ETV Bharat / sukhibhava

Attractive Bed Design: ବିଛଣାକୁ ଆକର୍ଷଣୀୟ କରିବାକୁ ଆପଣାନ୍ତୁ ଏହି ଟିପ୍ସ

ପରିସଂଖ୍ୟାନ ଅନୁଯାୟୀ, ଜଣେ ବ୍ୟକ୍ତି ଗୋଟିଏ ବର୍ଷରେ ଶଯ୍ୟାରେ 3000 ଘଣ୍ଟା ବିତାଇଥାଏ । ଘର ମଧ୍ୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହେଉଛି ବିଛଣା, ଯେଉଁଠାରେ ଜଣେ ବ୍ୟକ୍ତି ଅଧିକ ସମୟ ବିତାଇଥାଏ । ତେବେ ବିଛଣାକୁ ଆକର୍ଷଣୀୟ ଏବଂ ଆରାମଦାୟକ କରିବା ପାଇଁ ପଢନ୍ତୁ ଏହି ରିପୋର୍ଟ(Attractive Bed Design) ।

author img

By

Published : Sep 15, 2022, 9:57 AM IST

Attractive Bed Design: ବିଛଣାକୁ ଆକର୍ଷଣୀୟ ଏବଂ ଆରାମଦାୟକ କିରବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ନୂଆଦିଲ୍ଲୀ: ବିଛଣାକୁ ସୁନ୍ଦର ଭାବେ ବିଛାଇବା, ଏକ ସୁନ୍ଦର ଡ୍ରେସ ପିନ୍ଧିବା ସହ ସମାନ । ଶଯ୍ୟା ହେଉଛି ଏକ ଆରାମ ଦାୟକ ସ୍ଥାନ । ପରିସଂଖ୍ୟାନ ଅନୁଯାୟୀ, ଜଣେ ବ୍ୟକ୍ତି ଗୋଟିଏ ବର୍ଷରେ ଶଯ୍ୟାରେ 3000 ଘଣ୍ଟା ବିତାଇଥାଏ । ଘର ମଧ୍ୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହେଉଛି ବିଛଣା, ଯେଉଁଠାରେ ଜଣେ ବ୍ୟକ୍ତି ଅଧିକ ସମୟ ବିତାଇଥାଏ । ଆପଣ ଯେତେବେଳେ ପରିଶ୍ରମ କରି ଘରକୁ ଫେରନ୍ତି, ଏକ ସୁନ୍ଦର ବିଛଣା ହିଁ ଆରାମ ଦେଇଥାଏ ।

ତେବେ କେତେକ ଆକର୍ଷଣୀୟ ବିଛଣା ଡିଜାଇନ ବାବଦରେ ଜାଣନ୍ତୁ...

ଗଦିର ପ୍ରଭାବ(Mattress Matters )- ଏକ ଉତ୍ତମ ଗୁଣାତ୍ମକ ଗଦି(Mattress), ଯାହାକୁ ବିନିଯୋଗ କରିବା ନିହାତି ଜରୁରୀ । ଆରାମ ଏବଂ ବିଳାସପୂର୍ଣ୍ଣତା ଦୃଷ୍ଟିରୁ ଏହା କିପରି ଅନୁଭବ କରେ ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ବିଶେଷଜ୍ଞମାନେ ଶତପ୍ରତିଶତ ସୂତା କପଡ଼ାରେ ବିନିଯୋଗ କରିବାକୁ ପରାମର୍ଶ ଦିଅନ୍ତି, କାରଣ ଏହା ସିନ୍ଥେଟିକ୍ ଫାଇବର ଗଦି ତୁଳନାରେ ଅଧିକ ଆରାମ ପ୍ରଦାନ କରିଥାଏ ।

Pillows Talkin- ଏକ ଭଲ ନିଦ ତକିଆରେ ଲୁଚି ରହିଥାଏ । ଅସହଜ ତକିଆ କାରଣରୁ ଅନେକଙ୍କ ବେକରେ ଘା’ ହେବାର ଆଶଙ୍କା ଥାଏ । କେବଳ ଭଲ ଗୁଣବତ୍ତା ନୁହେଁ ବରଂ ସୁନ୍ଦର ଦେଖାଯାଉଥିବା ତକିଆରେ ବିନିଯୋଗ କରିବା ମଧ୍ୟ ବିଳାସପୂର୍ଣ୍ଣ ନିଦର ଏକ ଅଂଶ ।

ବେଡ୍‌ସ୍ପ୍ରେଡ୍- ବେଡ୍‌ସ୍ପ୍ରେଡ୍ ସର୍ବନିମ୍ନ ତଥାପି ଏଗୁଡିକ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାନ୍ତି । ଟେକ୍ସଚର, ରଙ୍ଗୀନ ପ୍ୟାରେଡ୍ ବେଡ୍ ସ୍ପ୍ରେଡ୍ ସବୁବେଳେ ଏକ ଭଲ ପସନ୍ଦ । ଏହାକୁ ଶଯ୍ୟାର ନିମ୍ନ ଭାଗରେ ଯତ୍ନର ସହ ରଖିବା ଦ୍ବାରା ଶଯ୍ୟାର ସୁନ୍ଦରତାକୁ ଦ୍ବିଗୁଣିତ କରିଥାଏ ।

କଲର୍ ସ୍କିମ୍- ରଙ୍ଗଗୁଡିକ ସୁନ୍ଦର, ସେଗୁଡିକୁ ଶଯ୍ୟା ଥିମରେ ଅନ୍ତର୍ଭୁକ୍ତ କରନ୍ତୁ । ଆପଣଙ୍କ ବିଛଣାରେ ଥିବା ତକିଆ କିମ୍ବା ବେଡସିଡ୍ ରଙ୍ଗରେ ଥିବା ସମାନତା ଗୃହରୁ ସୁନ୍ଦରତାକୁ ଦ୍ବିଗୁଣିତ କରିଥାଏ । ତେଣୁ କଲର୍ ଉପରେ ଧ୍ୟାନ ଦେବା ମଧ୍ୟ ଆବଶ୍ୟକ । ସର୍ବଶେଷରେ ସୁଗନ୍ଧିତ ପର୍ଫ୍ୟୁମ ସହ ଆକର୍ଷଣୀୟ ବିଛଣାରେ ଦିନର ଥକାପଣକୁ ଭୁଲିଯାଆନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.