାହିଁ ବୋଲି ନୂଆଦିଲ୍ଲୀର ଫୋର୍ଟିସ ହସ୍ପିଟାଲର ଡାକ୍ତର ମନୋଜ ଶର୍ମା କହିଛନ୍ତି ।

ଭାଇରାଲ ଲୋଡ୍ ପ୍ରସଙ୍ଗ ବେଳେ ଆମେ ବ୍ୟକ୍ତିର କଥା କହିଥାଉ । ପୂରା ସଂପ୍ରଦାୟ ନୁହେଁ ବୋଲି କହିଛନ୍ତି ଡାକ୍ତର ଶର୍ମା। ଲୋକଙ୍କ ଦାୟିତ୍ୱହୀନ ବ୍ୟବହାର ଯୋଗୁ ସଂକ୍ରମଣ ସଂଖ୍ୟାରେ ଅହେତୁକ ବୃଦ୍ଧି ହୋଇଛି ବୋଲି ସେ କହିଛନ୍ତି । ମାସ୍କ ନପିନ୍ଧିବା, ସାମାଜିକ ଦୂରତା ରକ୍ଷା ନକରିବା ଓ ସ୍ୱଚ୍ଛତା ଅନୁସରଣ ନ କରିବା ଦ୍ୱାରା ଦ୍ୱିତୀୟ ଲହରୀରେ ସଂକ୍ରମଣ ବୃଦ୍ଧି ପାଇଥିବା ସେ କହନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.